କଟକ: ଏସସିବି ମେଡିକାଲରେ ବିପର୍ଯ୍ୟସ୍ତ ରୋଗୀ ସେବା । କଟକ ବାରବାଟୀ ବିଧାୟକ ଇଂ ମହମ୍ମଦ ମୋକିମ କଟକ ବଡ଼ ମେଡିକାଲ ଯାଇ ସ୍ଥିତିର ସମୀକ୍ଷା କରିଛନ୍ତି ।
ବିଶେଷକରି ଯେଉଁ ରୋଗୀ ମାନେ କଟକ ବଡ଼ ମେଡିକାଲ କୁ ଆସୁଛନ୍ତି ସେମାନଙ୍କୁ ସଠିକ ଚିକିତ୍ସା ମିଳୁନାହିଁ । ଏପରିକି ରୋଗୀମାନଙ୍କୁ ଯେଉଁଠି ଆଇସୋଲେସନରେ ରଖାଯାଉଛି ସେଠାରେ ବି ଚିକିତ୍ସା ଠିକ ଭାବରେ ମିଳୁନାହିଁ । ସବୁଠାରୁ ବଡ଼ କଥା ହେଉଛି କaରୋନା ପରୀକ୍ଷା ରିପୋର୍ଟ ଆସିବାକୁ ୩ ରୁ ୪ ଦିନ ସମୟ ଲାଗିଯାଉଛି । ଫଳରେ ଅନେକ ଗୁରୁତର ରୋଗୀ ମୃତ୍ୟୁ ବରଣ କରୁଛନ୍ତି।କାହା କାହା ମଧ୍ୟରେ ସମନ୍ୱୟ ନ ରହିବାରୁ ଏଭଳି ସମସ୍ୟା ସୃଷ୍ଟି ହେଉଛି।
ଏନେଇ ଆଜି କଟକ ବାରବାଟୀ ବିଧାୟକ ଇଂ ମହମ୍ମଦ ମୋକିମ କଟକ ବଡ଼ ମେଡିକାଲ ଯାଇ ସ୍ଥିତିର ସମୀକ୍ଷା କରିଛନ୍ତି । ଏଥି ସହ ସ୍ଥିତିର ନିୟନ୍ତ୍ରଣ ପାଇଁଏସସିବି ଅଧିକ୍ଷକ ଙ୍କ ସହ ଆଲୋଚନା କରିଛନ୍ତି ବିଧାୟକ। ଏକ ହେଲ୍ପଡେସ୍କ ତୁରନ୍ତ ଖୋଲିବା ସହ ୨୪ ଘଣ୍ଟା ମଧ୍ୟରେ ରୋଗୀଙ୍କୁ କରୋନା ରିପୋର୍ଟ ଦେବା ନେଇ ଆଲୋଚନା କରାଯାଇଥିବା ସେ କହିଛନ୍ତି । ତେବେ ଏଭଳି ଅବ୍ୟବସ୍ଥା ନେଇ ବିଧାନସଭାରେ ଉଠାଯିବ ବୋଲି ବିଧାୟକ କହିଛନ୍ତି ।
କଟକରୁ ନାରାୟଣ ସାହୁ,ଇଟିଭି ଭାରତ