ETV Bharat / city

Baliyatra Cancelled: ମନେ ପଡୁଛି ଠୁଙ୍କାପୁରୀ ସାଙ୍ଗକୁ ରାମଦୋଳି, ନିରାଶ ଓଡିଶାବାସୀ - ବାଲିଯାତ୍ରା

ଜୀବନ-ଜୀବିକାକୁ ପ୍ରଭାବିତ କରିବା ସହ ହଜାର ହଜାର ବର୍ଷର ପରମ୍ପରାରେ ରୋକ ଲଗାଇଛି ମହାମାରୀ କୋରୋନା । ଜନ ସମୁଦ୍ରର ଭ୍ରମ ସୃଷ୍ଟି କରୁଥିବା ବାଲିଯାତ୍ରା ପଡିଆ ଆଜି ନିର୍ଜନ । ମନୋରଞ୍ଜନ ଠାରୁ ଆରମ୍ଭ କରି ବ୍ୟବସାୟ ସବୁଠି କ୍ଷତିଗ୍ରସ୍ତ । ଗତ ୨ ବର୍ଷ ମଧ୍ୟରେ ପ୍ରାୟ ୬୦ ରୁ ୭୦ କୋଟି କ୍ଷତି ହୋଇଥିବା ଆକଳନ । ଅଧିକ ପଢନ୍ତୁ...

ବଣିକ ମେଳାରେ ନାହିଁ ବେପାର: ଘରୁ ବାହାରୁ ନାହାନ୍ତି ପର୍ଯ୍ୟଟକ କି ବ୍ୟବସାୟୀ

author img

By

Published : Nov 20, 2021, 4:01 PM IST

Updated : Nov 20, 2021, 5:08 PM IST

କଟକ: ଜୀବନ-ଜୀବିକାକୁ ପ୍ରଭାବିତ କରିବା ସହ ହଜାର ହଜାର ବର୍ଷର ପରମ୍ପରାରେ ରୋକ ଲଗାଇଛି ମହାମାରୀ କୋରୋନା । ଧିରେ ଧିରେ ସ୍ଥିତିରେ ସୁଧାର ଆସୁଥିଲେ ମଧ୍ୟ ଚିନ୍ତାମୁକ୍ତ ହୋଇପାରି ନାହିଁ ସମାଜ । ତେଣୁ ସଂକ୍ରମଣକୁ ଦୃଷ୍ଟିରେ ରଖି ଜାନି-ଯାତ ଉପରେ କଟକଣା ଲଗାଇଛନ୍ତି ସରକାର । ଏହାର ପ୍ରଭାବରେ ପ୍ରଭାବିତ ହୋଇଛି କଟକର ଐତିହାସିକ ପର୍ବ ବାଲିଯାତ୍ରା (Baliyatra) । କେବଳ ଏବର୍ଷ କାହିଁକି ଗତ ବର୍ଷରୁ ଏହି ପରମ୍ପରାରେ ଲାଗିଛି କୋରୋନା ଗ୍ରହଣ ।

ମେଳାରେ ନାହିଁ ବେପାର, ଘରୁ ବାହାରୁ ନାହାଁନ୍ତି ପର୍ଯ୍ୟଟକ

କାର୍ତ୍ତିକ ମାସରେ ବଣିକ ପୁଅ ବିଦେଶ ଯିବାର ଐତିହ୍ୟ-ପରମ୍ପରା ବହନ କରେ କଟକର ବାଲିଯାତ୍ରା (cuttack Baliyatra) । କେବଳ ଯେ ପରମ୍ପରା କାହିଁକି ମନୋରଞ୍ଜନ ଠାରୁ ଆରମ୍ଭ କରି ବାଣିଜ୍ୟିକ କ୍ଷେତ୍ରରେ ମଧ୍ୟ ବହୁ ସହାୟ ହୁଏ ଏହି ଯାତ୍ରା । କୋଭିଡ ମହାମାରୀ ପାଇଁ ଗତବର୍ଷ ଓ ଚଳିତବର୍ଷ ବନ୍ଦ ରହିଛି ଏହି ଯାତ୍ରା । ଯାହା ଫଳରେ ବନ୍ଦର ଅନେକ ଆଘାତ ଲାଗିଛି କଟକିଆମାନଙ୍କୁ । ପୂର୍ବରୁ ବାଲିଯାତ୍ରାରେ ଏତେ ମାତ୍ରାରେ ଲୋକଙ୍କ ସମାଗମ ହୁଏଯେ, ଏହାକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ମେଳାକୁ ୮ ଦିନ ପରିବର୍ତ୍ତେ 10 ଦିନ ବୃଦ୍ଧି କରାଯାଇଥିଲା । ପ୍ରତି ବର୍ଷ ଏହି ମେଳାକୁ ଅପେକ୍ଷା କରିଥାନ୍ତି କଟକ ବାସିନ୍ଦା ।

ଠୁଙ୍କା ପୁରୀ, ଚାର୍ଟ, ଭଳି ସୁସ୍ୱାଦୁ ଖାଦ୍ୟର ମଜା ସହ ରାମ ଦୋଳି, ବ୍ରେକ ଡ୍ୟାନ୍ସ, ଡ୍ରାଗନର ମଜା ନେଇଥାଆନ୍ତି ପର୍ଯ୍ୟଟକ । ସେହିପରି ଅନେକ ଘରକରଣା ଜିନିଷପତ୍ର ଯାହା ସବୁବେଳେ ବଜାରରେ ମିଳି ନଥାଏ ତାହା ବାଲିଯାତ୍ରାରେ ମିଳିଥାଏ । କେବଳ ଏତିକି ନୁହେଁ ଶସ୍ତା ସୁନ୍ଦର ଓ ମଜଭୁତ ଜିନିଷ ପାଇଁ ବିଭିନ୍ନ ସ୍ଥାନରୁ ଛୁଟି ଆସିଥାନ୍ତି ପର୍ଯ୍ୟଟକ ।

ଏହି ବାଲିଯାତ୍ରାରେ ବ୍ୟବସାୟ କରି ଅନେକ ଛୋଟ ବଡ଼ ଦୋକାନୀମାନେ ନିଜର ଗୁଜୁରାଣ ମେଣ୍ଟାଇ ଥାଆନ୍ତି । ପ୍ରତିବର୍ଷ ବାଲିଯାତ୍ରାରେ ପାଖାପାଖି ୧୮୫୭ ଟି ଷ୍ଟଲ ପଡିଥାଏ । ଯେଉଁଥିରେ ଦେଶର ବିଭିନ୍ନ ପ୍ରାନ୍ତର ଅନେକ ବ୍ୟବସାୟ କରି ନିଜର ବର୍ଷକର ଚଳିବା ପାଇଁ ପାଣ୍ଠି ସଞ୍ଚି ଥାଆନ୍ତି । କିନ୍ତୁ ଚଳିତ ବର୍ଷ ସବୁ କିଛି ଠପ ହୋଇଯାଇଛି । ଯେଉଁ ବାଲିଯାତ୍ରାରେ ଦୈନିକ ୫ କୋଟିରୁ ଊର୍ଦ୍ଧ୍ବ ବ୍ୟବସାୟ ହୋଇଯାଏ ସେଠି ଆଜି ସମ୍ପୂର୍ଣ୍ଣ ଖାଁ ଖାଁ । ଜନ ସମାଗମରେ ଫାଟିପଡୁଥିବା ବାଲିଯାତ୍ରା ପଡିଆ ଏକଦମ ନିର୍ଜନ । ଅନ୍ୟପଟେ କୋଭିଡ ପାଇଁ ୨ ବର୍ଷ ହେବ ବାଲିଯାତ୍ରା ବନ୍ଦ ପଡିଥିବାରୁ ପାଖାପାଖି ୬୦ ରୁ ୭୦ କୋଟି କ୍ଷତି ହୋଇଥିବା ବାଲିଯାତ୍ରା ବ୍ୟବସାୟୀ ସଙ୍ଘର ସଭାପତି କହିଛନ୍ତି ।

ସବୁ ପରେ ବି ଜୀବିକା ଠୁ ଜୀବନକୁ ପ୍ରାଧାନ୍ୟ ଦେଇଥିବା ସରକାରଙ୍କ ପଦକ୍ଷେପକୁ ସ୍ବାଗତ କରିଛନ୍ତି କଟକବାସୀ । ଆଗାମୀ ବର୍ଷ କିପରି ମହାମାରୀ ଦୂର ହୋଇଯିବ ଏବଂ ପୂର୍ବପୋରି ସାଧାରଣ ଜୀବନ-ଯାପନ ହେବ ସେନେଇ ଭଗବାନଙ୍କ ନିକଟରେ ପ୍ରାର୍ଥନା କରିଛନ୍ତି ସିଲଭର ସିଟି ବାସିନ୍ଦା ।

କଟକରୁ ପ୍ରଭୁକଲ୍ୟାଣ ପାଲ, ଇଟିଭି ଭାରତ

Last Updated : Nov 20, 2021, 5:08 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.