ETV Bharat / city

ଚଳିତବର୍ଷ ହେବନି କଟକର ଐତିହାସିକ ବାଲିଯାତ୍ରା, ବୋଇତବନ୍ଦାଣ ବି ବନ୍ଦ

ଚଳିତ ବର୍ଷ ହେବନି କଟକ ବାଲିଯାତ୍ରା
ଚଳିତ ବର୍ଷ ହେବନି କଟକ ବାଲିଯାତ୍ରା
author img

By

Published : Oct 30, 2020, 9:44 AM IST

Updated : Oct 30, 2020, 10:15 AM IST

09:36 October 30

ଐତିହାସିକ ବାଲିଯାତ୍ରା, ବୋଇତ ବନ୍ଦାଣ ଓ ବଡଓଷା ଉପରେ କୋରୋନା ନଜର । ସଂକ୍ରମଣ ସମୟରେ ବାଲିଯାତ୍ରା କରିବା ଅସମ୍ଭବ କହିଲେ କଟକ ଜିଲ୍ଲାପାଳ ।

ଚଳିତ ବର୍ଷ ହେବନି କଟକ ବାଲିଯାତ୍ରା

କଟକ: ଭାଙ୍ଗିଲା ପରମ୍ପରା । ରଦ୍ଦ ହେଲା ବାଲିଯାତ୍ରା । ଚଳିତ ବର୍ଷ ହେବନି ଓଡିଶାର ଗୌରବପୂର୍ଣ୍ଣ ବାଲିଯାତ୍ରା । ଐତିହାସିକ ବାଲିଯାତ୍ରା ଓ ଗଡଗଡିଆ ଘାଟରେ ସାମୂହିକ ବୋଇତ ବନ୍ଦାଣ ଉତ୍ସବକୁ ପାଳନ କରିବାକୁ ମିଳିବ ନାହିଁ ଅନୁମତି । କୋଭିଡ ସ୍ଥିତି ଦେଖି ନଭେମ୍ବରରେ ବାଲିଯାତ୍ରା କରିବା ସମ୍ଭବପର ନୁହେଁ କହିଲେ କଟକ ଜିଲ୍ଲାପାଳ ଭବାନୀଶଙ୍କର ଚୟିନୀ । ତେବେ ବ୍ୟକ୍ତିଗତ ଭାବେ ବୋଇତ ବନ୍ଦାଣ କରିବାରେ କୌଣସି ସମସ୍ୟା ନାହିଁ ବୋଲି ସ୍ପଷ୍ଟ କରିଛନ୍ତି ଜିଲ୍ଲାପାଳ । ଶୈବ ପୀଠ ଗୁଡିକରେ ବଡ ଓଷା କରିବା ଉପରେ ମଧ୍ୟ କଟକଣା ଜାରି କରିଛନ୍ତି ଜିଲ୍ଲାପାଳ ।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

Last Updated : Oct 30, 2020, 10:15 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.