ETV Bharat / city

IND vs SA T-20: ବାଲିଯାତ୍ରା ପଡିଆରେ ପାର୍କିଂ ବ୍ୟବସ୍ଥା, ସହରରେ ଲାଗିବ ବଡ ବଡ LED ସ୍କ୍ରିନ - ଭାତର ବନାମ ଦକ୍ଷିଣ ଆଫ୍ରିକା ଟି୨୦ ମ୍ୟାଚ୍‌

ବାରବାଟୀକୁ ଫେରୁଛି ଅନ୍ତର୍ଜାତୀୟ ଟି-୨୦ ଫିବର । ଜୁନ୍‌ ୧୨ ତାରିଖରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯିବ ଟି-୨୦ ମ୍ୟାଚ୍‌ । ଏଥିପାଇଁ ଓସିଏ ଓ CMC ସମସ୍ତ ପ୍ରସ୍ତୁତି ଆରମ୍ଭ କରିଛନ୍ତି । ଅଧିକ ପଢ଼ନ୍ତୁ

IND vs SA T20i: ବାଲିଯାତ୍ରା ପଡିଆରେ ପାର୍କିଂ ବ୍ୟବସ୍ଥା, ବାରବାଟୀ ବାହାରେ ଲାଗିବ ବଡ଼ ସ୍କ୍ରିନ

author img

By

Published : May 26, 2022, 7:27 PM IST

କଟକ: ହାତରେ ଆଉ ଦିନ କେଇଟା ବାକି ରହିଲା । ଜୁନ୍‌ ୧୨ ତାରିଖରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ହେବ ଟି-୨୦ ଟକ୍କର । ଏଥିପାଇଁ କଟକରେ ଉଭୟ ଓସିଏ ଓ ପ୍ରଶାସନ ପକ୍ଷରୁ ଜୋରଦାର ପ୍ରସ୍ତୁତି କରାଯାଉଛି । ମ୍ୟାଚ୍‌କୁ ନେଇ ଦର୍ଶକଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ରହିଛି । ଏଥିପାଇଁ ମ୍ୟାଚ୍‌ ଦିନରେ ଏଠାରେ ୫୦ ହଜାର କ୍ରିକେଟ ଫ୍ୟାନଙ୍କ ଭିଡ଼ ଜମିପାରେ ବୋଲି ଆଶା କରାଯାଉଛି । ଏଥିପାଇଁ ବାଲିଯାତ୍ରା ପଡ଼ିଆରେ ବିସିସିଆଇ ଅଫିସିଆଲ ଓ ସର୍ବସାଧାରଣଙ୍କ ପାଇଁ ଅଗ୍ରାଧିକାର ଭିତ୍ତିରେ ଗାଡ଼ି ପାର୍କିଂ ବ୍ୟବସ୍ଥା କରାଯାଉଛି ।

IND vs SA T20i: ବାଲିଯାତ୍ରା ପଡିଆରେ ପାର୍କିଂ ବ୍ୟବସ୍ଥା, ବାରବାଟୀ ବାହାରେ ଲାଗିବ ବଡ଼ ସ୍କ୍ରିନ

ବାଲି ଉପରେ ମୋରମ ପକାଇ ଗାଡ଼ି ପାର୍କିଂ ପାଇଁ ସୁଗମ କରାଯିବ । ମ୍ୟାଚ୍‌ର ଦୁଇରୁ ତିନି ଦିନ ପୂର୍ବରୁ ପୋଲିସ ପ୍ରଶାସନକୁ ବାଲିଯାତ୍ରା ହସ୍ତାନ୍ତର ହେବ । ଯାହାଦ୍ବାରା କମିଶନରେଟ ପୋଲିସ ଏହାକୁ ମ୍ୟାଚ୍‌ ସୁରକ୍ଷା ଦେବାକୁ ଯୋଜନା କରି ପାରିବ । ଏହାକୁ ନେଇ କଟକ ଡିସିପି ପିନାକ ମିଶ୍ର ସୂଚନା ଦେଇଛନ୍ତି । ବାଲିଯାତ୍ରା ପଡ଼ିଆରେ ମୋଟ ୩୦ ହଜାର ଗାଡ଼ି ପାର୍କିଂ ପାଇଁ ବ୍ୟବସ୍ଥା କରାଯାଉଛି । ସେପଟେ ଷ୍ଟାଡିୟମରେ ବସି କ୍ରକେଟ ଦେଖିବାକୁ ବଞ୍ଚିତ ହେଉଥିବା ଦର୍ଶକଙ୍କ ପାଇଁ ସହରର ୫ଟି ସ୍ଥାନରେ ବଡ଼ବଡ଼ ଏଲ୍‌ଇଡି ସ୍କ୍ରନ୍‌ରେ ମ୍ୟାଚ୍‌ ଦେଖିବା ବ୍ୟବସ୍ଥା କରାଯିବ ।

ଉପର ବାଲିଯାତ୍ରା ପଡ଼ିଆରେ ବିସିସିଆଇ ଓ ମ୍ୟାଚ ଅଫିସିଆଲଙ୍କ ଗାଡ଼ି ପାର୍କିଂ ପାଇଁ ବ୍ୟବସ୍ଥା କରାଯିବ । ସେହିଭଳି ତଳ ବାଲିଯାତ୍ରା ପଡ଼ିଆ ସର୍ବସାଧରଣଙ୍କ ଗାଡ଼ି ପାର୍କିଂ ପାଇଁ ଉତ୍ସର୍ଗ ରହିବ । ତାଛଡ଼ା ପାଖରେ ଥିବା ଅନ୍ୟ ୩ଟି ପଡି଼ଆରେ ମଧ୍ୟ ଗାଡ଼ି ପାର୍କିଂ ବ୍ୟବସ୍ଥା କରାଯିବ । ସେପଟେ ବାରବାଟୀ ଷ୍ଟାଡିୟମରେ ଅଗ୍ନି ନିରାପତ୍ତା ନେଇ ନାହିଁ ପର୍ଯ୍ୟାପ୍ତ ବ୍ୟବସ୍ଥା । ରାଜ୍ୟ ମାନବାଧିକାର କମିଶନଙ୍କ ନିକଟରେ ଏହାକୁ ନେଇ କଟକ ଡିସିପି ଦାଖଲ କରିଥିବା ରିପୋର୍ଟରେ ଉଲ୍ଲେଖ ରହିଛି । ତେବେ ଜୁନ୍ ୧୨ ତାରିଖ ମ୍ୟାଚ୍ ପୂର୍ବରୁ ଆବଶ୍ୟକ ପଦକ୍ଷେପ ନେବାକୁ କୁହାଯାଇଛି ବୋଲି କହିଛନ୍ତି ଡିସିପି ।

ଜୁନ୍‌ ୧ ତାରିଖରୁ ଅନଲାଇନ୍‌ ଟିକଟ ବୁକିଂ ଆରମ୍ଭ ହେବ । ଏହାପୂର୍ରୁ ଅଫଲାଇନ ଟିକଟ ଛାପିବା କାର୍ଯ୍ୟ ଶେଷ କରିବାକୁ ଲକ୍ଷ୍ୟ ରଖିଛି ଓସିଏ । ସେପଟେ ମ୍ୟାଚ୍‌ ପାଇଁ ଅନ୍ୟାନ ପ୍ରସ୍ତୁତି ପ୍ରାୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି ।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.