କଟକ: କୋରୋନା ସହାୟତା ପାଣ୍ଠି ପାଇଁ ହଜାର ହଜାର କୋଟି ଟଙ୍କା ସଂଗ୍ରହ ହୋଇଥିଲାବେଳେ କେନ୍ଦ୍ର ଓ ରାଜ୍ୟ ସରକାର ହାତଖୋଲା ରିଲିଫ ଦେବାକୁ ଦାବି କରିଛନ୍ତି କଟକ ବାରବାଟୀ ବିଧାୟକ ମହମ୍ମଦ ମୋକିମ। ଲୋକଙ୍କୁ ଯେଉଁ ସହାୟତା ପ୍ରଦାନ କରାଯାଉଛି ତାହା ଯଥେଷ୍ଟ ନୁହେଁ। ଯେତିକି ଲୋକଙ୍କୁ ସହାୟତା ପ୍ରଦାନ କରାଯାଉଛି, ତାହା ଠିକ ଭାବରେ କରାଯାଉନଥିବା ବିଧାୟକ ଅଭିଯୋଗ କରିଛନ୍ତି।
ଏଥିସହ କୋଟି କୋଟି ଟଙ୍କାର ସହାୟତା ରାଶି ବାଟବଣା ହେବାର ସମ୍ଭାବନା ଥିବା ବିଧାୟକ କହିଛନ୍ତି। ସେହିପରି ବିଦ୍ୟୁତ ବିଲ ,ପାଣି ବିଲ ଆଦି ଛାଡ଼ କରିବାକୁ ବିଧାୟକ ଦାବି କରିଛନ୍ତି। କରୋନା ପାଇଁ ସମସ୍ତ ସରକାରୀ ଓ ବେସରକାରୀ ସ୍କୁଲ ରେ ସ୍କୁଲ ଫି ଛାଡ଼ କରିବାକୁ କଟକ ବାରବାଟୀ ବିଧାୟକ ଦାବି କରିଛନ୍ତି। ଶୁଣନ୍ତୁ କଣ କହୁଛନ୍ତି ବିଧାୟକ ମୋକିମ ।
କଟକରୁ ନାରାୟଣ ସାହୁ, ଇଟିଭି ଭାରତ