ETV Bharat / city

ନକଲି ସିମ୍‌ ରାକେଟର ପର୍ଦ୍ଦାଫାସ: ମାଷ୍ଟର ମାଇଣ୍ଡ ସହ 3 ଗିରଫ

ଅନଲାଇନ ସିମ୍‌ ଠକେଇର ପର୍ଦ୍ଦାଫାସ କଲା କ୍ରାଇମବ୍ରାଞ୍ଚ । ଢେଙ୍କାନାଳରୁ ୧୯ ହଜାର ୬୪୧ଟି ପ୍ରି ଆକ୍ଟିଭେଟ ସିମ୍‌ ଜବତ କରିଛି କ୍ରାଇମବ୍ରାଞ୍ଚ । ଅଧିକ ପଢ଼ନ୍ତୁ

କ୍ରାଇମବ୍ରାଞ୍ଚ କବ୍‌ଜାରେ ନକଲି ସିମ୍‌ ରାକେଟ, ମାଷ୍ଟର ମାଇଣ୍ଡ ସହ 3 ଗିରଫ

author img

By

Published : May 1, 2022, 1:52 PM IST

Updated : May 1, 2022, 6:28 PM IST

କଟକ: ଅନଲାଇନ ସିମ୍‌ ଠକେଇର ପର୍ଦ୍ଦାଫାସ କଲା କ୍ରାଇମବ୍ରାଞ୍ଚ । ଢେଙ୍କାନାଳରୁ ୧୯ ହଜାର ୬୪୧ଟି ପ୍ରି ଆକ୍ଟିଭେଟ ସିମ୍‌ ଜବତ କରିଛି କ୍ରାଇମବ୍ରାଞ୍ଚ । ଏହାସହ ୪୮ଟି ମୋବାଇଲ ମଧ୍ୟ ଜବତ କରାଯାଇଛି ।

ଏହି ମାମଲାରେ କ୍ରାଇମବ୍ରାଞ୍ଚ ୩ ଜଣଙ୍କୁ ଗିରଫ କରିଥିବା ବେଳେ ସେମାନଙ୍କ ନିକଟରୁ ୧୪ ଲକ୍ଷ ୩୨ ହଜାରରୁ ଅଧିକ ନଗଦ ଟଙ୍କା ଜବତ କରାଯାଇଛି । ଅଧିକ ପଚରାଉଚରା କରିବା ପାଇଁ 3 ଜଣ ଅଭିଯୁକ୍ତଙ୍କୁ ରିମାଣ୍ଡରେ ଆଣିବ କ୍ରାଇମବ୍ରାଞ୍ଚ । ଗିରଫ ଅଭିଯୁକ୍ତ ହେଲେ ସାଇ ପ୍ରକାଶ ଦାସ, ଅବିନାଶ ନାୟକ ଓ ଦୁଷ୍ମନ୍ତ ସାହୁ ।

କ୍ରାଇମବ୍ରାଞ୍ଚ କବ୍‌ଜାରେ ନକଲି ସିମ୍‌ ରାକେଟ, ମାଷ୍ଟର ମାଇଣ୍ଡ ସହ 3 ଗିରଫ

ସୋସିଆଲ ମିଡିଆରେ ବାୟର ସେଲର ଅଫ ଓଟିପି ନାଁରେ ଏକ ଗ୍ରୁପ ରହିଥିଲା । ଏହି ଗ୍ରୁପ ଜରିଆରେ ହିଁ ବଡ଼ ଧରଣର ସ୍କାମ୍‌ କରାଯାଉଥିଲା । ଦୁଷ୍ମନ୍ତ ସାହୁ ଏହି ଠକେଇ ଗ୍ୟାଙ୍ଗ୍‌ର ମାଷ୍ଟର ମାଇଣ୍ଡ ଥିଲା । ଯେଉଁଥିରେ ଏହି ବଡ଼ ଧରଣର ସ୍କାମ କରାଯାଉଥିଲା । ତେବେ ପ୍ରତି ସିମ୍‌ 400 ଟଙ୍କାରେ ବିକୁଥିଲେ ଏହି ଅଭିଯୁକ୍ତ । ତେବେ ବିଭିନ୍ନ କମ୍ପାନୀ ସିମ୍‌କୁ ଅନଲାଇନ ଗ୍ରୁପ ମାଧ୍ୟମରେ ବିକ୍ରି କରୁଥିଲେ ।

ଏହି ମାମଲାରେ ଆହୁରି ତଦନ୍ତ ବାକି ରହିଛି । ବିଗତ ଦୁଇ ବର୍ଷ ହେଲା ଏହା ସ୍କାମ୍‌ କରି ଆସୁଥିଲେ ଅଭିଯୁକ୍ତ । କୌଣସି ଏକ ସୂତ୍ରରୁ ଖବର ପାଇ ଏହି ଠକେଇ ଗ୍ୟାଙ୍ଗକୁ କାବୁ କରିବାରେ ସଫଳ ହୋଇଛି କ୍ରାଇମବ୍ରାଞ୍ଚ । ଏହାକୁ ନେଇ ସ୍ପଷ୍ଟ କରିଛନ୍ତି କ୍ରାଇମବ୍ରାଞ୍ଚ ଏଡିଜି ସଞ୍ଜୀବ ପଣ୍ଡା ।

କଟକରୁ ପ୍ରଭୁ କଲ୍ୟାଣ ପାଲ, ଇଟିଭି ଭାରତ

Last Updated : May 1, 2022, 6:28 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.