ETV Bharat / city

ବଢୁଛି କୋଭିଡ଼ ସଂକ୍ରମଣ, କାର୍ଯ୍ୟକ୍ଷମ ହେଲା ବେସରକାରୀ ହସ୍ପିଟାଲ - ସଦଗୁର ହସ୍ପିଟାଲ କଟକ

ଆଜି(ଶନିବାର) ଠାରୁ ବେସରକାରୀ କୋଭିଡ ହସ୍ପିଟାଲ ଗୁଡ଼ିକୁ କାର୍ଯ୍ୟକ୍ଷମ କରିବା ଆରମ୍ଭ କରିଛି କଟକ ଜିଲ୍ଲା ପ୍ରଶାସନ । ଅଧିକ ପଢନ୍ତୁ

ବଢୁଛି କୋଭିଡ଼ ସଂକ୍ରମଣ, କାର୍ଯ୍ୟକ୍ଷମ ହେଲା ବେସରକାରୀ ହସ୍ପିଟାଲ

author img

By

Published : Jan 15, 2022, 8:07 PM IST

Updated : Jan 15, 2022, 8:13 PM IST

କଟକ: ଜିଲ୍ଲାରେ ଦ୍ରୁତ ଗତିରେ ମାଡ଼ି ଚାଲିଛି କୋଭିଡ ସଂକ୍ରମଣ । ଗତ ଗୋଟିଏ ମାସ ମଧ୍ୟରେ ଜିଲ୍ଲାର କୋଭିଡ ଆକ୍ରାନ୍ତଙ୍କ ସଂଖ୍ୟା 60 ଗୁଣା ବୃଦ୍ଧି ପାଇଛି । ସଂକ୍ରମଣ ଏହି ଧାରା ଆଗକୁ ଜାରି ରହିବାର ପୂର୍ବାନୁମାନ କରି ଆଜି(ଶନିବାର) ଠାରୁ ବେସରକାରୀ କୋଭିଡ ହସ୍ପିଟାଲଗୁଡ଼ିକୁ କାର୍ଯ୍ୟକ୍ଷମ କରିବା ଆରମ୍ଭ କରିଛି ପ୍ରଶାସନ ।

ବଢୁଛି କୋଭିଡ଼ ସଂକ୍ରମଣ, କାର୍ଯ୍ୟକ୍ଷମ ହେଲା ବେସରକାରୀ ହସ୍ପିଟାଲ

ଓମିକ୍ରନ ମୁକାବିଲା ପାଇଁ ସରକାର ପୁଣିଥରେ ସଦ୍‌ଗୁରୁ ହସ୍ପିଟାଲ ଉପରେ ଆସ୍ଥା ପ୍ରକଟ କରିଛନ୍ତି । ଏଥିପାଇଁ ଆଜି ଠାରୁ ସଦ୍‌ଗୁରୁ ହସ୍ପିଟାଲ କୋଭିଡ ହସ୍ପିଟାଲରେ ପରିଣତ ହୋଇଛି । ସମସ୍ତ ପ୍ରକାରର ପ୍ରସ୍ତୁତି ଶେଷ ହୋଇ ଥିବାବେଳେ ଆକ୍ରାନ୍ତମାନଙ୍କୁ ଉତ୍ତମ ମାନର ସେବା ଯୋଗାଇବା ପାଇଁ ବେଡ୍‌ ଓ ମାନବ ସମ୍ୱଳ ମଧ୍ୟ ପ୍ରସ୍ତୁତ ରହିଛି । ସଦଗୁରରେ ଜେନେରାଲ ବେଡ୍‌-୩୪, ଏଚ.ଡି.ୟୁ-୧୦୪, ଆଇସିୟୁ-୩୦, ଏନ.ଆଇ.ସି.ୟୁ-୬, ଡାଇଲିସିସ୍‌-୪, ଓଟି-୨ ଓ ଗୋଟିଏ ଲେବର ରୁମ ପ୍ରସ୍ତୁତ ରହିଛି ।

ଏହା ମଧ୍ୟ ପଢନ୍ତୁ:- ବଢୁଛି ସଂକ୍ରମଣ, ଗୁରୁତର ନଥିଲେ SCB ଆସିବାକୁ ମନାକଲେ କର୍ତ୍ତୃପକ୍ଷ

ରୋଗୀଙ୍କ ଚିକିତ୍ସା ପାଇଁ ଡାକ୍ତରଙ୍କ ସମେତ ହସ୍ପିଟାଲର ପ୍ରତିଟି ବିଭାଗର ନର୍ସ, ଫାର୍ମାଷିଷ୍ଟ, ସ୍ୱାସ୍ଥ୍ୟକର୍ମୀ ଓ କର୍ମଚାରୀ ମଧ୍ୟ ସମ୍ପୂର୍ଣ୍ଣ ଆଲର୍ଟ ରହିଛନ୍ତି । ବିଗତ ୨ଟି ଲହରରେ ମଧ୍ୟ ସଦ୍‌ଗୁରୁ ହସ୍ପିଟାଲ ସଫଳତାର ସହିତ କୋଭିଡ ହସ୍ପିଟାଲ ଭାବେ ନିଜ ଦାୟିତ୍ୱ ତୁଲାଇ ଆସିଛି । ଏଥର ମଧ୍ୟ ତୃତୀୟ ଲହରରେ ରୋଗୀଙ୍କୁ ଉତ୍ତମ ପରିବେଶ ସହିତ ଉତ୍ତମ ଚିକିତ୍ସା ଯୋଗାଇବା ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ ରହିଛି ।

କୋଭିଡ ରୋଗୀଙ୍କ ଚିକିତ୍ସା ପାଇଁ ପୂର୍ବରୁ ଅଶ୍ବିନୀ ଓ ଏସସିବି କୋଭିଡ ହସ୍ପିଟାଲ କାର୍ଯ୍ୟ କରିଆସୁଥବାବେଳେ ଆଜି ପ୍ରଥମ ବେସରକାରୀ କୋଭିଡ ହସ୍ପିଟାଲ ଭାବେ ସଦଗୁରୁ ହସ୍ପିଟାଲ କାର୍ଯ୍ୟ କରିବା ଆରମ୍ଭ କରିଛି । ମୋଟ 168ଟି ବେଡ ଥିବା ଏହି ହସ୍ପିଟାଲରେ କୋଭିଡ ରୋଗୀଙ୍କୁ ଆଇସିୟୁ ସହିତ ରୋଗୀଙ୍କୁ ଡାଇଲିସିସ୍, କୋଭିଡରେ ଆକ୍ରାନ୍ତ ଗର୍ଭବତୀ ମହିଳା ଓ ଶିଶୁ ଚିକିତ୍ସା ପାଇଁ ମଧ୍ୟ ଉପଲବ୍ଧ ହେବ । ତେବେ ପୂର୍ବରୁ କୋଭିଡର ଦୁଇଟି ଲହରରେ କୋଭିଡ ରୋଗୀଙ୍କ ଚିକିତ୍ସା କରିଥିବାରୁ ସେହି ଅଭିଜ୍ଞତା ଏଥର କାମରେ ଆସିବ ବୋଲି କହିଛନ୍ତି ସଦଗୁରୁ ହସ୍ପିଟାଲ କର୍ତ୍ତୃପକ୍ଷ ।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

Last Updated : Jan 15, 2022, 8:13 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.