ETV Bharat / city

ପୁଣି କାଳିଆବୁଦା ଶ୍ମଶାନରେ ଆରମ୍ଭ ହେଲା କୋରୋନା ରୋଗୀଙ୍କ ଅନ୍ତିମ ସଂସ୍କାର

author img

By

Published : Jul 22, 2021, 8:48 AM IST

Updated : Jul 22, 2021, 2:05 PM IST

ପୁଣି କାଳିଆ ବୁଦା ଶ୍ମଶାନରେ ବୁଧବାରଠୁ ଆରମ୍ଭ ହୋଇଛି କୋଭିଡ୍ ରୋଗୀଙ୍କ ମୃତଦେହ ଅନ୍ତିମ ସଂସ୍କାର ପକ୍ରିୟା । ଅଧିକ ପଢନ୍ତୁ...

ପୁଣି କାଳିଆବୁଦା ଶ୍ମଶାନରେ ଆରମ୍ଭ ହେଲା କୋରୋନା ରୋଗୀଙ୍କ ଅନ୍ତିମ ସଂସ୍କାର ପକ୍ରିୟା

କଟକ: କୋଭିଡ୍ ରୋଗୀଙ୍କ ମୃତଦେହ ସଂସ୍କାର ପାଇଁ ଖୋଲା ହେଲା ହେଲ୍ପ ଡେସ୍କ୍। ମାଗଣାରେ ହେବ କୋଭିଡ ମୃତକଙ୍କ ଦାହ କାର୍ଯ୍ୟ । ବର୍ତ୍ତମାନ ସତୀଚୌରା ଶ୍ମାଶନରେ କୋଭିଡ ରୋଗୀଙ୍କ ମୃତଦେହ ଦାହ କରାଯାଉଥିବା ବେଳେ କାଳିଆ ବୁଦା ଶ୍ମଶାନରେ କୋଭିଡ୍ ରୋଗୀଙ୍କୁ ପୂର୍ବରୁ ମୃତଦେହ ଅନ୍ତିମ ସଂସ୍କାର କରାଯାଉଥିଲା । ହେଲେ କୌଣସି କାରଣବଶତଃ ଏହା ବନ୍ଦ ହୋଇଯାଇଥିଲା। ହେଲେ ପୁଣି ବୁଧବାରଠୁ ଏହି ପକ୍ରିୟା କାର୍ଯ୍ୟକ୍ଷମ ହୋଇଛି ।

ପୁଣି କାଳିଆବୁଦା ଶ୍ମଶାନରେ ଆରମ୍ଭ ହେଲା କୋରୋନା ରୋଗୀଙ୍କ ଅନ୍ତିମ ସଂସ୍କାର

ପୁନର୍ବାର ଏହି ଶ୍ମଶାନରେ କୋଭିଡ୍ ରୋଗୀଙ୍କ ମୃତଦେହ ସତ୍କାର କରାଯିବ । ଏଥିପାଇଁ କଟକ ମହାନଗର ନିଗମ ସ୍ୱଚ୍ଛାସେବୀ ଅନୁଷ୍ଠାନ ଆଶା ଏବଂ ବିଶ୍ୱବିଜେତା ଫାଉଣ୍ଡେସନଙ୍କୁ ଦାୟିତ୍ବ ଦିଆଯାଇଛି । ଓଡିଶା ମୋ ପରିବାର ପକ୍ଷରୁ ମଧ୍ୟ ମୃତଦେହ ସତ୍କାରରେ ବ୍ୟବହୃତ ସାମଗ୍ରୀ ମଧ୍ୟ ଯୋଗାଇ ଦିଆଯାଉଛି। ଏହାଦ୍ବାରା ଅନ୍ତିମ ସଂସ୍କାର ପାଇଁ କୌଣସି ଅସୁବିଧା ରହିବ ନାହିଁ ବୋଲି ସଂଯୋକକ ତଥା ପୂର୍ବତନ ବିଧାୟକ ପ୍ରଭାତ ରଞ୍ଜନ ବିଶ୍ୱାଳ କହିଛନ୍ତି । CMC ଏହି ଦୁଇ ଅନୁଷ୍ଠାନକୁ ଦାୟିତ୍ୱ ଦେଇଥିବାରୁ ଏହାକୁ ସୂଚାରୁରୂପେ ତୁଲାଇବେ ବୋଲି କହିଛନ୍ତି ଅନୁଷ୍ଠାନର କର୍ମକର୍ତ୍ତା।

କଟକରୁ ପ୍ରଭୁ କଲ୍ୟାଣ ପାଲ, ଇଟିଭି ଭାରତ

Last Updated : Jul 22, 2021, 2:05 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.