ETV Bharat / city

SCB ଛାତରୁ ଡେଇଁ କୋଭିଡ ରୋଗୀଙ୍କ ଆତ୍ମହତ୍ୟା, କାରଣ ଅସ୍ପଷ୍ଟ - ଆତ୍ମହତ୍ୟା

SCB କୋଭିଡ ମେଡିକାଲରେ ପୁଣି ଅଘଟଣ । ୪ ମହଲାରୁ ଡେଇଁ କୋଭିଡ ରୋଗୀଙ୍କ ଆତ୍ମହତ୍ୟା। ଅଧିକ ପଢନ୍ତୁ...

SCB ଛାତରୁ ଡେଇଁ କୋଭିଡ ରୋଗୀଙ୍କ ଆତ୍ମହତ୍ୟା; କାରଣ ଅସ୍ପଷ୍ଟ

author img

By

Published : Aug 6, 2021, 12:18 PM IST

କଟକ : SCB କୋଭିଡ ମେଡିକାଲରେ ପୁଣି ଅଘଟଣ । ୪ ମହଲାରୁ ଡେଇଁ କୋଭିଡ ରୋଗୀଙ୍କ ଆତ୍ମହତ୍ୟା । ଏପର୍ଯ୍ୟନ୍ତ ଆତ୍ମହତ୍ୟାର କାରଣ ଜଣାପଡି ନ ଥିବା ବେଳେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ମୃତକ ଜଣକ ହେଉଛନ୍ତି ହରିଆ ସିଂ ।

SCB ଛାତରୁ ଡେଇଁ କୋଭିଡ ରୋଗୀଙ୍କ ଆତ୍ମହତ୍ୟା; କାରଣ ଅସ୍ପଷ୍ଟ

ସୂଚନା ଅନୁସାରେ, ଗତ ବୁଧବାର ଦିନ SCBରେ ଭର୍ତ୍ତି ହେଇଥିଲେ ହରିଆ ସିଂ । ତାଙ୍କ ଘର ମୟୂରଭଞ୍ଜରେ ବୋଲି ସୂଚନା ମିଳିଛି । ତେବେ ଆଜି ସକାଳୁ 4 ମହଲା କୋଭିଡ ହସ୍ପିଟାଲରୁ ଡେଇଁ ଆତ୍ମହତ୍ୟା କରିଛନ୍ତି ହରିଆ । ତେବେ ଘଟଣାସ୍ଥଳରୁ ତାଙ୍କୁ ଉଦ୍ଧାର କରାଯାଇ କାଜୁଆଲଟିରେ ଭର୍ତ୍ତି କରାଯାଇଥିଲା । କିନ୍ତୁ ସେଠାରେ ତାଙ୍କୁ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

ସେହିପରି ଗତ ମଙ୍ଗଳବାର ବିଳମ୍ବିତ ରାତିରେ କଟକ ବଡ଼ ମେଡିକାଲ କୋଭିଡ ଓ୍ବାର୍ଡରେ ଜଣେ ରୋଗୀଙ୍କ ମୃତ୍ୟୁ ହୋଇଥିଲା । ପାଇଖାନା ଯାଇଥିବା ବେଳେ ତାଙ୍କର ମୃତ୍ୟୁ ଘଟିଥିଲା । ମୃତକ ହେଉଛନ୍ତି ପରମହଂସ ପଞ୍ଚାୟତ ରାଜହଂସ ଗାଁର ଦ୍ରୁବଚରଣ ବେହେରା । ଗୋଟିଏ ଦିନ ପୂର୍ବରୁ SCB କୋଭିଡ ଓ୍ବାର୍ଡରେ ସେ ଭର୍ତ୍ତି ହୋଇଥିଲେ ।

କଟକରୁ ପ୍ରଭୁ କଲ୍ୟାଣ ପାଲ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.