କଟକ: ମହାମାରୀ ସମୟରେ ଲୋକେ କିପରି ସୁସ୍ଥ ରହିବେ ସେଥିପାଇଁ ସ୍ୱଚ୍ଛ ସେବା ଜାରି ରଖିଛି ଭାରତୀୟ ଜନତା ପାର୍ଟି । ଏନେଇ ଆଜି କଟକର କୃଷକ ବଜାର ବସ୍ତିରେ ଥିବା ଲୋକ ମାନଙ୍କୁ କୋଭିଡ ସମ୍ବନ୍ଧୀୟ ଅନେକ ସଚେତନ କରିବା ସହ ଥର୍ମାଲ ସ୍କ୍ରିନ, ଅମ୍ଳଜାନ ସ୍ଥର ମାପିବ , ଖାଦ୍ୟ ଓ ମାସ୍କ ବଣ୍ଟନ କରିଛି ବିଜେପି । ପ୍ରଧାନମନ୍ତ୍ରୀଙ୍କ ଆହ୍ୱାନ କ୍ରମେ ଜିଲ୍ଲାର ସମସ୍ତ ବସ୍ତି ଅଞ୍ଚଳରେ ଲୋକ ମାନେ କିପରି ସୁରକ୍ଷିତ ରହିବେ ସେଥିପାଇଁ ବିଜେପି ପଦକ୍ଷପ ନେବା ସହ ଲୋକଙ୍କୁ ସଚେତନ କରୁଛି ।
କଟକରୁ ପ୍ରଭୁ କଲ୍ୟାଣ ପାଲ, ଇଟିଭି ଭାରତ