କଟକ: ସପ୍ତାହକୁ 5 ଦିନ କାର୍ଯ୍ୟ କରିବ ହାଇକୋର୍ଟ । ଏନେଇ ସୋମବାର ହାଇକୋର୍ଟ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ଏହି 5 ଦିନ ମଧ୍ୟରୁ ମଙ୍ଗଳବାର ଏବଂ ଗୁରୁବାର ଖଣ୍ଡପୀଠ ବସିବ ଏବଂ ଅନ୍ୟ ଦିନମାନଙ୍କରେ ଜଣିକିଆ ବିଚାରପତିଙ୍କୁ ନେଇ ଶୁଣାଣି ହେବାକୁ ନିଷ୍ପତ୍ତି ନିଆଯାଇଛି ।
ଯେଉଁ ବିଚାରପତିମାନେ ଖଣ୍ଡପୀଠରେ ବସିବେ ସେମାନେ ମଧ୍ୟ ଜଣିକିଆ ବିଚାରପତି ଭାବେ ବିଭିନ୍ନ ମାମଲାର ଶୁଣାଣି କରିପାରିବେ । କୋର୍ଟରେ ମାମଲା ଦାଖଲ ପାଇଁ ଥିବା କାଉଣ୍ଟରଗୁଡିକ ସକାଳ ସାଢେ 10ଟାରୁ ମଧ୍ୟାହ୍ନ 1ଟା ପର୍ଯ୍ୟନ୍ତ ଖୋଲା ରହିବ । କୋର୍ଟ କାର୍ଯ୍ୟ ସମୟରେ ସମସ୍ତେ ମାସ୍କ ବ୍ୟବହାର କରିବା ସହ ସାମାଜିକ ଦୂରତା ବଜାୟ ରଖିବାକୁ ହାଇକୋର୍ଟ ରେଜିଷ୍ଟ୍ରାରଙ୍କ ପକ୍ଷରୁ ନିର୍ଦ୍ଦେଶ ଜାରି ହୋଇଛି।
କଟକରୁ ନାରାୟଣ ସାହୁ, ଇଟିଭି ଭାରତ