ETV Bharat / city

କଟକରେ 343 ଆକ୍ରାନ୍ତ ଚିହ୍ନଟ, ସ୍ଥାନୀୟ ଅଞ୍ଚଳରୁ 200

author img

By

Published : Sep 24, 2020, 7:54 AM IST

କଟକ ମହାନଗର ନିଗମ ଅଞ୍ଚଳରେ ଦିନକରେ 343 ଆକ୍ରାନ୍ତ ଚିହ୍ନଟ । ସ୍ଥାନୀୟ ଅଞ୍ଚଳରୁ 200 ଜଣ ରହିଥିବା ସୂଚନା । ଅଧିକ ପଢନ୍ତୁ...

କଟକ ମହାନଗର ନିଗମ
କଟକ ମହାନଗର ନିଗମ

କଟକ: ରାଜ୍ୟରେ ବଢିଚାଲିଛି କୋଭିଡ୍‌ ଆକ୍ରାନ୍ତଙ୍କ ସଂଖ୍ୟା । ସେହିପରି କଟକ ମହାନଗର ନିଗମ ଅଞ୍ଚଳରେ ମଧ୍ୟ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ଗୋଟିଏ ଦିନରେ ପୁଣି 343 ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ସେଥିମଧ୍ୟରୁ ହୋମ କ୍ବାରେଣ୍ଟାଇନରୁ 91 ଜଣ ଚିହ୍ନଟ ହୋଇଥିବାବେଳେ 52 ଜଣ କ୍ବାରେଣ୍ଟାଇନ ସେଣ୍ଟରରୁ ଚିହ୍ନଟ ହୋଇଛନ୍ତି । ଅନ୍ୟପଟେ 200 ଜଣ ସ୍ଥାନୀୟ ଅଞ୍ଚଳରୁ ଚିହ୍ନଟ ହୋଇଥିବା ଜଣାପଡିଛି ।

ଫଳରେ କଟକ ମହାନଗର ନିଗମ ଅଞ୍ଚଳରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା 10,576ରେ ପହଞ୍ଚିଛି । ସେପଟେ 7903 ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ସେହିପରି 40 ଜଣଙ୍କର ମୃତ୍ୟୁ ଘଟିଛି । 2633 ଜଣ ବିଭିନ୍ନ କୋଭିଡ୍‌ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ସିଏମସି ପକ୍ଷରୁ ସୂଚନା ଦିଆଯାଇଛି ।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.