ETV Bharat / city

ଏସସିବିରେ କୋରୋନା ସନ୍ଦିଗ୍ଧ ଶିଶୁ, ସ୍ବାବ ରିପୋର୍ଟକୁ ଅପେକ୍ଷା - coronavirus

କଟକ ଏସସିବିରେ କୋରୋନା ସନ୍ଦିଗ୍ଧ ଶିଶୁ । ଶିଶୁର ସ୍ବାବ ଟେଷ୍ଟ ପାଇଁ ପଠାଯାଇଛି । ରିପୋର୍ଟ ଆସିବାକୁ ରହିଛି ଅପେକ୍ଷା । ଅଧିକ ପଢନ୍ତୁ...

corona suspect baby in scb cuttack
ଏସସିବିରେ କୋରୋନା ସନ୍ଦିଗ୍ଧ ଶିଶୁ, ସ୍ବାବ ରିପୋର୍ଟକୁ ଅପେକ୍ଷା
author img

By

Published : May 1, 2020, 9:43 PM IST

କଟକ: କୋରୋନା କାୟାରେ ଏବେ ଶିଶୁ । ରାଜ୍ୟରେ ଏବେ ଏକାଧିକ ଶିଶୁ କୋରୋନାର ପଞ୍ଝା ମଧ୍ୟକୁ ଆସିଛନ୍ତି । ଯାହାକୁ ନେଇ ଚିନ୍ତା ମଧ୍ୟ ବଢୁଛି । ଇତିମଧ୍ୟରେ କଟକ ଏସସିବିରେ ଆଉ ଜଣେ ଶିଶୁ କୋରୋନା ସନ୍ଦିଗ୍ଦ ଥିବା ଜଣାପଡିଛି ।

ଶିଶୁଟିର ସ୍ବାବ ପରୀକ୍ଷା ପାଇଁ ପଠାଯାଇଛି । ସ୍ବାବ ରିପୋର୍ଟ ଆସିବା ପରେ ଆରମ୍ଭ ହେବ ସମସ୍ତ ଚିକିତ୍ସା ବୋଲି ମେଡିକାଲ ପକ୍ଷରୁ ସ୍ପଷ୍ଟ ହୋଇଛି । ଏହାଛଡା ଶିଶୁଭବନରେ ଖୋଲାଯାଇଛି ଏକ ସ୍ଵତନ୍ତ୍ର ଫିଭର କ୍ଲିନିକ । ଯେଉଁଥିରେ କୌଣସି ଶିଶୁ ଯଦି ଜ୍ଵର, କାଶ, ଥଣ୍ଡା ଛିଙ୍କ ଆଦି ସମସ୍ୟା ରହିଥିବ ସେଠାରେ ତାହାର ଉପଚାର କରାଯାଉଛି ।

ଯଦି କାହାର ବି ସ୍ୱାବ ଟେଷ୍ଟର ଆବଶ୍ୟକତା ପଡୁଛି ତାକୁ ସଙ୍ଗେ ସଙ୍ଗେ ଏସସିବିକୁ ସ୍ଥାନାନ୍ତରିତ କରାଯାଉଛି ବୋଲି ସ୍ପଷ୍ଟ କରିଛନ୍ତି ଶିଶୁ ଭବନ ଅଧିକ୍ଷକ ସରୋଜ ଶତପଥି । ତେବେ ବର୍ତ୍ତମାନ ସୁଦ୍ଧା 40ରୁ ଊର୍ଦ୍ଧ୍ଵ ଶିଶୁଙ୍କ ସ୍ୱାବ ଟେଷ୍ଟ ଏସସିବିରେ ହୋଇଥିବା ବେଳେ ସେମାନଙ୍କ ରିପୋର୍ଟ ନେଗେଟିଭ ଆସିଛି ବୋଲି ମେଡିକାଲ ପକ୍ଷରୁ ପ୍ରକାଶ ପାଇଛି ।

କଟକରୁ ପ୍ରଭୁ କଲ୍ୟାଣ ପାଲ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.