ETV Bharat / city

କଟକରେ କମୁଛି କୋରୋନା; ଆଜି ୪୧ ପଜିଟିଭ ଚିହ୍ନଟ, ୨୧ ଲୋକାଲ - କୋରୋନା ପଜେଟିଭ

ଆଜି(ସୋମବାର)କଟକ ମହାନଗର ନିଗମରେ ୪୧ କୋରୋନା ପଜେଟିଭ ଚିହ୍ନଟ କରାଯାଇଛି। ସେମାନଙ୍କ ମଧ୍ୟରୁ ୭ ଜଣ ହୋମ କ୍ବାରେଣ୍ଟାଇନରୁ ଚିହ୍ନଟ ହୋଇଥିବାବେଳେ ୧୩ ଜଣ ଶିକ୍ଷାନୁଷ୍ଠାନ କ୍ବାରେଣ୍ଟାଇନରୁ ଚିହ୍ନଟ ହୋଇଛନ୍ତି।

ଆଜି ୪୧ ପଜେଟିଭ ଚିହ୍ନଟ, ୨୧ ଲୋକାଲ
ଆଜି ୪୧ ପଜେଟିଭ ଚିହ୍ନଟ, ୨୧ ଲୋକାଲ
author img

By

Published : Oct 26, 2020, 9:16 PM IST

କଟକ: ରାଜ୍ୟରେ ଉପରମୁହାଁ ଥିବା କୋରୋନା ଗ୍ରାଫ ଏବେ ଖସିବାରେ ଲାଗିଛି। ଆଜି(ସୋମବାର)କଟକ ମହାନଗର ନିଗମରେ ୪୧ କୋରୋନା ପଜିଟିଭ ଚିହ୍ନଟ କରାଯାଇଛି।

ସେମାନଙ୍କ ମଧ୍ୟରୁ ୭ ଜଣ ହୋମ କ୍ବାରେଣ୍ଟାଇନରୁ ଚିହ୍ନଟ ହୋଇଥିବାବେଳେ ୧୩ ଜଣ ଶିକ୍ଷାନୁଷ୍ଠାନ କ୍ବାରେଣ୍ଟାଇନରୁ ଚିହ୍ନଟ ହୋଇଛନ୍ତି। ଏହାସହ ୨୧ ଜଣ ସ୍ଥାନୀୟ ଆକ୍ରାନ୍ତ କୋରୋନା ପଜେଟିଭ ଚିହ୍ନଟ ହୋଇଛନ୍ତି।

ଏପର୍ଯ୍ୟନ୍ତ କଟକ ମହାନଗର ନିଗମ ଅଞ୍ଚଳରୁ ୧୪ ହଜାର ୫୮୧ ଆକ୍ରାନ୍ତ ଚିହ୍ନଟ କରାଯାଇଥିଲା ବେଳେ ୧୩ ହଜାର ୬୮୫ ଜଣ ଆରୋଗ୍ୟ ହୋଇ ଘରକୁ ଫେରିଛନ୍ତି। ୬୬ ଜଣଙ୍କର ମୃତ୍ୟୁ ଘଟିଛି। ସେହିପରି ୮୩୦ ଜଣ ବିଭିନ୍ନ କୋଭିଡ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ସିଏମସି ପକ୍ଷରୁ ସୂଚନା ଦିଆଯାଇଛି।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.