କଟକ: କଟକରେ କମୁଛି କୋଭିଡ୍ ସଂକ୍ରମଣ । ଦ୍ବିତୀୟ ଲହର ଅତି ଦ୍ରୁତ ଗତିରେ ସଂକ୍ରମିତ କରୁଥିଲେ ମଧ୍ୟ କଟକ ଜିଲ୍ଲାର 1028ଟି ଗାଁ ଵା ୫୨ ପ୍ରତିଶତ ଗାଁକୁ ଛୁଇଁ ପାରିନାହିଁ କୋରୋନା । ସେପଟେ ପ୍ରାୟ ୩୦ ପ୍ରତିଶତ ଗାଁରେ ଗତ ୧୫ଦିନ ଭିତରେ ଜଣେ ଵି ସଂକ୍ରମିତ ଚିହ୍ନଟ ହୋଇନାହାଁନ୍ତି । ଅନ୍ୟପଟେ ସଂକ୍ରମିତଙ୍କୁ ତୁରନ୍ତ ଚିହ୍ନଟ କରି ଚିକିତ୍ସା କରିବା ପାଇଁ ମୋଵାଇଲ ଏକ୍ସରେ ୟୁନିଟ ଵ୍ୟଵସ୍ଥା ଆରମ୍ଭ କରିଵାକୁ ଯାଉଛି ଜିଲ୍ଲା ପ୍ରଶାସନ ।
ଏହି ଗାଁ ଗୁଡିକୁ ପ୍ରଶାସନ ଗ୍ରୀନ ଜୋନରେ ରଖିଛି । ଜିଲ୍ଲାପାଳଙ୍କ କହିଵା ଅନୁସାରେ ଗ୍ରୀନ ଜୋନରେ ଥିବା ଗାଁ ଗୁଡିକ ପାଇଁ ସ୍ବତନ୍ତ୍ର ପଦକ୍ଷେପ ନିଆଯାଇଛି । ଓ୍ବାର୍ଡ ମେମ୍ବର, ସରପଞ୍ଚ, ସ୍ବାସ୍ଥ୍ୟକର୍ମୀ, ଅଙ୍ଗନଵାଡି କର୍ମୀ, ଵିଡିଓ, ତହସିଲଦାର ଓ ଥାନା ଇନ୍ସପେକ୍ଟରଙ୍କୁ ନେଇ ଟିମ୍ ଗଠନ କରାଯାଇଛି ।
ଏହି ଗାଁ ଗୁଡିକୁ ଵାହାରୁ ଲୋକ ଆସିଲେ ସେମାନଙ୍କୁ କିଭଳି କିଛି ଦିନ ଆଇସୋଲେସନରେ ରଖାଯିଵ ସେଥିପାଇଁ ଗ୍ରାମଵାସୀଙ୍କୁ ସଚେତନ କରାଯାଉଛି । ଏହାସହ ଗ୍ରାମଵାସୀ କଡାକଡି ଭାଵେ ମାସ୍କ, ଵ୍ୟକ୍ତିଗତ ଦୂରତା ଓ ହାତ ସାନିଟାଇଜ କରିବା ନିୟମକୁ ପାଳନ କରୁଛନ୍ତି । ତେଣୁ କୋଭିଡର ପ୍ରଭାବ ସମ୍ପୃକ୍ତ ଗାଁ ଗୁଡିକରେ ନାହିଁ ଵୋଲି କହିଛନ୍ତି ଜିଲ୍ଲାପାଳ ।
କଟକରୁ ନାରାୟଣ ସାହୁ, ଇଟିଭି ଭାରତ