ETV Bharat / city

କାଲିଠୁ କଟକରେ ମିଳିବ ମାଗଣା ବୁଷ୍ଟର ଡୋଜ, ଜାଣନ୍ତୁ କେଉଁ ସ୍ଥାନରେ ହୋଇଛି ବ୍ୟବସ୍ଥା ? - କଟକରେ କେବେଠୁ ମିଳିବ ବୁଷ୍ଟର ଡୋଜ

ଶୁକ୍ରବାର ଠାରୁ କଟକରେ ବୁଷ୍ଟର ଡୋଜ୍ ଆରମ୍ଭ । ସହରର ୪ଟି ସ୍ଥାନରେ ଟୀକାକରଣ ପାଇଁ ବ୍ୟବସ୍ଥା କରାଯାଇଥିବା ସିଏମସି ସ୍ବାସ୍ଥ୍ୟ ଅଧିକାରୀଙ୍କ ସୂଚନା । ଅଧିକ ପଢନ୍ତୁ

ଶୁକ୍ରବାର ଠାରୁ କଟକରେ ମିଳିବ ମାଗଣା ବୁଷ୍ଟର ଡୋଜ, ଜାଣନ୍ତୁ କେଉଁ ସ୍ଥାନରେ ହୋଇଛି ବ୍ୟବସ୍ଥା
ଶୁକ୍ରବାର ଠାରୁ କଟକରେ ମାଗଣା ବୁଷ୍ଟର ଡୋଜ, ଜାଣନ୍ତୁ କେଉଁ ସ୍ଥାନରେ ହୋଇଛି ବ୍ୟବସ୍ଥା
author img

By

Published : Jul 14, 2022, 5:36 PM IST

କଟକ: ଶୁକ୍ରବାର ଠାରୁ କଟକରେ ଦିଆଯିବ ମାଗଣା ବୁଷ୍ଟର ଡୋଜ । ଏଥିପାଇଁ ୪ଟି ସ୍ଥାନରେ ଟୀକାକରଣ ବ୍ୟବସ୍ଥା କରାଯାଇଛି । ସିଡ଼ିଏ, ସିଟି ହସ୍ପିଟାଲ, ଚାଉଳିଆଗଞ୍ଜ ଓ କଟକ ବଡ଼ ମେଡ଼ିକାଲରେ ଟୀକାକରଣ ନେଇ ବ୍ୟବସ୍ଥା କରାଯାଇଥିବା କହିଛନ୍ତି ସିଏମସି ସ୍ବାସ୍ଥ୍ୟ ଅଧିକାରୀ ଡାକ୍ତର ସତ୍ୟବ୍ରତ ମହାପାତ୍ର ।

ପୂର୍ବ ଭଳି କୋରୋନାର ପ୍ରକୋପ ଦେଖାଯାଉ ନଥିଲେ ମଧ୍ୟ ସଂକ୍ରମଣ ବୃଦ୍ଧି ପାଉଥିବାରୁ ଚିନ୍ତା ବଢିଛି । କୋରୋନାକୁ ମାତ୍ ଦେବା ପାଇଁ ଯଦିଓ କୌଣସି ସ୍ୱତନ୍ତ୍ର ଔଷଧ ପ୍ରସ୍ତୁତ ହୋଇପାରି ନାହିଁ ତଥାପି ଟିକା ଏହାକୁ ମାତ୍ ଦେଇପାରେ ବୋଲି ଆକଳନ କରାଯାଉଛି । କାରଣ ଟୀକା ନେଇଥିବା ବ୍ୟକ୍ତିଙ୍କ ଉପରେ କୋରୋନା କୌଣସି ପ୍ରଭାବ ପକାଇପାରୁନଥିବା ଜଣାପଡିଛି । ପ୍ରଥମ ଡୋଜ ଓ ଦ୍ୱିତୀୟ ଡୋଜ ନେଇଥିବା ବ୍ୟକ୍ତିଙ୍କ ମଧ୍ୟରେ କୋରୋନାର ବିଶେଷ ପ୍ରଭାବ ପଡୁନଥିବା ବିଶେଷଜ୍ଞମାନେ ଦାବି କରିଛନ୍ତି । ଏହାକୁ ଦୃଷ୍ଟିରେ ରଖି ଦେଶବାସୀଙ୍କୁ ତୃତୀୟ ଡୋଜ ଅର୍ଥାତ ବୁଷ୍ଟର ଡୋଜ ମାଗଣାରେ ଦେବାକୁ କେନ୍ଦ୍ର ସରକାର ଘୋଷଣା କରିଛନ୍ତି ।

ଶୁକ୍ରବାର ଠାରୁ କଟକରେ ମାଗଣା ବୁଷ୍ଟର ଡୋଜ, ଜାଣନ୍ତୁ କେଉଁ ସ୍ଥାନରେ ହୋଇଛି ବ୍ୟବସ୍ଥା

ଏହି କ୍ରମରେ ଆସନ୍ତାକାଲି ଠାରୁ କଟକରେ ମାଗଣା ବୁଷ୍ଟର ଡୋଜ ଦିଆଯିବ । କଟକର ୪ଟି ସ୍ଥାନରେ ଏହି ଟୀକାକରଣ କରାଯିବ । ତେବେ ଏହାର ପ୍ରକ୍ରିୟା କିପରି ରହିବ ସେନେଇ ଯଦିଓ କୌଣସି ସ୍ପଷ୍ଟ ସୂଚନା ମିଳିପାରି ନାହିଁ, ତଥାପି ପୂର୍ବ ଭଳି ସ୍ଲଟ୍ ବୁକିଂ କରିବା ଭଳି ବ୍ୟବସ୍ଥା ରହିବ ନାହିଁ । କେବଳ ପ୍ରଥମ ଓ ଦ୍ୱିତୀୟ ଡୋଜ ଟିକା ନେଇଥିବା ସାର୍ଟିଫିକେଟ ଏବଂ ଆଧାରକାର୍ଡ ଦେଖାଇ ଟୀକା ନେଇପାରିବେ ବୋଲି କଟକ ମହାନଗର ସ୍ୱାସ୍ଥ୍ୟଧିକାରୀ ସୂଚନା ଦେଇଛନ୍ତି ।ତେବେ ୧୮ ବର୍ଷରୁ ଊର୍ଦ୍ଧ୍ବ ସମସ୍ତ ବ୍ୟକ୍ତିଙ୍କୁ ଡୋଜ ନେବାକୁ ଅନୁରୋଧ କରିଛନ୍ତି ସ୍ୱାସ୍ଥ୍ୟାଧିକାରୀ ଡାକ୍ତର ସତ୍ୟବ୍ରତ ମହାପାତ୍ର ।

ଇଟିଭି ଭାରତ, କଟକ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.