ETV Bharat / city

ଶିଳାନ୍ୟାସ ସତ: ବିରୋଧୀ କହିଲେ ମହାନଗର ନିର୍ବାଚନ ଷ୍ଟଣ୍ଟ - special pkg

ଗୋଟିଏ ନସରୁଣୁ ଆଉ ଗୋଟିଏର ଶିଳାନ୍ୟାସ । ପୂର୍ବରୁ କଟକରେ ଗୋପାଳପୁର ବସ ଷ୍ଟାଣ୍ଡ ନେଇ ଘୋଷଣା କରାଯାଇଥିବାବେଳେ ତାହା ପୁରଣ ନହେଉଣୁ ଏବେ 65 କୋଟି ବ୍ୟୟରେ ଖାନ ନଗର ଠାରେ ନିର୍ମାଣ ହେବ ବିଶ୍ବସ୍ତରୀୟ ବସଷ୍ଟାଣ୍ଡ । ଯାହାକୁ ନେଇ ସରକାରଙ୍କୁ ଟାର୍ଗେଟ କରିଛନ୍ତି ବିରୋଧୀ ।

ଶିଳାନ୍ୟାସର ନିଷ୍କର୍ଷ କେତେ ସତ
ଶିଳାନ୍ୟାସର ନିଷ୍କର୍ଷ କେତେ ସତ
author img

By

Published : Jan 31, 2021, 3:09 PM IST

କଟକ: 65 କୋଟି ବ୍ୟୟରେ ଖାନ ନଗର ଠାରେ ନିର୍ମାଣ ହେବ ବିଶ୍ବସ୍ତରୀୟ ବସଷ୍ଟାଣ୍ଡ । ଯେଉଁଥିରେ ରହିବ ସବୁ ସୁବିଧା । ଏନେଇ ସୁବାଷ ବୋଷଙ୍କ ଜନ୍ମ ତିଥି ଦିନ ଏହି ବସ ଟର୍ମିନାଲ ପାଇଁ ଶୁଭ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ହେଲେ ମନରେ ପ୍ରଶ୍ନ ଉଠୁଛି ପୂର୍ବରୁ ଗୋପାଳପୁର ବସ ଷ୍ଟାଣ୍ଡ ନେଇ ସ୍ବପ୍ନ ଦେଖିଥିବା ରାଜ୍ୟ ସରକାର ଏବେ କଣ ପାଇଁ ଚୁପ୍‌ । 2012 ମସିହାରୁ ଏହି ବସ ଷ୍ଟାଣ୍ଡ ପାଇଁ ଆରମ୍ଭ ହୋଇଥିଲା ବ୍ଲୁ ପ୍ରିଣ୍ଟ । ପ୍ରଥମରୁ 42 ଏକର ଜମି ମଧ୍ୟ ଚିହ୍ନଟ ହୋଇଥିଲା । ହେଲେ ସମୟ ଗଡ଼ିବା ସହ ଏକର ଏକର ଜମି ର ମଧ୍ୟ ପତ୍ତା ମିଳିଲା ନାହିଁ । ତେବେ ବାକି ଜମି ଗଲା କୁଆଡେ । ଦେଖନ୍ତୁ ଈଟିଭି ଭାରତର ସ୍ପେଶାଲ ରିପୋର୍ଟ ।

ଶିଳାନ୍ୟାସର ନିଷ୍କର୍ଷ କେତେ ସତ

ତେବେ ଏହି ପ୍ରକଳ୍ପର ଶିଳାନ୍ୟାସରେ କେତେ ସତ୍ୟତା ରହିଛି ? ପୂର୍ବରୁ କଟକ ଗୋପାଳପୁର ନିକଟରେ ମଧ୍ୟ ଏକ ବସ ଷ୍ଟାଣ୍ଡ ହେବା ନେଇ ସ୍ବପ୍ନ ଦେଖିଥିଲେ ମୁଖ୍ୟମନ୍ତ୍ରୀ । ଏନେଇ 2012 ମସିହାରୁ ଆରମ୍ଭ ହୋଇଥିଲା କସରତ । ଶେଷରେ 42 ଏକର ଜମି ମଧ୍ୟ ଚିହ୍ନଟ ହୋଇଥିଲା । ସମୟ ଗଡିବା ସହ ଜମିର ହିସାବ ପାଇବାରେ ମଧ୍ୟ ଅସମର୍ଥ ହୋଇଥଲେ ସ୍ଥାନୀୟ ପ୍ରଶାସନ । ତେଣୁ ଯେତିକି ଜମିର ଗ୍ରୀନ ସିଗ୍‌ନାଲ ପାଇଲେ ଏହି ଜମିରେ ଲଗାଗଲା ପ୍ରାଚୀର । ସେନେଇ ମଧ୍ୟ ଖର୍ଚ୍ଚ ହୋଇଛି 4 କୋଟି ଟଙ୍କା । 2018 ମସିହାରେ ଶିଳାନ୍ୟାସ ମଧ୍ୟ ହେଲା । ହେଲେ ଏହାରି ଭିତରେ ପୁରିଛି 3 ବର୍ଷ । କୁଆଡେ ଗଲା ସରକାରଙ୍କ କାମ । କେବଳ ଲୋକଙ୍କ ଟିକସ ଟଙ୍କାକୁ ହରିଲୁଟ କରିବା ଛଡା ସରକରଙ୍କ ଆଉ କିଛି କାମ ନାହିଁ ବୋଲି ସିଧାସଳଖ କହିଛନ୍ତି ସୂଚନା ଅଧିକାର କର୍ମୀ ।

ଅନ୍ୟପଟେ ସରକାରଙ୍କ ଗୋପାଳପୁର ବସ ଷ୍ଟାଣ୍ଡ ସ୍ବପ୍ନକୁ ନେଇ ବର୍ଷିଛନ୍ତି ଉଭୟ କଂଗ୍ରେସ ଓ ବିଜେପି । ଆଉ କେତେ ବର୍ଷ ଗଲେ ଗୋପାଳପୁର ବସ ଷ୍ଟାଣ୍ଡ ପ୍ରକଳ୍ପ ତାର ପରିଚୟ ପାଇବ । 42 ଏକର ଜମିରୁ ଆଉ କେତେ ଏକର ଜମି ହରାଇବେ ସରକାର । କଟକିଆଙ୍କ ସହ ଖେଳି ତାଙ୍କୁ ନୂଆ ବସ ଟର୍ମିନାଲର ଲଲିପପ ଖୁଆଉଛନ୍ତି ସରକାର । ଆଗକୁ କର୍ପୋରେଟ ନିର୍ବାଚନ ଆସୁଥିବାରୁ ସରକାରଙ୍କ ଏହା ଗୋଟିଏ ଭେଳିକି ବୋଲି ସ୍ପଷ୍ଟ କରିଛି ଉଭୟ ଦଳ ।

ଗୋଟିଏ ପଟେ ସରକାରଙ୍କ 65 କୋଟିର ନୂଆ ବସ ଟର୍ମିନାଲର ସ୍ବପ୍ନ । ଅନ୍ୟପଟେ ପୂର୍ବରୁ ଗୋପାଳପୁରରେ ଚିହ୍ନଟ ରହିଥିବା ଜମିରେ ବସ ଷ୍ଟାଣ୍ଡ କାମ ଏଯାଏଁ ଆରମ୍ଭ ବି ହୋଇନି । ଯାହାକୁ ନେଇ ସାଧାରଣ ଜନତାଙ୍କ ମନରେ ପ୍ରଶ୍ନ ଉଠିବା ସ୍ବାଭାବିକ । ସରକାର ଏତେ ତରବର କ'ଣ ପାଇଁ । ପ୍ରଥମେ ଗୋପାଳପୁର ବସ ଷ୍ଟାଣ୍ଡର ସମସ୍ତ ତଥ୍ୟ ସମ୍ନାରେ ରଖନ୍ତୁ ତାହାପରେ ଖାନ ନଗର ବସ ଟର୍ମିନାଲ କଥା ଆଲୋଚନା କରିବେ ଯୁକ୍ତି ବାଢିଛନ୍ତି ବିରୋଧୀ ।

କଟକରୁ ପ୍ରଭୁକଲ୍ୟାଣ ପାଲ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.