ETV Bharat / city

ଶ୍ରମିକ ଶୋଷଣ ପ୍ରତିବାଦରେ ଗର୍ଜିଲେ କଣ୍ଟ୍ରାକ୍ଟ ଲେବର ୟୁନିୟନ

author img

By

Published : Apr 24, 2022, 10:59 AM IST

ଠିକା ଶ୍ରମିକ ଶୋଷଣ ପ୍ରତିବାଦରେ ସରକାରଙ୍କ ଉପରେ ବର୍ଷିଲେ ଏନ୍.ଆର୍.ଆର୍.ଆଇ କଣ୍ଟ୍ରାକ୍ଟ ଲେବର ୟୁନିୟନ । କଟକ ବିଦ୍ୟାଧରପୁର ସ୍ଥିତ ଜାତୀୟ ଧାନ ଗବେଷଣା କେନ୍ଦ୍ରର ଶ୍ରମିକମାନଙ୍କ ବିଭିନ୍ନ ଦାବିକୁ ନେଇ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ଅଧିକ ପଢ଼ନ୍ତୁ

labour protest in cuttack
ଶ୍ରମିକ ଶୋଷଣ ପ୍ରତିବାଦରେ ଗର୍ଜିଲେ କଣ୍ଟ୍ରାକ୍ଟ ଲେବର ୟୁନିୟନ

କଟକ: ଠିକା ଶ୍ରମିକ ଶୋଷଣ ପ୍ରତିବାଦରେ ସରକାରଙ୍କ ଉପରେ ବର୍ଷିଲେ ଏନ୍.ଆର୍.ଆର୍.ଆଇ କଣ୍ଟ୍ରାକ୍ଟ ଲେବର ୟୁନିୟନ । କଟକ ବିଦ୍ୟାଧରପୁରସ୍ଥିତ ଜାତୀୟ ଧାନ ଗବେଷଣା କେନ୍ଦ୍ରର ଶ୍ରମିକମାନଙ୍କ ବିଭିନ୍ନ ଦାବିକୁ ନେଇ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ଶ୍ରମିକମାନଙ୍କୁ ନିୟମିତ କାର୍ଯ୍ୟ ସହିତ ଉଚିତ ସମୟରେ ବେତନ ଦେବାପାଇଁ ମଜଦୁର ସଂଗଠନ ପକ୍ଷରୁ ଦାବି କରାଯାଇଛି ।

ଏସିଆ ମହାଦେଶର ସର୍ବବୃହତ ଜାତୀୟ ଧାନ ଗବେଷଣା କେନ୍ଦ୍ରଟି ୪୫୦ ଏକର ଜମିରେ ନିର୍ମିତ । ଯାହା ବର୍ତ୍ତମାନ ନିଜର ଅସ୍ତିତ୍ବ ହରାଇବାକୁ ବସିଛି । ରକ୍ଷଣାବେକ୍ଷଣ ଠିକରୂପେ କାର୍ଯ୍ୟକାରୀ ହେଉ ନଥିବାବେଳେ ଅଧା ଜମି ଖାଲିରେ ପଡିଛି । ଏଠାରେ ଲକ୍ଷାଧିକ ଟଙ୍କା ଦରମା ପାଉଥିବା ଅଧିକାରୀ ଓ କର୍ମଚାରୀମାନେ ଅନୁଷ୍ଠାନ ପ୍ରତି ଗୁରୁତ୍ବ ଦେଉନଥିବା ଶ୍ରମିକ ସମଗଠନ ଅଭିଯୋଗ କରିଛି । ପୂ୍ର୍ବରୁ ୫୦୦କର୍ମଚାରୀ କାମ କରୁଥିବାବେଳେ ଏବେ କୃଷି ବିଭାଗରେ ୨୫୦ଜଣ ଠିକାଦାରଙ୍କ ଅଧିନରେ କାର୍ଯ୍ୟ ଚାଲିଛି ଏବଂ ୨୫ ବର୍ଷ ଧରି କାର୍ଯ୍ୟ କରି ଆସୁଥିବା ଠିକା ଶ୍ରମିକମାନଙ୍କୁ ନିୟମିତ କାର୍ଯ୍ୟ ଯୋଗାଇ ଦିଆଯାଉନାହିଁ । ଏଥିସହ ଠିକ ସମୟରେ ବେତନ ଦିଆଯାଉନାହିଁ । ପ୍ରାବିଡେଣ୍ଟ ଫଣ୍ଡ ବାବଦକୁ ଶ୍ରମିକମାନଙ୍କ ନିକଟରୁ କଟାଯାଉଥିବା ଟଙ୍କା ଡିପୋଜିଟ୍ କରାଯାଉନାହିଁ ।

ଗବେଷଣା କେନ୍ଦ୍ରରେ ବାରମ୍ବାର ଏଭଳି ସମସ୍ୟା ଦେଖାଦେବାରୁ ଗତବର୍ଷ କୋରୋନା ସମୟରେ ଏକମାସ ଧରି କାର୍ଯ୍ୟବନ୍ଦ ଆନ୍ଦୋଳନ ହୋଇଥିଲା । ସଂଘର କାର୍ଯ୍ୟକର୍ତ୍ତାଙ୍କ ସହ ବିଭାଗୀୟ ନିର୍ଦ୍ଦେଶକ ଉଚ୍ଚ ପଦାଧିକାରୀମାନଙ୍କ ସହିତ ସମସ୍ୟାର ସମାଧାନ ପାଇଁ ଏକ ଚୁକ୍ତିନାମା କରାଯାଇଥିଲା । ମାତ୍ର ଦୁଇ ବର୍ଷ ବିତି ଯାଇଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ କାର୍ଯ୍ୟକାରୀ କରାଯାଉନାହିଁ । ବରଂ ଦିନକୁ ଦିନ ଠିକାଦାରମାନଙ୍କର ମନମୁଖି ଶାସନ ବଢ଼ି ଚାଲିଛି । ଫଳରେ ଶ୍ରମିକମାନେ ବାଧ୍ୟ ହୋଇ କାର୍ଯ୍ୟ ବନ୍ଦଆନ୍ଦୋଳନ ଡାକରା ଦେଇଛନ୍ତି ।

କଟକରୁ ପ୍ରଭୁକଲ୍ୟାଣ ପାଲ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.