ETV Bharat / city

ମମିତାଙ୍କୁ ନ୍ୟାୟ ପାଇଁ ଆନ୍ଦୋଳନ ଜାରି ରଖିବ କଂଗ୍ରେସ: ମୋକିମ

author img

By

Published : Nov 9, 2021, 11:16 AM IST

ରବିବାର ମମିତାଙ୍କ ପରିବାର ତରଫରୁ ଜାରି ହୋଇଥିବା ଭିଡିଓରେ ପ୍ରତିକ୍ରିୟା ରଖିଲେ କଟକ ବାରବାଟୀ ବିଧାୟକ ଇଂ ମହମ୍ମଦ ମୋକିମ । ରାଜ୍ୟ ସରକାର ମମିତାଙ୍କ ପରିବାରକୁ ପ୍ରଲୋଭିତ କରିଥିବା କହିଛନ୍ତି ମୋକିମ । ଅଧିକ ପଢନ୍ତୁ..

ମମିତା ହତ୍ୟା ମାମଲା, ନ୍ୟାୟ ପାଇଁ ଆନ୍ଦୋଳନ ଜାରି ରଖିବ କଂଗ୍ରେସ: ମୋକିମ

କଟକ: ମମିତା ମେହେର ମୃତ୍ୟୁ ଘଟଣାକୁ ନେଇ ଗତକାଲି ମମିତାଙ୍କ ପରିବାର ତରଫରୁ ଏକ ଭିଡିଓ ଜାରି ହୋଇଥିଲା । ଯେଉଁଥିରେ କି ମମିତାଙ୍କ ବାପା ମୋ ଝିଅକୁ ନେଇ ରାଜନୀତି ନ କରିବାକୁ ନିବେଦନ କରିଥିଲେ । ଏଥି ସହ ତଦନ୍ତ ପ୍ରକ୍ରିୟା ନେଇ ସେ ସନ୍ତୁଷ୍ଟ ଥିବା ସହ ମୁଖ୍ୟମନ୍ତ୍ରୀ ନ୍ୟାୟ ଦେବେ ବୋଲି କହିଥିଲେ ମମିତାଙ୍କ ବାପା । ତେବେ ଏହାକୁ ତୀବ୍ର ସମାଲୋଚନା କରିଛନ୍ତି କଟକ ବାରବାଟୀ ବିଧାୟକ ଇଂ ମହମ୍ମଦ ମୋକିମ ।

ସେ କହିଛନ୍ତି ଯେ ରାଜ୍ୟ ସରକାର ମମିତାଙ୍କ ପରିବାରକୁ ପ୍ରଲୋଭିତ କରିଛନ୍ତି । ଯାହାଫଳରେ ମମିତାଙ୍କ ପରିବାର ଲୋକ ଏବେ ସରକାରଙ୍କ ସପକ୍ଷରେ ମତ ଦେଉଛନ୍ତି । ତେବେ ଯେତେ ପ୍ରଲୋଭିତ ହେଲେ ବି ମମିତାଙ୍କୁ ନ୍ୟାୟ ପାଇଁ କଂଗ୍ରେସ ଆନ୍ଦୋଳନ ଜାରି ରଖିବ । ସରକାରଙ୍କ ପତନ ସମୟ ଆସିଗଲା ଏବଂ ସାଧାରଣ ଲୋକ ଏହାର ଉଚିତ ଜବାବ ଦେବେ ବୋଲି ମୋକିମ କହିଛନ୍ତି । କଂଗ୍ରେସ ମମିତାଙ୍କୁ ନ୍ୟାୟ ଦେବା ପାଇଁ ଉଦ୍ୟମ ଜାରି ରଖିବ ବୋଲି କହିଛନ୍ତି ବାରବାଟୀ ବିଧାୟକ ଇଂ ମହମ୍ମଦ ମୋକିମ । ।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.