କଟକ: ହାଥରସ ଦଳିତ ନାବାଳିକା ଦୁଷ୍କର୍ମ ମାମଲାରେ ଆଜି କଂଗ୍ରେସର ଦେଶବ୍ୟାପୀ ମୌନ ସତ୍ୟାଗ୍ରହ କରିଛି । ତେବେ କଟକରେ ମଧ୍ୟ ପ୍ରଦେଶ କଂଗ୍ରେସ ଏହି ସତ୍ୟାଗ୍ରହରେ ସାମିଲ ହୋଇଛି । କଟକ ନଗର କଂଗ୍ରସ ପକ୍ଷରୁ ଗାନ୍ଧୀ ପ୍ରତିମୂର୍ତ୍ତି ତଳେ ମୌନ ସତ୍ୟାଗ୍ରହ ଆନ୍ଦୋଳନ କରିଥିବା ଦେଖିବାକୁ ମିଳିଛି । ପୀଡିତା ନାବାଳିକାଙ୍କୁ କଂଗ୍ରେସ ନ୍ୟାୟ ଦେବାକୁ ଯାଇଥିବା ବେଳେ ଯୋଗୀ ସରକାର ସେମାନଙ୍କୁ ଦୁର୍ବ୍ୟବହାର କରିଛନ୍ତି। ଯାହାକୁ ନେଇ କଂଗ୍ରେସ ଆଜି ଦେଶବ୍ୟାପୀ ମୌନ ସତ୍ୟାଗ୍ରହ କରିଛି ।
କଟକରୁ ନାରାୟଣ ସାହୁ, ଇଟିଭି ଭାରତ