କଟକ: ଦରବୃଦ୍ଧି ଓ ବେକାରୀ ସମସ୍ୟା ପ୍ରତିବାଦରେ ଦେଶବ୍ୟାପୀ ବିକ୍ଷୋଭ ପ୍ରଦର୍ଶନ କରିଛି କଂଗ୍ରେସ । ସଡକରୁ ନେଇ ସଂସଦ ଭବନ ପର୍ଯ୍ୟନ୍ତ ରାଜରାସ୍ତାକୁ ଓହ୍ଲାଇଛି କଂଗ୍ରେସ । ଦରବୃଦ୍ଧି ଓ ବେକାରୀକୁ ନେଇ ଗର୍ଜିଛି କଂଗ୍ରେସ । ଦିଲ୍ଲୀରୁ ଭୁବନେଶ୍ବର ସବୁଛି ବିକ୍ଷୋଭ । କଟକରେ ମଧ୍ୟ ଜୋରଦାର ବିକ୍ଷୋଭ ପ୍ରଦର୍ଶନ ହୋଇଛି । ସରକାର ନ ଚେତିଲେ କୌଣସି ବିଜେପି କମ୍ବା ବିଜେଡି ନେତାଙ୍କୁ କଟକ ସହରରେ ପଶିବାକୁ ଦିଆଯିବ ନାହିଁ ବୋଲି କହିଛନ୍ତି କଟକ ଜିଲ୍ଲା କଂଗ୍ରେସ ସଭାପତି ମାନସ ଚୌଧୁରୀ ।
ମାନସ ଚୌଧୁରୀ କହିଛନ୍ତି, "କଟକରେ ପାଦ ରଖି ପାରିବେନି ବିଜେଡି ଓ ବିଜେପି ନେତା । ପାଦ ରଖିବା ପୂର୍ବରୁ ଶହେ ଥର ଭାବିବେ ଉଭୟ ଦଳ । ତୀବ୍ର ବିରୋଧର ସାମ୍ନା କରିବେ ଉଭୟ ଦଳର ନେତା ।" ଦର ଦାମ ବୃଦ୍ଧି ଆନ୍ଦୋଳନ ସମୟରେ ଏପରି ଚେତାବନୀ ଦେଇଛି କଂଗ୍ରେସ । ସାମାଜିକ ଗଣମାଧ୍ୟମରେ ଆମେ ଯଥେଷ୍ଟ ସମର୍ଥନ ପାଉଛି । ମୋଦି ସରକାର ଓ ନବୀନ ସରକାରଙ୍କ ନିଦ ନିଶ୍ଚିନ୍ତ ଭାଙ୍ଗିବ । ନଚେତ ସେମାନଙ୍କୁ ରାଜରାସ୍ତାରେ ଚଲେଇ ଦିଆଯିବ ନାହିଁ ବୋଲି କହିଛି କଂଗ୍ରେସ ।
ପ୍ରକାଶ ଥାଉ କି, ଆସନ୍ତା ୮ ତାରିଖରେ କେନ୍ଦ୍ର ଗୃହ ରାଷ୍ଟ୍ରମନ୍ତ୍ରୀ ଅମିତ ସାହା ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କଟକ ଗସ୍ତ କରିବେ । ଏହା ପୂର୍ବରୁ ଏପରି ଚରମବାଣୀ ଶୁଣାଇଛି କଂଗ୍ରେସ । ତେବେ ଦୀର୍ଘଦିନ ଧରି ଉଭୟ କେନ୍ଦ୍ର ରାଜ୍ୟରେ ଶାସନ କରିବା ପରେ ଦେଶରେ ରାଜ୍ୟରେ ଯେଉଁ ସ୍ଥିତି ସୃଷ୍ଟି ହୋଇଛି ସେଥିପାଇଁ ଦାୟୀ ହୋଇଛନ୍ତି ଉଭୟ ସରକାର ।
ବର୍ତ୍ତମାନ ଦର ଦାମ ବୃଦ୍ଧି, ଉତ୍କଟ ବେକାରୀ, ସମସ୍ୟା ଆଦି ଦୃଷ୍ଟି ଗୋଚର ହେଉଛି । ଯାହାପାଇଁ କେବଳ ଉଭୟ କେନ୍ଦ୍ର ଓ ରାଜ୍ୟ ଦାୟୀ ବୋଲି କହିଛନ୍ତି ଜିଲ୍ଲା କଂଗ୍ରେସ ସଭାପତି ମାନସ ଚୌଧୁରୀ ।