ETV Bharat / city

‘ଦଳ ନୁହେଁ, ବ୍ୟକ୍ତିର କାମ ଦେଖି ଜନତା ଭୋଟ ଦେବେ’ - Cuttack

କଟକ ବାରବାଟୀରେ କଂଗ୍ରେସର ପଦଯାତ୍ରା । ଡୋର ଟୁ ଡୋର କ୍ୟାମ୍ପନିଙ୍ଗ କରିଛନ୍ତି କଂଗ୍ରେସ ବିଧାୟକ ପ୍ରାର୍ଥୀ ମହମ୍ମଦ ମୁକିମ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, କଟକ
author img

By

Published : Mar 28, 2019, 6:48 PM IST

କଟକ: 52 ବଜାର 53 ଗଳିର ସହର କଟକ । ସମସ୍ୟାରେ ଭରପୁର । ଯେଉଁଠି ଦେଖିଲେ କୁଢକୁଢ ଆବର୍ଜନା । ଟିକିଏ ବର୍ଷା ହେଲେ ଆଣ୍ଠୁଏ ପାଣି । ନିର୍ବାଚନୀ ଋତୁରେ ଆଶାୟୀଙ୍କ ଏହା ମୁଦ୍ଦା ହେବା ସ୍ବାଭାବିକ କଥା । କଟକ ବାରବାଟୀ କଂଗ୍ରେସ ବିଧାୟକ ପ୍ରାର୍ଥୀ ମହମ୍ମଦ ମୁକିମ ଏଭଳି କିଛି ମୁଦ୍ଦା ନେଇ କରିଛନ୍ତିଡୋର ଟୁ ଡୋର କ୍ୟାମ୍ପନିଙ୍ଗ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, କଟକ

ଗୁରୁବାର ସହରରେ କଂଗ୍ରେସ ପକ୍ଷରୁ ଅନୁଷ୍ଠିତ ହୋଇଛି ପଦଯାତ୍ରା । ଆଉ ଏହି ପଦଯାତ୍ରାରେ ରାଜ୍ୟ ସରକାରଙ୍କୁ ଏଭଳି କିଛି ପ୍ରସଙ୍ଗରେ ଟାର୍ଗେଟ କରିଥିଲେ ମହମ୍ମଦ ମୁକିମ। ଗଳି ଗଳି ବୁଲି ଲୋକଙ୍କୁ ଭେଟିଥିଲେ । ସମସ୍ୟା ବୁଝିଥିଲେ ଏବଂ ସମାଧାନର ପ୍ରତିଶ୍ରୁତି ମଧ୍ୟ ଦେଇଥିଲେ ।

କଂଗ୍ରେସ ଆଶାୟୀ ପ୍ରାର୍ଥୀ କହିଛନ୍ତି, କଟକ ସହରର ଏହି ଦୁଃଖ ଓ ଦୁର୍ଦ୍ଦଶା ପାଇଁ କେବଳ ମୁଖ୍ୟମନ୍ତ୍ରୀ ଦାୟୀ । ଦଳ ନୁହେଁ, ଲୋକମାନେ ଏବେ ବ୍ୟକ୍ତିର କାମ ଦେଖି ଭୋଟ ଦେବେ ।

କଟକରୁ ପ୍ରଭୁକଲ୍ୟାଣ ପାଲ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.