ETV Bharat / city

ଦଳର ଖରାପ ସମୟରେ କଂଗ୍ରେସ କର୍ମୀ ହାତ ଛାଡିବା ଠିକ୍ ନୁହେଁ: ବିଧାୟକ ମହମ୍ମଦ ମୋକିମ

author img

By

Published : Aug 9, 2022, 8:18 PM IST

30 ରୁ ଊର୍ଦ୍ଧ୍ବ କଂଗ୍ରେସ କର୍ମୀ ଦଳ ଛାଡିବା ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଲେ ବାରବାଟୀ କଟକ ବିଧାୟକ ଇଂ ମହମ୍ମଦ ମୋକିମ । ଦଳର ଖରାପ ସମୟରେ ହାତ ଛାଡିବା ଉଚିତ୍ ନୁହେଁ, ମୁଁ କଂଗ୍ରେସ ସହ ଅଛି କହିଲେ । ଅଧିକ ପଢନ୍ତୁ

ଖରାପ ସମୟରେ କଂଗ୍ରେସ କର୍ମୀ ଦଳ ଛାଡିବା ଅନୁଚିତ : ବିଧାୟକ ମହମ୍ମଦ ମୋକିମ

କଟକ: 30 ରୁ ଊର୍ଦ୍ଧ୍ବ କଂଗ୍ରେସ କର୍ମୀ ଦଳ ଛାଡିବା ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଲେ କଂଗ୍ରେସ ନେତା ତଥା ବାରବାଟୀ କଟକ ବିଧାୟକ ଇଂ ମହମ୍ମଦ ମୋକିମ । ଦଳ ଛାଡିଥିବା ସଦସ୍ୟମାନେ ତାଙ୍କୁ ଜଣାଇ ନଥିବା ସେ କହିଛନ୍ତି । ଏହା ସହ ଦଳ ଏକ ଖରାପ ସମୟ ଦେଇ ଗତି କରୁଛି । ତେଣୁ ଏହି ସମୟରେ କେହି ଦଳ ଛାଡିବା କଥା ନୁହେଁ ବୋଲି ମୋକିମ କହିଛନ୍ତି । କଣ ପାଇଁ ଦଳ ଛାଡିଲେ ସେମାନଙ୍କ ସହ ଆଲୋଚନା କରିବେ ବୋଲି କହିଛନ୍ତି ମୋକିମ ।

ବଦଳୁଛି ରାଜ୍ୟ ରାଜନୈତିକ ପାଣିପାଗ । ରାଜ୍ୟରେ ଶକ୍ତି ଗୋଟାଉଛି କି ବିଜେପି ? ଦୁର୍ବଳ ହେଉଛି କି କଂଗ୍ରେସ ? ବଦଳିପାରେ କି ୨୦୨୪ ସମୀକରଣ । ଏପରି ଅନେକ ପ୍ରଶ୍ନବାଚୀ ଉଙ୍କି ମାରୁଛି ରାଜନୈତିକ ବିଶାରଦମାନଙ୍କ ମଧ୍ୟରେ । ୨୦୨୪ ସାଧାରଣ ନିର୍ବାଚନ ପାଖେଇ ଆସୁ ଥିବାବେଳେ ରାଜନୈତିକ ଉଷ୍ମତା ଆରମ୍ଭ ହୋଇଯାଇଛି । ଏକଥା ଆମେ କହୁ ନାହୁଁ ବରଂ ଗତ କିଛି ଦିନ ହେଲା ରାଜ୍ୟରେ ଚାଲିଥିବା ରାଜନୈତିକ ପାଣିପାଗ କହୁଛି ।

କଂଗ୍ରେସ ନେତା ମହମ୍ମଦ ମୋକିମ ରାଷ୍ଟ୍ରପତି ନିର୍ବାଚନରେ ବିଜେପି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କୁ ଭୋଟ ଦେବା, ଏହାର କିଛି ଦିନ ପରେ ଓଡ଼ିଶାର ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ମୋକିମଙ୍କ ଘରକୁ ଆସିବା ଏବଂ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ କଟକ ଗସ୍ତର ଦିନକ ପରେ ଏତେ ସଂଖ୍ୟକ କଂଗ୍ରେସ ନେତା ଦଳ ଛାଡିବା ଘଟଣା ରାଜନୈତିକ ସ୍ତରରେ ଏକ ବଡ଼ ଧରଣର ପରିବର୍ତ୍ତନ ଆଡକୁ ଇଙ୍ଗିତ କରୁଥିବା ଚର୍ଚ୍ଚା ହେଉଛି ।

ଏସବୁ ମଧ୍ୟରେ ପ୍ରତିକ୍ରିୟା ରଖି ମୋକିମ କହିଛନ୍ତି, ଦଳର ଖରାପ ସମୟରେ ହାତ ଛାଡିଦେବା ଉଚିତ୍ ନୁହେଁ । ମୁଁ କଂଗ୍ରେସ ସହ ଅଛି ବୋଲି କହିଛନ୍ତି ମୋକିମ । ତେବେ ସବୁଠୁ ବଡ଼ କଥା ହେଉଛି କି ଦଳ ଛାଡିଥିବା କଂଗ୍ରେସ ନେତାଙ୍କ ମଧ୍ୟରେ ଅନେକ ନେତା ମହମ୍ମଦ ମୋକିମଙ୍କ ଅତି ନିକଟତର ଓ ଘନିଷ୍ଠ ମଧ୍ୟ ।

ଇଟିଭି ଭାରତ, କଟକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.