କଟକ: ଜିଲ୍ଲା ମହାନଗର ନିଗମରେ ଜଣେ କର୍ପୋରେଟର ପ୍ରାର୍ଥୀଙ୍କୁ ହତ୍ୟା ମିଳିଥିବା ଅଭିଯୋଗ ହୋଇଛି । କଟକ ୫୦ ନମ୍ବର ୱାର୍ଡ୍ର କଂଗ୍ରେସ କର୍ପୋରେଟର ପ୍ରାର୍ଥୀ ସନ୍ତୋଷ କୁମାର ଭୋଳଙ୍କୁ ମିଳିଛି ହତ୍ୟା ଧମକ । ଗତକାଲି ରାତିରେ ବିରୋଧୀ ଦଳ ଉକ୍ତ ୱାର୍ଡରେ ଟଙ୍କା ବାଣ୍ଟୁଥିଲେ । ଏହି ସମୟରେ ସନ୍ତୋଷ ପ୍ରଶ୍ନ କରିବାରୁ ସନ୍ତୋଷଙ୍କୁ ଜୀବନରୁ ମାରିଦେବା ପାଇଁ ଧମକ ମିଳିଛି । ଏନେଇ କର୍ପୋରେଟର ପ୍ରାର୍ଥୀ ପୋଲିସର ଦ୍ୱାରସ୍ତ ହୋଇଛନ୍ତି ।
ଆଜି କଟକ ଅତରିକ୍ତ ଡିସିପି ଓ ସ୍ଥାନୀୟ ଏସିପି ଓ ପୋଲିସ ଅଧିକାରୀ ସନ୍ତୋଷଙ୍କ କାର୍ଯ୍ୟାଳୟରେ ପହଞ୍ଚି ତଦନ୍ତ ଅଭିଯୋଗ ନେଇ ତଦନ୍ତ ଆରମ୍ଭ କରିଛନ୍ତି । ଅଭିଯୋଗ ପରେ ଏ ଦିଗରେ ଅଧିକ ପଚରାଉଚରା ଆରମ୍ଭ କରିଛି ପୋଲିସ । ସେପଟେ ଯଥାଶୀଘ୍ର ଟଙ୍କା ବାଣ୍ଟୁଥିବା ଲୋକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରିଛନ୍ତି କର୍ପୋରେଟର ପ୍ରାର୍ଥୀ ସନ୍ତୋଷ କୁମାର ଭୋଳ ।
କଟକରୁ ପ୍ରଭୁକଲ୍ୟାଣ ପାଲ, ଇଟିଭି ଭାରତ