କଟକ: କମିଶନରେଟ ପୋଲିସ ଡାକିଲା ଦୁର୍ଗା ପୂଜା ପ୍ରସ୍ତୁତି ବୈଠକ । ସମସ୍ତ ପୂଜା କମିଟି ଓ ଶାନ୍ତି କମିଟିଙ୍କ ମତ ନେବା ସହ କିପରି ସରକାରଙ୍କ SOP ଆଧାରରେ ପୂଜା ହେବ, ତାହାକୁ ନେଇ ସମସ୍ତ କର୍ମକର୍ତ୍ତାଙ୍କ ସହ ଆଲୋଚନା କରିଛନ୍ତି ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ ।
ପୂଜାକୁ ନେଇ ସମସ୍ତ ଦିଗରେ ଆଲୋଚନା ହୋଇଛି । ଭସାଣି କେତେ ଦିନ ହେବ ତାହା ଆଗାମୀ ଦିନରେ ମିଟିଂ ପରେ ସ୍ପଷ୍ଟ ହେବ। ଏହାସହ କିପରି ପୂଜା ସମୟରେ ଦାଦାଵଟି ନାଁ ଅଭିଯାନକୁ ଆହୁରି ମଜବୁତ କରାଯିବ ତାହା ଉପରେ ବି ରହିବ ଫୋକସ । ଏହାସହ ଯେଉଁଠି ବି ଛୋଟ ଅଭିଯୋଗ ଆସିବ ତାହାକୁ ପ୍ରଥମେ ତଦନ୍ତ କରାଯିବ ବୋଲି କହିଛନ୍ତି କମିଶନର ସୌମେନ୍ଦ୍ର ।
ଏହି ବୈଠକରେ ଉପସ୍ଥିତ ଥିବା ସମସ୍ତ ପୂଜା କମିଟିର ସଦସ୍ୟମାନେ ମା'ଙ୍କ ପୂଜାକୁ ସୁରୁଖୁରୁରେ ତଥା କୋଭିଡ଼ ନିୟମ ସହିତ ପାଳନ କରିବାକୁ ପ୍ରତିଶ୍ରୁତି ଦେଇଛନ୍ତି ବୋଲି କହିଛନ୍ତି ସୌମେନ୍ଦ୍ର । ସମସ୍ତେ ଏକ ମନ ଏକ ପ୍ରାଣ ନେଇ କରିବେ ପୂଜା । ସେପଟେ ଏହି ପୂଜାକୁ ନେଇ ଥିବା ଅନ୍ୟ ସମସ୍ୟା ସମ୍ପର୍କରେ ଥାନାରେ ବୈଠକ ଡକାଯାଇ ସମାଧାନ କରାଯିବ । ଏହାସହିତ ସମସ୍ତ ପୂଜା କମିଟି ସଦସ୍ୟ ଭାଇଚାରାର ସହର କଟକରେ ସୁରୁଖୁରୁରେ ପୂଜା କରିବେ ବୋଲି କମିଶନର ଦୃଢ ବିଶ୍ବାସ ରଖିଛନ୍ତି ବୋଲି କହିଛନ୍ତି ।
କଟକରୁ ପ୍ରଭୁକଲ୍ୟାଣ ପାଲ, ଇଟିଭି ଭାରତ