ETV Bharat / city

କମିଶନରେଟ ପୋଲିସର କାଳୀ ପୂଜା ସମନ୍ବୟ ବୈଠକ, ସାମିଲ ହେଲେ ପୂଜା ଓ ଶାନ୍ତି କମିଟି କର୍ମକର୍ତ୍ତା - Commissionerate Police

ଆସନ୍ତା ମାସ 4 ତାରିଖରେ କାଳୀ ପୂଜା । କମିଶନରେଟ ପୋଲିସ ଡାକିଲା ସମନ୍ବୟ ବୈଠକ। ସାମିଲ ହେଲେ ପୂଜା କମିଟି ଓ ଶାନ୍ତି କମିଟି ସଦସ୍ୟ । କଟକରେ ପ୍ରାୟ ୭୦ ମଣ୍ଡପରେ ପୂଜା ପାଇବେ ମା’ । ଅଧିକ ପଢନ୍ତୁ...

କମିଶନରେଟ ପୋଲିସର କାଳୀ ପୂଜା ସମନ୍ବୟ ବୈଠକ, ସାମିଲ ହେଲେ ପୂଜା ଓ ଶାନ୍ତି କମିଟି ସଦସ୍ୟ

author img

By

Published : Oct 24, 2021, 4:07 PM IST

Updated : Oct 24, 2021, 4:29 PM IST

କଟକ: ଆସନ୍ତା କାଳୀ ପୂଜା ପାଇଁ କମିଶନରେଟ ପୋଲିସ ସମନ୍ବୟ ବୈଠକ ଡାକି ସହରର ସମସ୍ତ ପୂଜା କମିଟି ସଦସ୍ୟଙ୍କ ସହ ଆଲୋଚନା କରିଛି । ବିଭନ୍ନ ପୂଜା କମିଟି ଓ ଶାନ୍ତି କମିଟି ସଦସ୍ୟ ଏହି ବୈଠକରେ ସାମିଲ ହୋଇ କୋଭିଡ କଟକଣା ମଧ୍ୟରେ ସୁରୁଖୁରୁରେ ପୂଜା ଶେଷ ହେବା ନେଇ ବିଭିନ୍ନ ଦିଗ ଉପରେ ଆଲୋଚନା କରିଛନ୍ତି ।

କମିଶନରେଟ ପୋଲିସର କାଳୀ ପୂଜା ସମନ୍ବୟ ବୈଠକ, ସାମିଲ ହେଲେ ପୂଜା ଓ ଶାନ୍ତି କମିଟି କର୍ମକର୍ତ୍ତା

ଆସନ୍ତା ମାସ 4 ତାରିଖରେ କଟକରେ 65ରୁ 70 ମଣ୍ଡପରେ ମା’ଙ୍କ ପୂଜା ଅନୁଷ୍ଠିତ ହେବ । ଯେହେତୁ ପରମ୍ପରା ମୁତାବକ ମା’ଙ୍କ ପୂଜା ମଧ୍ୟରାତ୍ରୀରେ ହେବା ନେଇ ବିଧି ରହିଛି, ତେଣୁ ପରଦା ନ ପକାଇବା ପାଇଁ ପ୍ରଶାସନକୁ କମିଟି ସଦସ୍ୟମାନେ ଅନୁରୋଧ କରିଛନ୍ତି । ସମ୍ପୂର୍ଣ୍ଣ କୋଭିଡ ଗାଇଡ଼ଲାଇନ ଅନୁପାଳନପୂର୍ବକ ପୂଜା ଶେଷ ହେବ। ଏହାସହ ସେହିଦିନ ଦୀପାବଳି ପର୍ବ ରହୁଥିବାରୁ ବାଣ ନ ଫୁଟାଇବା ପାଇଁ ମଧ୍ୟ ବୈଠକରେ ସହମତି ପ୍ରକାଶ ପାଇଛି । ତେବେ ପୂଜାର ଗୋଟିଏ ଦିନ ପରେ ଅର୍ଥାତ 6 ତାରିଖରେ ନିର୍ଦ୍ଦିଷ୍ଟ 6ଟି ଅସ୍ଥାୟୀ ପୋଖରୀରେ ମା’ଙ୍କ ମୂର୍ତ୍ତି ବିସର୍ଜନ ନିରାଡମ୍ବର ଭାବେ ସାରିବା ପାଇଁ ନିଷ୍ପତ୍ତି ହୋଇଛି ।

କଟକରୁ ପ୍ରଭୁ କଲ୍ୟାଣ ପାଲ, ଇଟିଭି ଭାରତ

Last Updated : Oct 24, 2021, 4:29 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.