କଟକ: ସିଲଭର ସିଟିରେ ଗଡ଼ିଲା କନ୍ୟା ଏକ୍ସପ୍ରେସ । ଇମ୍ଫା ଓ ଜିଲ୍ଲା ପ୍ରଶାସନ ପକ୍ଷରୁ କନ୍ୟା ଏକ୍ସପ୍ରେସର ଶୁଭାରମ୍ଭ କଲେ କଟକ ଜିଲ୍ଲାପାଳ ଭବାନୀ ଶଙ୍କର ଚୟନୀ । କିଶୋରୀ ମାନଙ୍କର ସାମଗ୍ରିକ ବିକାଶ ନିମନ୍ତେ ଏହି ଭ୍ରାମ୍ୟମାଣ ଯାନ 'କନ୍ୟା ଏକ୍ସପ୍ରେସ' କାର୍ଯ୍ୟ କରିବ ।
ପ୍ରଥମ ପର୍ଯ୍ୟାୟରେ ଦୁଇଟି ବ୍ଲକର ସାତଟି ପଞ୍ଚାୟତର ୬୦ ଗ୍ରାମର କିଶୋରୀ ମାନଙ୍କୁ ସ୍ବାସ୍ଥ୍ୟ ସହାୟତା ଯୋଗାଇବା ସହିତ ତାଙ୍କର ଜୀବନ କୌଶଳ, ଶିକ୍ଷା, ପୋଷଣ, ଅଧିକାର ଇତ୍ୟାଦି ବିଷୟରେ ସଚେତନ କରିବ।
ଯାହାଦ୍ବାରା ଭବିଷ୍ୟତରେ ସେମାନେ ଜଣେ ଦାୟିତ୍ଵବାନ ନାଗରିକ ହୋଇ ପାରିବେ । ପ୍ରାଥମିକ ଭାବରେ ଏହା ପ୍ରାୟ ୨୫୦୦ରୁ ଊର୍ଦ୍ଧ୍ଵ କିଶୋରୀ ବାଳିକା ମାନଙ୍କୁ ସେବା ପ୍ରଦାନ କରିବ ବୋଲି ସୂଚନା ରହିଛି।
କଟକରୁ ପ୍ରଭୁ କଲ୍ୟାଣ ପାଲ୍, ଇଟିଭି ଭାରତ