କଟକ: କଟକରେ ଜାରି ରହିଛି ସିଏମସିର ଜୋରଦାର ଏନଫୋର୍ସମେଣ୍ଟ । ପ୍ରତିଦିନ ଏହି ଦୃଶ୍ୟ ସାମ୍ନାକୁ ଆସୁଛି । ଆଜି ଉଭୟ ସିଏମସି ଓ ପୋଲିସର ମିଳିତ ଉଦ୍ୟମ ରେ ପୁରୀଘାଟ ଓ ହାତୀପୋଖରୀ ଅଞ୍ଚଳରୁ 2ଟି ଦୋକାନ ସିଲ କରିଛି ସିଏମସି । କୋଭିଡ ଗାଇଡ଼ଲାଇନକୁ ଭଙ୍ଗ କରିଥିବାରୁ ଏପରି ନିଷ୍ପତ୍ତି ନେଇଛି କଟକ ମହାନଗର ନିଗମ ।



ପ୍ରତିଦିନ ଏନଫୋର୍ସମେଣ୍ଟ ଜାରି ରହିଛି । ତେବେ ପ୍ରତ୍ୟେକ ଦୋକାନକୁ ସିଏମସି ଜାରି କରିଛି ନିୟମ । ଯଦି ଏହା ଭଙ୍ଗ ହୁଏ ତେବେ ସଙ୍ଗେ ସଙ୍ଗେ ଦୋକାନ ସିଲ ହେବା ନିଶ୍ଚୟ ବୋଲି ।
କଟକରୁ ପ୍ରଭୁକଲ୍ୟାଣ ପାଲ, ଇଟିଭି ଭାରତ