ETV Bharat / city

ଲଗାଣ ବର୍ଷାରେ ଭିଜୁଛି କଟକ, ବନ୍ୟାଜଳ ନିଷ୍କାସନ ପାଇଁ ପ୍ରସ୍ତୁତ CMC - ବନ୍ୟା ସ୍ଥିତି ପରଖିଲେ କଟକ ମେୟର

ଲଗାଣ ବର୍ଷା ପ୍ରଭାବରେ କଟକରେ ଜଳବନ୍ଦୀ ସମସ୍ୟା ସୃଷ୍ଟି ହେବାର ରହିଛି ଯଥେଷ୍ଟ ସମ୍ଭାବନା । ମାତ୍ର ଜିଲ୍ଲାରେ ବନ୍ୟାଜଳ ପ୍ରବେଶ କରିବ ନାହିଁ ବୋଲି କହିଛନ୍ତି ମେୟର । ଅଧିକ ପଢନ୍ତୁ

ଲଗାଣ ବର୍ଷାରେ ଭିଜୁଛି କଟକ, ନିଷ୍କାସନ ପାଇଁ ପ୍ରସ୍ତୁତ CMC

author img

By

Published : Aug 14, 2022, 1:45 PM IST

କଟକ: ଲଗାଣ ବର୍ଷାରେ ଭିଜୁଛି କଟକ । ପାଣିପାଗ ବିଭାଗର ଆକଳନ ଅନୁଯାୟୀ ଆହୁରି ୨୪ ଘଣ୍ଟା ବର୍ଷିକ ଲଘୁଚାପ ଜନିତ ବର୍ଷା । କଟକରେ ଜଳବନ୍ଦୀ ସମସ୍ୟା ସୃଷ୍ଟି ହେବାର ରହିଛି ଯଥେଷ୍ଟ ସମ୍ଭାବନା । ସମସ୍ୟା ପୂର୍ବରୁ ସହରର ବିଭିନ୍ନ ଅଞ୍ଚଳ ବୁଲି କିଭଳି ଜଳ ନିଷ୍କାସନ କରାଯାଇପାରିବ ସେ ନେଇ ତଦାରଖ କରିଛନ୍ତି କଟକ ମେୟର ଓ କମିଶନର ।

ଲଗାଣ ବର୍ଷାରେ ଭିଜୁଛି କଟକ, ନିଷ୍କାସନ ପାଇଁ ପ୍ରସ୍ତୁତ CMC

ବଜ୍ରକବାଟି, ମାତୃଭବନ ଓ ଖାନନଗର ଠାରେ ଥିବା ସୁଇସ ଗେଟରେ ପହଞ୍ଚି ଜଳ ନିଷ୍କାସନ ଦିଗକୁ ତଦାରଖ କରିଛନ୍ତି । ତେବେ ଅଧିକ ବର୍ଷା ହେଲେ ଜଳ ନିଷ୍କାସନ ପାଇଁ ୨୫୦ ମଟର, ୩୦ ଭଲବୋ ପମ୍ପ ଓ ଅଗ୍ନିଶମ ବିଭାଗର ବଡ଼ବଡ଼ ମଟର ଜଳ ନିଷ୍କାସନ ପାଇଁ ମୁତୟନ ହୋଇଛି । ଏହାଛଡା ସହରରେ ଥିବା ୫ଟି ପମ୍ପିଙ୍ଗ ଷ୍ଟେସନ ଯୋଗେ କାଠଯୋଡ଼ିକୁ ମଧ୍ୟ ଜଳ ନିଷ୍କାସନ କରାଯାଉଛି ।

ଏହାସହ ବନ୍ୟାଜଳ କିପରି ସହର ମଧ୍ୟକୁ ପ୍ରବେଶ କରିନପାରିବ ସେ ଦିଗରେ ଅଧିକ ଦୃଷ୍ଟି ଦିଆଯାଉଛି ବୋଲି କହିଛନ୍ତି କମିଶନର । ଅନ୍ୟପଟେ ବନ୍ୟା ସ୍ଥିତିକୁ ନଜର ରଖି ସହରରେ ତଳିଆ ଅଞ୍ଚଳ ବାସିନ୍ଦା ମାନଙ୍କୁ ସଚେତନ କରାଯାଇଛି । ଯଦି ବଡ଼ ବନ୍ୟା ଆସେ ତା ପୂର୍ବରୁ ସମସ୍ତ ତଳିଆ ବାସିନ୍ଦାଙ୍କୁ ସ୍ଥାନାନ୍ତର କରାଯିବ ବୋଲି କହିଛନ୍ତି ମେୟର ।

ଇଟିଭି ଭାରତ, କଟକ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.