କଟକ: ମାଲଗୋଦାମ ଓ ଛତ୍ରବଜାରରେ ଅତ୍ୟାବଶ୍ୟକ ଖାଇବା ସାମଗ୍ରୀ ଯାଞ୍ଚ କଲା ସିଏମସି ଏନଫୋର୍ସମେଣ୍ଟ ଟିମ । ସମ୍ଭାବ୍ୟ ବାତ୍ୟାକୁ ଆଖି ଆଗରେ ରଖି ଖାଇବା ସମଗ୍ରୀ କେତେ ପରିମାଣରେ ଗଚ୍ଛିତ ରହିଛି ତାହାକୁ ଏନଫୋର୍ସମେଣ୍ଟ ଟିମ ବିଭିନ୍ନ ଗୋଦାମ ଓ ଖୁଚୁରା ଵ୍ୟଵସାୟୀଙ୍କୁ ପଚାରି ବୁଝିଛି । ଏହାସହ ଏହି ସମୟରେ ସାମଗ୍ରୀର ଉଚିତ ଦାମରେ ବିକ୍ରି କରିବାକୁ ଵ୍ୟଵସାୟୀ ଓ ଚାମ୍ବର ଅଫ କମର୍ସକୁ ନିବେଦନ କରିଛି ଟିମ ।
କାରଣ ସମ୍ଭାବ୍ୟ ବାତ୍ୟା ନେଇ ରାଜ୍ୟ ସରକାର ପ୍ରସ୍ତୁତ ରହିଥିଲା ବେଳେ ଅନ୍ୟପଟେ ଲୋକଙ୍କ ମନରେ ଛନକା ପଶିବା ଆରମ୍ଭ ହୋଇଛି । ବିଶେଷକରି ଏହି ସମୟର ଫାଇଦା ଉଠାଇବା ପାଇଁ ବ୍ୟବସାୟୀ ମାନେ ସୁଯୋଗ ଖୋଜିଥାନ୍ତି । ଏହି ସମୟରେ ଉଚ୍ଚା ଦରରେ ସାମଗ୍ରୀ ବିକ୍ରି କରି ଲାଭବାନ ହୋଇଥନ୍ତି ବ୍ୟବସାୟୀ । ଏପରିସ୍ଥଳେ କ୍ଷତି ସହିଥାନ୍ତି ସାଧାରଣ ଜନତା । ତେବେ ଏହାକୁ ଆଖି ଆଗରେ ରଖି ଆଗକୁ ମଧ୍ୟ ଟିମର ବାରମ୍ବାର ଏହି ଦିଗରେ ନଜର ରଖିବ ବୋଲି ସିଏମସି ପକ୍ଷରୁ ସ୍ପଷ୍ଟ ହୋଇଛି ।
କଟକରୁ ପ୍ରଭୁ କଲ୍ୟାଣ ପାଲ, ଇଟିଭି ଭାରତ