ETV Bharat / city

ଏପ୍ରିଲ ମାସ ପାଇଁ ସିଏମସିର କଟକଣା ଜାରି: ବିବାହରେ 100, ଏକାଦଶରେ 50

author img

By

Published : Apr 3, 2021, 3:15 PM IST

ସିଏମସି ପକ୍ଷରୁ ଏପ୍ରିଲ ମାସ ପାଇଁ କୋରୋନା ଗାଇଡଲାଇନ ଜାରି । କେତେ ଲୋକଙ୍କୁ ନେଇ ସମାବେଶ କରାଯିବ ସେନେଇ ତାଲିକା ପ୍ରକାଶ । ଅଧିକ ପଢନ୍ତୁ...

ଏପ୍ରିଲ ମାସ ପାଇଁ କଟକଣା ଜାରିକଲା ସିଏମସି
ଏପ୍ରିଲ ମାସ ପାଇଁ କଟକଣା ଜାରିକଲା ସିଏମସି

କଟକ: କୋରୋନା ସଂକ୍ରମଣ ବୃଦ୍ଧି ପାଉଥିବାରୁ ଏପ୍ରିଲ ମାସ ପାଇଁ କଟକଣା ଜାରି କରିଛି କଟକ ମହାନଗର ନିଗମ । ବିଭିନ୍ନ ସମାବେଶ ସମେତ ବିବାହ ଏବଂ ଏକାଦଶ କାର୍ଯ୍ୟ ପାଇଁ କଟକଣା ଜାରି କରାଯାଇଛି ।

ଏଣିକି ବିବାହ ଉତ୍ସବରେ ଶହେରୁ ଅଧିକ ଲୋକ ସାମିଲ ହୋଇପାରିବେ ନାହିଁ । ପୂର୍ବରୁ ବିବାହ ପାଇଁ ୨ ଶହ ଲୋକଙ୍କ ପାଇଁ ଅନୁମତି ଦିଆଯାଇ ଥିବାବେଳେ ଏବେ ଏହାକୁ ଶହେକୁ ହ୍ରାସ କରିଛି କଟକ ମହାନଗର ନିଗମ । ସେହିପରି ମୃତ୍ୟୁ କିମ୍ବା ଏକାଦଶ କାର୍ଯ୍ୟରେ ୫୦ ଜଣ ଲୋକଙ୍କ ସମାବେଶ ପାଇଁ ଅନୁମତି ମିଳିଛି। ପୂର୍ବରୁ ଏହି ସଂଖ୍ୟା ୨୦୦ ଥିବାବେଳେ କୋରୋନା ସଂକ୍ରମଣ ବ୍ୟାପିବାରୁ ଏଭଳି ନିଷ୍ପତ୍ତି ନିଆଯାଇଛି । ସମସ୍ତ ପ୍ରକାର ସମାବେଶ ଉପରେ ମଧ୍ୟ କଟକଣା ଜାରି କରାଯାଇଛି । ଏପରିକି ବାର୍ଷିକ ଉତ୍ସଵ ପାଳନ ଉପରେ ମଧ୍ୟ କଟକଣା ଜାରି କରାଯାଇଛି ।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.