ETV Bharat / city

CMC ନିର୍ବାଚନ ପାଇଁ ପ୍ରସ୍ତୁତି ଶେଷ: ୩ ପ୍ରମୁଖ ଦଳ ଆରମ୍ଭ କରିଛନ୍ତି ପ୍ରାର୍ଥୀ ଚୟନ ପ୍ରକ୍ରିୟା

ଆସନ୍ତା ମାସରେ ପଞ୍ଚାୟତ ନିର୍ବାଚନ । ନିର୍ବାଚନ ପାଖେଇ ଆସୁଥିବାରୁ ଏଥିପାଇଁ କଟକ ସହରର ରାଜନୈତିକ ପାଣିପାଗରେ ମଧ୍ୟ ପରିବର୍ତ୍ତନ ଆସିବା ଆରମ୍ଭ କରିଛି । ବିଭିନ୍ନ ଦଳ ନିଜ ନିଜର ପ୍ରାର୍ଥୀ ଚୟନ କାର୍ଯ୍ୟ ଆରମ୍ଭ କରିଛନ୍ତି । ଅଧିକ ପଢନ୍ତୁ

CMC ନିର୍ବଚାନ ପାଇଁ ପ୍ରସ୍ତୁତି ଶେଷ : ୩ ପ୍ରମୁଖ ଦଳ ଆରମ୍ଭ କରିଛନ୍ତି ପ୍ରାର୍ଥୀ ଚୟନ ପ୍ରକ୍ରିୟା

author img

By

Published : Feb 3, 2022, 8:09 PM IST

Updated : Feb 3, 2022, 9:47 PM IST

କଟକ : ଆସନ୍ତା ମାସରେ ପଞ୍ଚାୟତ ନିର୍ବାଚନ । ନିର୍ବାଚନ ପାଖେଇ ଆସୁଥିବାରୁ ଏଥିପାଇଁ କଟକ ସହରର ରାଜନୈତିକ ପାଣିପାଗରେ ମଧ୍ୟ ପରିବର୍ତ୍ତନ ଆସିବା ଆରମ୍ଭ କରିଛି । ବିଭିନ୍ନ ଦଳ ନିଜ ନିଜର ପ୍ରାର୍ଥୀ ଚୟନ କାର୍ଯ୍ୟ ଆରମ୍ଭ କରିଛନ୍ତି ।

ନଗର ବିଜେପିର ପ୍ରାର୍ଥୀ ବାଛିବା କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଁଚିଥିବାବେଳେ କଂଗ୍ରେସ ଜନମତକୁ ଆଧାର କରି ପ୍ରାର୍ଥୀ ଚୟନ କରିବ ବୋଲି କହିଛି । ଅପରପକ୍ଷେ କଟକର କେଉଁ ଓ୍ବାର୍ଡରେ କିଏ ପ୍ରାର୍ଥୀ ହେବେ । ତାହା ନିଜେ ନବୀନ ପଟ୍ଟନାୟକ ଚୟନ କରିବେ ବୋଲି କହିଛି ବିଜେଡି ।

CMC ନିର୍ବାଚନ ପାଇଁ ପ୍ରସ୍ତୁତି ଶେଷ: ୩ ପ୍ରମୁଖ ଦଳ ଆରମ୍ଭ କରିଛନ୍ତି ପ୍ରାର୍ଥୀ ଚୟନ ପ୍ରକ୍ରିୟା

କଟକ ମହାନଗର ନିଗମ ନିର୍ବଚାନ ପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଥିବାବେଳେ ଏବେ କେବଳ ନିର୍ବାଚନ ତାରିଖ ଘୋଷଣା ହେବା ବାକି ରହିଛି । ତେବେ ନିର୍ବାଚନ ପାଖେଇ ଆସୁଥିବାରୁ ଏହାକୁ ନେଇ କଟକ ସହରରେ ରାଜନୈତିକ ଅଙ୍କକଷା ଆରମ୍ଭ ହୋଇସାରିଛି । ଦଳୀୟ କର୍ମୀମାନେ ନିଜ ନିଜର ପ୍ରାର୍ଥୀତ୍ବ ଲବି ଆରମ୍ଭ କରିଥିବା ବେଳେ ପ୍ରାର୍ଥୀ ଚୟନରେ ସବୁଠୁ ଆଗରେ ରହିଛି ବିଜେପି ।

ଏହାବି ପଢନ୍ତୁ : ଉତ୍ତରପ୍ରଦେଶରେ AIMIM ମୁଖ୍ୟ ଅସଦୁଦ୍ଦିନ ଓୱେସୀଙ୍କ କାରକୁ ଗୁଳିମାଡ

ଦଳ ପ୍ରତି ଓ୍ବାର୍ଡ ପାଇଁ ପୂର୍ବରୁ ସାମ୍ଭାବ୍ୟ ପ୍ରାର୍ଥୀଙ୍କ ଏକ ସୂଚୀ ପ୍ରସ୍ତୁତ କରି ସାରିଥିବା କହିଛି । ସେପଟେ ନିର୍ବାଚନ ପାଇଁ ଓ୍ବାର୍ଡ ସ୍ତରରେ ବୈଠକ ଆରମ୍ଭ କରି ସାରିଥିବା କରିବା ସହ ସହରବାସୀଙ୍କ ମତ ନେଇ ବିଭିନ୍ନ ଓ୍ବାର୍ଡରେ ପ୍ରାର୍ଥୀ ଦିଆଯିବ ବୋଲି କହିଛି କଂଗ୍ରେସ ।ଏହାରି ଭିତରେ ଦୁଇ ଦୁଇ ଥର ସିଏମସି ଦଖଲ କରିଥିବା ଶାସକ ବିଜେଡି ଏଥର ମଧ୍ୟ ସିଏମସିକୁ ନିଜ ଅକ୍ତିଆରରେ ରଖିବା ପାଇଁ ଯୋରଦାର ଉଦ୍ୟମ ଆରମ୍ଭ କରିଛି ।

ଏଥିପାଇଁ ଏକ ସ୍ବତନ୍ତ୍ର ରଣନୀତି ପ୍ରସ୍ତୁତ କରିଛି ବିଜେଡି । ସାଧାରଣ ନିର୍ବାଚନରେ ବାରବାଟୀ-କଟକର ବିଧାନସଭା ଆସନ ହରାଇବା ପରେ ଦଳ ପୂର୍ବରୁ ହୋଇଥିବା କୌଣସି ଭୁଲର ପୁନରାବୃତ୍ତି କରିବାକୁ ଚାହୁଁନାହିଁ । ଏହା ସହିତ କେଉଁ ଓ୍ବାର୍ଡରୁ କିଏ ପ୍ରାର୍ଥୀ ହେବେ । ସେ ନିଷ୍ପତି ଦଳର ସଭାପତି ନେବେ ବୋଲି ସ୍ପଷ୍ଟ କରିଛି ବିଜେଡି ।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

Last Updated : Feb 3, 2022, 9:47 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.