ETV Bharat / city

କଟକବାସୀଙ୍କୁ କୃତଜ୍ଞତା ଜଣାଇଲେ ସିଏମସି କମିଶନର

author img

By

Published : Oct 28, 2020, 8:33 PM IST

ଚଳିତବର୍ଷ ଦଶହରାରେ ସମସ୍ତ ନିୟମକୁ ଅନୁସରଣ କରି ଶାନ୍ତିଶୃଙ୍ଖଳାର ସହ ପାଳନ କରିଥିବାରୁ କଟକବାସୀଙ୍କୁ ସିଏମସି କମିଶନର ଧନ୍ୟବାଦ ଜଣାଇଥିବା ଜଣାପଡିଛି । ଅଧିକ ପଢନ୍ତୁ...

cmc-commissioner-thanks-to-people-of-cuttack
କଟକବାସୀଙ୍କୁ କୃତଜ୍ଞତା ଜଣାଇଲେ ସିଏମସି କମିଶନର

କଟକ: ସିଲଭର ସିଟିବାସୀଙ୍କୁ ଧନ୍ୟବାଦ ଜଣାଇଲେ ସିଏମସି କମିଶନର । କଟକ ପ୍ରସିଦ୍ଧ ଦୁର୍ଗାପୂଜା ଚଳିତ ବର୍ଷ ଶାନ୍ତିଶୃଙ୍ଖଳାର ସହ ଏବଂ କୋରୋନା କଟକଣାକୁ ଅନୁସରଣ କରି ପାଳନ ହୋଇଥିବାରୁ କଟକବାସୀଙ୍କୁ ଧନ୍ୟବାଦ ଜଣାଇଛନ୍ତି କମିଶନର ଅନନ୍ୟା ଦାଶ ।

ଚଳିତ ବର୍ଷ କୌଣସି ମଣ୍ଡପରେ ନିୟମ ଉଲଙ୍ଘନ ହେବାର ଆଭିଯୋଗ ଆସିନାହିଁ । ସେହିପରି କଟକବାସୀ ମଧ୍ୟ ସରକାରଙ୍କ ନିୟମକୁ ମାନିଛନ୍ତି । ସହରବାସୀ ସଚେତନ ଥିବାରୁ ଏହା ସମ୍ଭବ ହୋଇଛି ବୋଲି କମିଶନର ଅନନ୍ୟା ଦାଶ କହିଛନ୍ତି । ତେବେ ଏଥିପାଇଁ ସହରର ସମସ୍ତ ବାସିନ୍ଦା, ସମସ୍ତ ପୂଜା କମିଟିଙ୍କୁ କୃତଜ୍ଞତା ମଧ୍ୟ ଜଣାଇଛନ୍ତି ସିଏମସି କମିଶନର ଅନନ୍ୟା ଦାଶ । ଗତ ସେପ୍ଟେମ୍ବରରେ ସହରରେ କୋରୋନା ସଂକ୍ରମଣ ବୃଦ୍ଧି ପାଇଥିବାରୁ ପାର୍ବଣକୁ ନେଇ ଅନେକ ଚ୍ୟାଲେଞ୍ଜ ରହିଥିବା ସେ କହିଛନ୍ତି । ତେଣୁ ଏସବୁ ଚ୍ୟାଲେଞ୍ଜ ମଧ୍ୟରେ କଟକରେ ଦଶହରା ପାଳନ ହୋଇଥିବାରୁ ଖୁସିବ୍ୟକ୍ତ କରିଛନ୍ତି ସିଏମସି କମିଶନର ।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.