ETV Bharat / city

କାଗଜ ପେଟିରେ ଛାତ୍ରଙ୍କ କଳାକୃତି, ଦେଖିବାକୁ ମହାନଦୀ ପଠାରେ ଜମୁଛି ଭିଡ

ବୟସ ମାତ୍ର ୧୪, ପାଠ ପଢୁଛନ୍ତି ନବମ ଶ୍ରେଣୀରେ । ସିଲଭରସିଟିର ତୁଳସୀପୁର ମଠସାହିର ଏହି ଛାତ୍ର ଆଦିତ୍ୟ ମହାରଣା । ସେ ସୋଲୋ ଓ ପେଟିକୁ ବ୍ୟବହାର କରି ପ୍ରସ୍ତୁତ କରୁଛନ୍ତି ସୁନ୍ଦର ସୁନ୍ଦର ଏରୋପ୍ଲେନ । ଅଧିକ ପଢନ୍ତୁ...

ଆଦିତ୍ୟ ମହାରଣା ସୋଲୋ ଓ ପେଟିରେ ତିଆରି କରୁଛନ୍ତି ସୁନ୍ଦର ସୁନ୍ଦର ଉଡାଜାହାଜ

author img

By

Published : Aug 15, 2021, 7:11 PM IST

କଟକ: ବୟସ ଦେଖିନି ଜ୍ଞାନ । ଇଚ୍ଛାଶକ୍ତି ଆଗରେ ସବୁ କିଛି ଫିକା ପଡିଯାଏ । ଏ କଥାକୁ ସତ ପ୍ରମାଣ କରି ଦେଖାଇଛନ୍ତି ସିଲଭର ସିଟିର ଏମିତି ଜଣେ ଛାତ୍ର ଆଦିତ୍ୟ ମହାରଣା । ଯିଏ କି ଏବେ ବିମାନ ବଏ ନାମରେ ପରିଚିତ ହୋଇଛନ୍ତି । ତୁଳସୀପୁର ମଠସାହିରେ ନବମ ଶ୍ରେଣୀର ଛାତ୍ର ହେଉଛନ୍ତି ଆଦିତ୍ୟ । ସେ ସୋଲୋ ଓ ପେଟିକୁ ବ୍ୟବହାର କରି ପ୍ରସ୍ତୁତ କରୁଛନ୍ତି ସୁନ୍ଦର ସୁନ୍ଦର ବିମାନ । ଘରର ଗୋଟିଏ ବଖରାକୁ ଏୟାରବେସ ବନାଇଥିବା ଆଦିତ୍ୟ ମହାନଦୀ କୂଳରେ ସବୁଦିନ ଉଡାଉଛି ନିଜେ ତିଆରି କରିଥିବା ନୂଆ ନୂଆ ମଡ଼େଲ ଉଡାଜାହାଜ । ତେବେ ଜଣେ ଅଟୋ ଚାଳକ ଭାବେ ପାରୁ ପର୍ଯ୍ୟନ୍ତ ଯନ୍ତ୍ରପାତି ଯୋଗାଉଛନ୍ତି ତାଙ୍କ ବାପା।

ଆଦିତ୍ୟ ମହାରଣା ସୋଲୋ ଓ ପେଟିରେ ତିଆରି କରୁଛନ୍ତି ସୁନ୍ଦର ସୁନ୍ଦର ଉଡାଜାହାଜ

ମହାନଦୀର ବାଲୁକା ରାଶି ଉପରେ ସେ ଏହି ବିମାନ ଉଡାଇଥାନ୍ତି । ଅବିକଳ ଉଡାଜାହଜ ପରି ଉଡୁଥିବା ଏହି ମଡ଼େଲଟିକୁ ତିଆରି କରି ଉଡାଉଛନ୍ତି କଟକ ତୁଳସୀପୁର ମଠ ସାହିର 14 ବର୍ଷୀୟ ବିମାନ ବଏ ଆଦିତ୍ଯ ମହାରଣା । ୟୁଟୁବରୁ ଉଡାଜାହାଜ ନିର୍ମାଣ ପ୍ରକ୍ରିୟା ଦେଖି ସେ ୧୦ ପ୍ରକାର ଉଡାଜାହଜ ତିଆରି କରିଛନ୍ତି । ସେଥିରେ ବ୍ୟାଟେରୀ, ମୋଟର , ରିମୋର୍ଟ, ଇଏସ କଣ୍ଟ୍ରୋଲର ଓ ରିସିଭର ଏସି ଲଗାଇ ତାହାକୁ ମଧ୍ୟ ଉଡାଉଛନ୍ତି । ଆଠ ବର୍ଷ ବୟସରୁ ଆଦିତ୍ଯ ଘରେ ଏଭଳି ଜିନିଷ ତିଆରି କରିବା ପ୍ରକ୍ରିୟା ଆରମ୍ଭ କରିଥିଲେ । ପରେ ତାଙ୍କ ବାପା ମାଆ ପୁଅର ଆଗ୍ରହକୁ ଦେଖି ସବୁ ପ୍ରକାର ସହଯୋଗ ଦେଇଥିଲେ। ଫଳରେ ଛଅ ବର୍ଷ ମଧ୍ୟରେ ନବମ ଶ୍ରେଣୀରେ ପଢୁଥିବା ଆଦିତ୍ଯ ଏବେ ଉଡାଜାହଜ ସହ ବୋଟ, ମୋଟର ସାଇକେଲ, ଜେସିବି ମେସିନ, ରୋବଟ୍, ସାଇକେଲ ଆଦି ତିଆରି କରି ସେଥିରେ ଇଞ୍ଜିନ ଲଗାଇ ସେ ସବୁକୁ ସମ୍ପୂର୍ଣ୍ଣ ରୂପ ଦେଇପାରୁଛନ୍ତି ।

ଆଦିତ୍ଯ ଭଲ ପାଠ ପଡୁଥିଲେ ବି ତାଙ୍କର ଏହି ପ୍ରୟୋଗ ବା ସଫଳ କାମକୁ ବିଶେଷ ପ୍ରୋତ୍ସାହନ ମିଳୁନାହିଁ। ସେ ପଢୁଥିବା ସ୍କୁଲ କିମ୍ବା ଅନ୍ୟ କୌଣସି ସ୍ଥାନରେ ବଡ ବିଜ୍ଞାନ ମେଳାରେ ମଧ୍ୟ ତାଙ୍କୁ ସଠିକ୍ ପ୍ରୋତ୍ସାହନ ମିଳିପାରୁ ନାହିଁ । ତୁଳସୀପୁର ହାଇସ୍କୁଲରେ ସେତିକି ପ୍ରୋତ୍ସାହନ ମିଳିବା କଷ୍ଟ ହୋଇ ପଡୁଛି । ଏହାସହ ବାପା ବିପିନ ମହାରଣା ଜଣେ ଅଟୋ ଚାଳକ ହୋଇଥିବାରୁ ଆଗକୁ ବଢିବା ପାଇଁ ବିଶେଷ ପ୍ରୋତ୍ସାହନ ଯୋଗାଇ ପାରୁନାହାନ୍ତି । ପରିବାରର ସମସ୍ତେ ଚାହୁଁଛନ୍ତି ଏତେ ଛୋଟ ବୟସରେ ପିଲାଟି ଯଦି ଉଡାଜାହଜ ଠାରୁ ଆରମ୍ଭ କରି କରି ପାଣିରେ ଚାଲି ପାରୁଥିବା ବୋଟ, ମୋଟର ସାଇକେଲ, ଜେସିବି ଆଦିର ଅବିକଳ ମଡ଼େଲ୍ ଗୁଡିକ ପ୍ରସ୍ତୁତ କରିପାରୁଛି ତେଣୁ, ତାକୁ ପ୍ରୋତ୍ସାହନ ମିଳିବା ଦରକାର। ବିଭିନ୍ନ ପ୍ରକାରର ଅଦରକାରୀ ଜିନିଷକୁ ବ୍ୟବହାର କରି ସେ ଏସବୁ ଜିନିଷ ପ୍ରସ୍ତୁତ କରିଥିବା ବେଳେ ଏହାକୁ ଖୁବ୍ ପସନ୍ଦ କରୁଛନ୍ତି ଆଖପାଖର ଲୋକେ। ତାଙ୍କ ପାଖରେ ଢେର ଜ୍ଞାନ ଏବଂ ଦକ୍ଷତା ରହିଛି। ତେଣୁ, ତା’କୁ ଟିକେ ଉତ୍ସାହ ଓ ସହଯୋଗ ମିଳିଲେ ସେ ଭବିଷ୍ୟତରେ ବହୁତ ଆଗକୁ ବଢିପାରନ୍ତା ବୋଲି ମତବ୍ୟକ୍ତ କରିଛନ୍ତି ତାଙ୍କ ପରିବାର ଲୋକେ ।

ଆଦିତ୍ୟଙ୍କ ଏସବୁ ମଡେଲ ପିଲାଙ୍କ ଠାରୁ ଆରମ୍ଭ କରି ବୟସ୍କ, ସମସ୍ତଙ୍କୁ ଆକୃଷ୍ଟ କରୁଛି। ତାଙ୍କୁ ଆଗକୁ ବଢିବା ପାଇଁ ଯଦି କୌଣସି ଘରୋଇ କମ୍ପାନୀ ସହାୟତା ପ୍ରଦାନ କରନ୍ତେ, ତାହା ହେଲେ ତାଙ୍କର ଏହି ଦକ୍ଷତା ନିଶ୍ଚିତ ରୂପେ ଅଧିକ ବିକଶିତ ହୋଇପାରନ୍ତା ବୋଲି ମତ ପ୍ରକାଶ ପାଇଛି ।

କଟକରୁ ପ୍ରଭୁକଲ୍ୟାଣ ପାଲ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.