ETV Bharat / city

ସିଲଭର ସିଟିରେ ଚାଞ୍ଚଲ୍ୟ: ମାଛ ପାଇଁ ଗଡିଲା ମୁଣ୍ଡ

ଦାଦାବଟି ନୁହେଁ ମାଛ ବ୍ୟବସାୟକୁ କେନ୍ଦ୍ର କରି ସିଲଭର ସିଟିରେ ଦେଖିବାକୁ ମିଳିଛ ରକ୍ତାକ୍ତ ସଂଘର୍ଷ । ଗୋଟିଏ ଗୋଷ୍ଠୀର ଆକ୍ରମଣରେ ଆରଗୋଷ୍ଠୀର ଜଣଙ୍କର ମୃତ୍ୟୁ ଘଟିଛି ।

ପ୍ରତୀକାତ୍ମକ ଫଟୋ
author img

By

Published : Jun 10, 2019, 3:07 PM IST

Updated : Jun 10, 2019, 5:07 PM IST

କଟକ: ପୁଣି ଥରେ ରକ୍ତରଞ୍ଜିତ ହୋଇଉଠିଛି ସିଲଭର ସିଟି । ଦାଦାବଟି କିମ୍ବା ଅନ୍ୟ କୌଣସି କାରଣ ପାଇଁ ନୁହେଁ ମାଛ ପାଇଁ ଗଡିଛି ମୁଣ୍ଡ । ମାଛ ବ୍ୟବସାୟକୁ କେନ୍ଦ୍ର କରି ଜଣକୁ ହତ୍ୟା କରାଯାଇଥିବା ଜଣାପଡିଛି । ଏଭଳି ଚାଞ୍ଚଲ୍ୟକର ଘଟଣା ଦେଖିବାକୁ ମିଳିଛି ସହରର ଯୋବ୍ରା ଅଞ୍ଚଳରେ । ଏ ଘଟଣା ନେଇ ଯେପରି କୌଣସି ପ୍ରକାରର ଅପ୍ରୀତିକର ପରିସ୍ଥିତି ସୃଷ୍ଟି ନହୁଏ ତାହା ଉପରେ ନଜର ରଖିଛି ପୋଲିସ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, କଟକ

ଯୋବ୍ରା ବ୍ୟାରେଜରେ ମାଛ ବ୍ୟବସାୟକୁ କେନ୍ଦ୍ର କରି ଜଣକ ହତ୍ୟା କରାଯାଇଛି । ବିରୋଧୀ ଗୋଷ୍ଠୀର ଆକ୍ରମଣରେ କୁଖ୍ୟାତ ଅପରାଧୀ ତପନ ନାୟକ ପ୍ରାଣ ହରାଇଛି । ଏଥିରେ ତପନର ସହଯୋଗୀ ସିଲୁ ଆହତ ହୋଇଥିବା ଜଣାପଡିଛି । ଯୋବ୍ରା ମାଛ ମାର୍କେଟର ନିଲାମକୁ ନେଇ ଗଲା କିଛି ଦିନ ହେବ ବିବାଦ ଚାଲିଥିଲା । ଏହାକୁ ନେଇ ସ୍ଥାନୀୟ ଅଞ୍ଚଳର ଦୁଇ ଅପରାଧୀ ଗୋଷ୍ଠୀ ମଧ୍ୟରେ ଛକାପଞ୍ଝା ଲାଗି ରହିଥିଲା । ରବିବାର ରାତିରେ ଯୋବ୍ରା ମାଟିଆ ମଙ୍ଗଳା ସାହିର କୁଖ୍ୟାତ ଅପରାଧୀ ତପନ ନାୟକ ଓ ହାପି ମହାନ୍ତି ମୁହାଁମୁହିଁ ହୋଇଥିଲେ ।

ଉଭୟଙ୍କ ମଧ୍ୟରେ ଜୋରଦାର ବଚସା ହୋଇଥିଲା । ଆଉ ଏହି ସମୟରେ ହାପି ମହାନ୍ତି ନିଜ ପାଖରେ ରଖିଥିବା ଏକ ଛୁରୀ ରେ ତପନର ତଳି ପେଟ ଓ ପିଠିକୁ ଭୁସି ଦେଇଥିଲା । ଏଥିରେ ଗୁରୁତର ଆହତ ହୋଇଥିଲା ତପନ । ସ୍ଥାନୀୟ ଲୋକ ଏ ଘଟଣା ବାବଦରେ ପୋଲିସକୁ ଖବର ଦେଲା ପରେ ପୋଲିସ ପହଞ୍ଚି ତପନକୁ ଚିକିତ୍ସା ପାଇଁ ଏସସିବିରେ ଭର୍ତ୍ତି କରିଥିଲା । ସୋମବାର ଭୋର ସମୟରେ ତପନର ମୄତ୍ୟୁ ଘଟିଛି ।

ମାଛ ମାର୍କେଟ ନିଲାମ କରିବାକୁ ନେଇ ଯୋବ୍ରାରେ ବିବାଦ ଦେଖାଯିବ କିଛି ନୂଆ ଘଟଣା ନୁହେଁ । ପୁର୍ବରୁ ଏଭଳି ବିବାଦକୁ ନେଇ ଦୁଇବର୍ଷ ତଳେ ଏକ ହୋଟେଲ ଉପରେ ବୋମାମାଡ଼ ହୋଇଥିଲା । ସେତେବେଳେ ଏହି ଘଟଣାରେ ଜଡିତ ଥିବା ମୁଖ୍ୟ ଅଭିଯୁକ୍ତ ତପନକୁ ଏନକାଉଣ୍ଟର କରିଥିଲା ପୋଲିସ । ଅନ୍ୟପଟେ ଏହି ହତ୍ୟାରେ ଜଡିତ ଅଭିଯୁକ୍ତ ହାପି ମହାନ୍ତି ବିଗତ କିଛିଦିନ ହେବ ଯୋବ୍ରା ଅଞ୍ଚଳରେ ନିଜର ପତିଆରା ଜାହିର ପାଈଁ ଜୋରଦାର୍ ଉଦ୍ୟମ କରୁଛି । ଏଥିପାଇଁ ସେ ତପନ ଉପରେ ଆକ୍ରମଣ କରିଥିବା ନେଇ ଚର୍ଚ୍ଚା ହେଉଛି ।

ନିଜ ପୁଅ ହତ୍ୟା ଘଟଣାରେ ସମ୍ପୃକ୍ତ ଥିବା ଅଭିଯୁକ୍ତଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରିଛନ୍ତି ତପନର ମାଆ । ଅନ୍ୟପଟେ ଅଭିଯୁକ୍ତଙ୍କୁ ଧରିବା ପାଇଁ ୩ଟି ଟିମ ଗଠନ କରିଛି ପୋଲିସ । ଖୁବଶୀଘ୍ର ଅଭିଯୁକ୍ତଙ୍କୁ ଧରାଯିବ ବୋଲି ଅତିରିକ୍ତ ଡିସିପି କହିଛନ୍ତି । ତପନ ହତ୍ୟାକାଣ୍ଡ ପରେ ଯୋବ୍ରା ଅଞ୍ଚଳରେ କୋକୁଆ ଭୟ ସୃଷ୍ଟି ହୋଇଛି । କୌଣସି ପ୍ରକାରର ଅପ୍ରୀତିକର ପରିସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ ବିଭିନ୍ନ ସ୍ଥାନରେ ବ୍ୟାପକ ପୋଲିସ ମୁତୟନ କରାଯାଇଛି ।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

Slug-   Murder in Cuttack,rep - narayan ,ctc,p kg,10.06.19

ଆଂଙ୍କର- ଦୀର୍ଘ ଦିନର ବ୍ୟବଧାନ ପରେ କଟକରେ ପୁଣି ଦୁଇ ଅପରାଧି ଗୋଷ୍ଠୀ ଙ୍କ ମଧ୍ୟ ରେ ରକ୍ତାକ୍ତ ସଂଘର୍ଷ ଘଟିଛି।  ଯୋବ୍ରା ର କୁଖ୍ୟାତ ଅପରାଧି ତପନ ନାୟକକୁ ଭୁଜାଲି ରେ ହାଣି ହତ୍ୟା କରିବା ସହ ତାଙ୍କ ଜଣେ ସହଯୋଗୀଙ୍କୁ କ୍ଷତାକ୍ତ କରିଛନ୍ତି ବିପକ୍ଷ ଗୋଷ୍ଠୀ। ଯୋବ୍ରା ବ୍ୟାରେଜରୁ ମାଛ ଧରିବାକୁ କୁ କେନ୍ଦ୍ର କରି ଏହି ହତ୍ୟାକାଣ୍ଡ ଘଟିଥିବା ପରିବାର ଲୋକେ ଅଭିଯୋଗ କରିଥିବା ବେଳେ ଫେରାର ଥିବା ଅଭିଯୁକ୍ତ ମାନଙ୍କ ଙ୍କୁ ଧରିବା ପାଇଁ 3 ଟି ଟିମ ଗଠନ କରାଯାଇଥିବା କହିଛନ୍ତି କଟକ ଅତିରିକ୍ତ ଡିସିପି। 

(ଭିଓ-୧)- ଯୋବ୍ରା ବ୍ୟାରେଜରୁ ମାଛ ମରା ହେଲା କାଳ। ବିପକ୍ଷ ଗୋଷ୍ଠୀ ର ଆକ୍ରମଣ ରେ ଗଲା କୁଖ୍ୟାତ ଅପରାଧି ତପନ ନାୟକ ର ପ୍ରାଣ। ଏହା ସହ ତପନ ର ଜଣେ ସହଯୋଗୀ ଅଜୟ / ସିଲୁ ମଧ୍ୟ ଆକ୍ରମଣରେ ଆହତ ହୋଇଛନ୍ତି।  ସୂଚନା ଅନୁଯାୟୀ ଯୋବ୍ରା ମାଛ ମାର୍କେଟ ନିଲାମ କୁ ନେଇ ଗଲା କିଛି ଦିନ ହେବ ବିବାଦ ଦେଖା ଦେଇଥିଲା। ଏହାକୁ ନେଇ ଯୋବ୍ରା ଅଞ୍ଚଳର ଦୁଇ ଅପରାଧି ଗୋଷ୍ଠି ମଧ୍ୟରେ ଛକା ପଂଝା ଲାଗି ରହିଥିଲା।ତେବେ ଗତ କାଲି ରାତିରେ ଯୋବ୍ରା ମାଟିଆ ମଙ୍ଗଳା ସାହିର କୁଖ୍ୟାତ ଅପରାଧି ତପନ ନାୟକ ଓ ହାପି ମହାନ୍ତି ମୁହାଁ ମୁହିଁ ହୋଇଥିଲେ।ଦୁଇ ଜଣଙ୍କ ମଧ୍ୟରେ ଜୋରଦାର ବଚସା ହୋଇଥିଲା।ଏହି ସମୟରେ ହାପି ମାହନ୍ତି ପାଖରେ ରଖିଥିବା ଏକ ଛୁରୀ ରେ ତପନ ର ତଳି ପେଟ ଓ ପିଠି କୁ ଭୁସି ଦେଇଥିଲେ।ଏଥିରେ ତପନ ଗୁରୁତ୍ୱର ଆହତ ହୋଇଥିଲା।ସ୍ଥାନୀୟ ଲୋକ ପୋଲିସ କୁ ଖବର ଦେଲା ପରେ ପୋଲିସ ପହଞ୍ଚି ତପନ କୁ ଚିକିତ୍ସା ପାଈଁ ଏସସିବିରେ ଭର୍ତ୍ତି କରିଥିଲା।ଆଜି ଭୋରୁ ତପନ ଙ୍କର ମୄତ୍ୟୁ ଘଟିଛି।ତେବେ ଦୋଷୀଙ୍କ ବିରୋଧରେ ଦୃଢ କାର୍ୟାନୁଷ୍ଠାନ ନେବାକୁ ତପନ ଙ୍କ ମା ଦାବି କରିଛନ୍ତି।

ବାଇଟ- ସିଲୁ, ଆହତ ଯୁବକ
ବାଇଟ- ସବିତା ନାୟକ, ମୃତ ତପନ ର ମା

(ଭିଓ-୨ ) ତେବେ ମାଛ ମାର୍କେଟ ନିଲାମ କୁ ନେଇ ଯୋବ୍ରାରେ ବିବାଦ ନୂଆ ଘଟଣା ନୁହେଁ।ପୁର୍ବରୁ ଏହି ବିବାଦ ପାଈଁ ଦୁଇ ବର୍ଷ ତଳେ ଏକ ହୋଟେଲ ଉପରେ ବୋମାମାଡ଼ ହୋଇଥିଲା।ଏଥିରେ ମୁଖ୍ୟ ଅଭିଯୁକ୍ତ ତପନ ଙ୍କୁ ମଧ୍ୟ ପୋଲିସ ଏନକାଉଁଟର କରିଥିଲା।ଅନ୍ୟପଟେ ଅଭିଯୁକ୍ତ  ହାପି ମହାନ୍ତି ଗଲା କିଛି ଦିନ ହେବ ଯୋବ୍ରା ଅଞ୍ଚଳରେ ନିଜର ପତିଆରା ଜାହିର ପାଈଁ ଜୋର ଦାର୍ ଉଦ୍ୟମ କରୁଛି।ଏଥି ପାଈଁ ସେ ତପନ ଉପରେ ଆକ୍ରମଣ କରିଥିବା ନେଇ ଚର୍ଚ୍ଚା ହେଉଛି।ଅନ୍ୟପଟେ ଅଭିଯୁକ୍ତ ଙ୍କୁ ଧରିବା ପାଈଁ ୩ ଟି ଟିମ ଗଠନ କରାଯାଇଛି।ଖୁବ୍ ଶିଘ୍ର ଅପରାଧି ଙ୍କୁ ଧରାଜିଵ ବୋଲି ଅତିରିକ୍ତ ଡିସିପି କହିଛନ୍ତି।

ବାଇଟ -ତ୍ରିନାଥ ପଟେଲ, ଅତିରିକ୍ତ ଡିସିପି କଟକ।

ଫାଭଓ - ଏହି ହତ୍ୟାକାଣ୍ଡ ପରେ ଯୋବ୍ରା ଅଞ୍ଚଳରେ କୋକୁଆ ଭୟ ସୃଷ୍ଟି ହୋଇଥିବା ବେଳେ କୌଣସି ଅପ୍ରୀତିକର ପରିସ୍ଥିତି କୁ ନିୟନ୍ତ୍ରଣ କରିବା ପାଇଁ ବିଭିନ୍ନ ସ୍ଥାନରେ  ବ୍ୟାପକ ପୋଲିସ ମୁତୟନ କରାଯାଇଛି। କଟକରୁ ନାରାୟଣ ସାହୁ,ଇଟିଭି ନ୍ୟୁଜ୍।

Visuals byte through MOJO..but 2 clips visuals through mail...
Last Updated : Jun 10, 2019, 5:07 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.