ETV Bharat / city

CISF ର ୪୪ତମ ବ୍ୟାଚ ପାସିଂ ଆଉଟ ପରେଡ଼, ଯୋଗଦେଲେ ୧୦୫୯ ଯବାନ

author img

By

Published : Apr 30, 2022, 10:05 PM IST

CISFରେ ଅନୁଷ୍ଠିତ ହେଲା ୪୪ତମ ବ୍ୟାଚ ପାସିଂ ଆଉଟ ପରେଡ଼, ଯୋଗଦେଲେ ୧୦୫୯ ଜଣ ଯବାନ । ଅଧିକ ପଢନ୍ତୁ

CISF ର ୪୪ତମ ବ୍ୟାଚ ପାସିଂ ଆଉଟ ପ୍ୟାରେଡ଼, ଯୋଗଦେଲେ ୧୦୫୯ ଯବାନ

କଟକ: CISFରେ ଅନୁଷ୍ଠିତ ହେଲା ୪୪ତମ ବ୍ୟାଚ ପାସିଂ ଆଉଟ ପରେଡ଼ । ମୋଟ ୧୦୫୯ ଜଣ ଯବାନ ଏହି ପ୍ୟାରେଡ଼ରେ ଉପସ୍ଥିତ ଥିଲେ । ବିଭିନ୍ନ ଶିଳ୍ପ ଭିତ୍ତିକ ସୁରକ୍ଷା ଦିଗ ଉପରେ ରଣ କୌଶଳ ଶିକ୍ଷାଲାଭ କରିବା ପରେ ଆଜି(ଶନିବାର) ପାସିଂ ପରେଡ଼ରେ ନିଜର ରଣ କୌଶଳ ପ୍ରଦର୍ଶନ କରିଥିଲେ ଯବାନ । CISFର ଅତିରିକ୍ତ ମହାନିର୍ଦ୍ଦେଶକ ଅରବିନ୍ଦ ଦୀପ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଯବାନଙ୍କ ମନୋବଳ ବୃଦ୍ଧି କରିଥିଲେ ।

ତେବେ ସଫଳତାର ସହ ପ୍ରଶିକ୍ଷଣ ଶେଷ କରିଥିବା CISFର ୧୦୫୯ ଜଣ ଯବାନଙ୍କର ଅଭିବାଦନ ଗ୍ରହଣ କରିବା ସହ ଅତିରିକ୍ତ ମହାନିର୍ଦ୍ଦେଶକ ଅରବିନ୍ଦ ଦୀପଙ୍କ କହିବା ଅନୁଯାୟୀ, ନିୟମ ଓ ଶୃଙ୍ଖଳାର ବଶବର୍ତ୍ତୀ ହୋଇ ପ୍ରଶିକ୍ଷିତ ଯବାନମାନେ CISFର ମାର୍ଗଦର୍ଶିକା ଅନୁସାରେ କାର୍ଯ୍ୟ କଲେ ରାଜ୍ୟ ଏବଂ ଦେଶ ଶିଳ୍ପ ସମୃଦ୍ଧ ହୋଇପାରିବ । ସେମାନେ ଗଢି ତୋଳୁଥିବା ସୁରକ୍ଷା ବଳୟ ଶିଳ୍ପାୟନ ପାଇଁ ଆଣିଦେଇଛି ଏକ ଆଶାର କିରଣ । ଉତ୍ସବରେ ଅଧ୍ୟକ୍ଷତା କରି ପ୍ରଶିକ୍ଷଣ କେନ୍ଦ୍ରର ଅଧ୍ୟକ୍ଷ CISF ର DIG ମାମ୍ମୁନ ଉର ରସିଦ୍ ଦେଶ ମାତୃକାର ସମ୍ମାନ ପାଇଁ କର୍ତ୍ତବ୍ୟନିଷ୍ଠ ହେବାକୁ ସେମାନଙ୍କୁ ଶପଥ ପାଠ କରାଇଥିଲେ ।

ତେବେ ଏହି କ୍ରମରେ ସୁରକ୍ଷା ମନ୍ତ୍ରକୁ ଅଗ୍ରାଧିକାର ଦେଇ କେନ୍ଦ୍ରୀୟ ଶିଳ୍ପ ସୁରକ୍ଷା ବାହିନୀ(CISF) ସମଗ୍ର ଭାରତ ବର୍ଷରେ ଶିଳ୍ପାୟନ ତଥା ଏହାର ଅଭିବୃଦ୍ଧିକୁ ଆଗେଇ ନେବାରେ ସହାୟକ ହୋଇପାରିଛି । ଉତ୍ସବରେ ଅନ୍ୟମାନଙ୍କ ମଧ୍ୟରେ ଭୁବନେଶ୍ୱର କଟକର ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀଙ୍କ ସମେତ ବହୁ ପୋଲିସ ପଦାଧିକାରୀ ଯୋଗ ଦେଇଥିଲେ । ଏହି ଅବସରରେ କୃତୀ ପ୍ରଶିକ୍ଷାର୍ଥୀଙ୍କୁ ମୁଖ୍ୟ ଅତିଥି ପୁରସ୍କାର ପ୍ରଦାନ କରିଥଲେ ଶେଷରେ ଚିତ୍ତାକର୍ଷକ ସମର କଳା ଏବଂ ମନୋରଞ୍ଜନ କାର୍ଯ୍ଯକ୍ରମ ଅନୁଷ୍ଠିତ ହୋଇଥିଲା ।

କଟକରୁ ପ୍ରଭୁକଲ୍ୟାଣ ପାଲ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.