ETV Bharat / city

ମ୍ୟାନହୋଲରେ ଖସି ପଡିଲା ଶିଶୁ, ଶହେଫୁଟ ଦୂର ମୁଖ୍ୟ ଡ୍ରେନରୁ ଉଦ୍ଧାର

ରଖେ ହରି ତ ମାରେ କିଏ । ଯାହା କଟକ ଗଙ୍ଗାମନ୍ଦିର ଅଞ୍ଚଳର 5 ବର୍ଷର ଶିଶୁ ଦିବ୍ୟାଂଶୁ କ୍ଷେତ୍ରରେ ଦେଖିବାକୁ ମିଳିଛି । ଅନ୍ଧାର ରାତିରେ ମ୍ୟାନହୋଲରେ ଖସି 20 ମିନିଟ୍‌ ପରେ ମୁଖ୍ୟନାଳରୁ ଉଦ୍ଧାର ହେବା ସମସ୍ତଙ୍କୁ ହତଚକିତ କରିଛି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, କଟକ
author img

By

Published : Jul 9, 2019, 8:04 PM IST

କଟକ : କୁହାଯାଏ ରଖେ ହରି ତ ମାରେ କିଏ । ଯାହା ଗଙ୍ଗାମନ୍ଦିର ଅଞ୍ଚଳର 5 ବର୍ଷର ଶିଶୁ ଦିବ୍ୟାଂଶୁ କ୍ଷେତ୍ରରେ ଦେଖିବାକୁ ମିଳିଛି । ଅନ୍ଧାର ରାତିରେ ମ୍ୟାନହୋଲରେ ଖସି 20 ମିନିଟ୍‌ ପରେ ମୁଖ୍ୟନାଳରୁ ଉଦ୍ଧାର ହେବା ସମସ୍ତଙ୍କୁ ହତଚକିତ କରିଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, କଟକ

ରାତିରେ ନିଜ ମାଙ୍କ ସହ ବଜ୍ରକବାଟି ନିକଟରେ ଥିବା ଏକ ପୋଲରେ ଦିବ୍ୟାଂଶୁ ଯାଉଥିବାବେଳେ ମ୍ୟାନହୋଲରେ ଖସିପଡିଥିଲେ । ପାଖାପାଖି 20 ମିନିଟ୍‌ ପରେ ଶହେ ମିଟର ଦୂରରେ ଥିବା ମୁଖ୍ୟ ନାଳରୁ ସ୍ଥାନୀୟ ଯୁବକ ମାନେ ତାଙ୍କୁ ଉଦ୍ଧାର କରିଥିଲେ । ଦିବ୍ୟାଂଶୁଙ୍କୁ ମୁର୍ମୁଷ ଅବସ୍ଥାରେ ଉଦ୍ଧାର କରି ତୁରନ୍ତ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ପରେ ସେ ସୁସ୍ଥ ହୋଇଥିଲେ । ତେବେ ମ୍ୟାନହୋଲର କଭର ନଥିବାରୁ ଏଭଳି ସମସ୍ୟା ଉପୁଜିଥିବା ଅଭିଯୋଗ ହୋଇଛି ।

ତେବେ ଏପରି ଘଟଣା ପରେ ଜାଇକା ଓ ସିଏମସି ଉପରେ ଆଙ୍ଗୁଳି ଉଠାଇଛନ୍ତି ସାଧାରଣ ଲୋକେ । ଜାଇକା ଓ ସିଏମସିର ମନମୁଖୀ କାର୍ଯ୍ୟ ପାଇଁ ସହରର ରାସ୍ତାଘାଟ ଅବସ୍ଥା ଅତି ଶୋଚନୀୟ ହେବାର ଲାଗିଛି । ଯେଉଁଠି ଖୋଳାଯାଉଛି ତାହା ଠିକ ଭାବେ ପୋତା ଯାଉଛି କି ନାହିଁ ତାକୁ ଦେଖିବାକୁ କେହି ନାହିଁ । କେବଳ ସେତିକି ନୁହେଁ ସହରର ଅନେକ ସ୍ଥାନରେ ମନମୁଖି ଭାବେ କାମ କରୁଛି ଜାଇକା । ଯାହା ଫଳରେ ଅନେକ ସମୟରେ ଅଘଟଣ ଘଟୁଛି ବୋଲି ଅଭିଯୋଗ ହେଉଛି । ତେବେ ଏନେଇ ସିଏମସି କମିଶନର କହିଛନ୍ତି ଏଥପ୍ରତି ଧ୍ୟାନ ଦିଆଯିବ। ଯେଉଁ ସ୍ଥାନରେ ଖୋଳାଯାଇଛି ତାହାକୁ ପୋତିବାକୁ ଜାଇକାକୁ ନିର୍ଦ୍ଦେଶ ଦିଆଯାଇଛି । ଏଭଳି ଅଘଟଣ ଯେପରି ଆଗକୁ ନ ଘଟେ ସେଥିପ୍ରତି ସିଏମସି ଅଧିକ ଯତ୍ନବାନ ହେବ ବୋଲି କମିଶନର କହିଛନ୍ତି ।

ତେବେ ଜାଇକାର ବେପାରୁଆ କାମ ପାଇଁ ସହରରେ ପ୍ରାୟ 7 ଜଣଙ୍କର ଜୀବନ ଗଲାଣି । ଜାଇକାର ଦାୟିତ୍ବହୀନତା ପାଇଁ ଅନେକ ଜୀବନ ଯାଉଥିଲେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଉନଥିବାରୁ ଏଭଳି ଅନେକ ଅଘଟଣ ଘଟୁଥିବା ଅଭିଯୋଗ ହୋଇଛି ।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

Intro:Body:

BLANK FOR LINK 

Conclusion:

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.