ETV Bharat / city

ନେତାଜୀ ବସ ଟର୍ମିନାଲ ଭିତ୍ତିପ୍ରସ୍ତର ସ୍ଥାପନ: ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଦେଲେ ସ୍ଥାନୀୟ ନେତା - ବସ ଟର୍ମିନାଲର ଭିତ୍ତିପ୍ରସ୍ତର ସ୍ଥାପନା କଲେ ମୁଖ୍ୟମନ୍ତ୍ରୀ

ନେତାଜୀ ବସ ଟର୍ମିନାଲର ଭିତ୍ତିପ୍ରସ୍ତର ସ୍ଥାପନା କଲେ ମୁଖ୍ୟମନ୍ତ୍ରୀ

author img

By

Published : Jan 23, 2021, 11:35 AM IST

Updated : Jan 23, 2021, 4:46 PM IST

15:34 January 23

ନେତାଜୀ ବସ ଟର୍ମିନାଲ ଭିତ୍ତିପ୍ରସ୍ତର ସ୍ଥାପନ: ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଦେଲେ ସ୍ଥାନୀୟ ନେତା

ଅତ୍ୟାଧୁନିକ ନେତାଜୀ ବସ ଟର୍ମିନାଲର ଭିତ୍ତିପ୍ରସ୍ତର ସ୍ଥାପନ

କଟକ:  ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି(ଶୁକ୍ରବାର) ନେତାଜୀଙ୍କ ଜନ୍ମ ଜୟନ୍ତୀ ଅବସରରେ କଟକ ଖାନ ନଗରରେ ଏକ ବୃହତ୍ତ ବସ୍ ଟର୍ମିନାଲର ଭିତ୍ତି ପ୍ରସ୍ତର ସ୍ଥାପନ କରିବା ପରେ ସ୍ଥାନୀୟ ନେତା ବେଶ୍ ଖୁସିବ୍ୟକ୍ତ କରିଛନ୍ତି । 65 କୋଟି ବ୍ୟୟରେ ନିର୍ମାଣ ହେବାକୁ ଥିବା ଏହି ଆକର୍ଷଣୀୟ ବସ ଟର୍ମିନାଲ ନିର୍ମାଣ ହେଲେ କଟକବାସୀ ଏଥିରେ ବେଶ ଉପକୃତ ହେବେ ବୋଲି ଆଇନ ମନ୍ତ୍ରୀ ପ୍ରତାପ ଜେନା କହିଛନ୍ତି ।

ଏହି ବସ ଟର୍ମିନାଲରେ ଏକକାଳୀନ 180ଟି ବସ ରହିପାରିବ । ଏହାଛଡ଼ା ଅନ୍ୟାନ୍ୟ ସୁବିଧା ରହିବ । ତେବେ କଟକବାସୀଙ୍କୁ ରାଜ୍ୟ ସରକାର ଏକ ନୂତନ ଆଲୋକ ଦେଖାଇଛନ୍ତି ବୋଲି ସେ କହିଛନ୍ତି । ସେହିପରି ନେତାଜୀଙ୍କ ନାମରେ ଏହି ଟର୍ମିନାଲ ନିର୍ମାଣ ହେଲେ କେବଳ କଟକ ନୁହେଁ ବରଂ ସାରା ରାଜ୍ୟର ଲୋକେ ଉପକୃତ ହେବେ ବୋଲି ଚୌଦ୍ବାର ବିଧାୟକ ସୌଭିକ ବିଶ୍ବାଳ କହିଛନ୍ତି । 

କଟକରୁ ପ୍ରଭୁକଲ୍ୟାଣ ପାଲ, ଇଟିଭି ଭାରତ

11:34 January 23

ନେତାଜୀ ବସ ଟର୍ମିନାଲର ଭିତ୍ତିପ୍ରସ୍ତର ସ୍ଥାପନା କଲେ ମୁଖ୍ୟମନ୍ତ୍ରୀ

ନେତାଜୀ ବସ ଟର୍ମିନାଲର ଭିତ୍ତିପ୍ରସ୍ତର ସ୍ଥାପନା କଲେ ମୁଖ୍ୟମନ୍ତ୍ରୀ

କଟକ: କଟକରେ ବସ ଟର୍ମିନାଲରେ ଭତ୍ତିପ୍ରସ୍ତର ସ୍ଥାପନା କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । କଟକ ନେତାଜୀ ବସ ଟର୍ମିନାଲ ନାଁରେ ନିର୍ମାଣ ହେବ ଏହି ଟର୍ମିନାଲ୍ ।  ପ୍ରାୟ ୧୧୦୦୦ ବର୍ଗ ମିଟର ଅଞ୍ଚଳରେ ଏହାକୁ ନିର୍ମାଣ କରାଯିବ । ରାଜ୍ୟ ଗମନାଗମନ ବ୍ୟବସ୍ଥାରେ ଏହା ନୂଆ ଅଧ୍ୟାୟ ସୃଷ୍ଟି କରିବ । 12 ଏକର ଜମିରେ ଦେଢ଼ ବର୍ଷ ମଧ୍ୟରେ କାମ ଶେଷ ହେବ । ଏକାଥରକେ 180 ଟି ବସ୍ ରହିପାରିବ ଏହି ମେଗା ବସ ଷ୍ଟାଣ୍ଡରେ । ଏଥିପାଇଁ ଖର୍ଚ୍ଚ ହେବ ପ୍ରାୟ 65 କୋଟି । 

ରାଜ୍ୟ ସରକାରଙ୍କ ୫-ଟି କାର୍ଯ୍ୟକ୍ରମ ଅଧୀନରେ ଏହା କାର୍ଯ୍ୟକାରୀ କରାଯିବ। ବାଦାମବାଡି ବସ୍‌ଷ୍ଟାଣ୍ଡ ଜନଗହଳି ବୃଦ୍ଧି ସହିତ ସ୍ଥାନାଭାବ ଦୃଷ୍ଟିରୁ ଜନସାଧାରଣ ଓ ଯାତ୍ରୀ ଅସୁବିଧାର ସମ୍ମୁଖୀନ ହେଉଥିବାରୁ ଏହି ଅତ୍ୟାଧୁନିକ ବସ୍‌ ଟର୍ମିନାଲକୁ ଖାନନଗରରେ ପ୍ରତିଷ୍ଠା କରିବା ପାଇଁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି। ଏହି ଅତ୍ୟାଧୁନିକ ବସ୍‌ ଟର୍ମିନାଲରେ ନେତାଜୀଙ୍କ ଜୀବନ ଓ ସଂଗ୍ରାମ ବିଷୟରେ ଜନସାଧାରଣଙ୍କୁ ଅବଗତ କରାଇବା ପାଇଁ ଏକ ସ୍ବତନ୍ତ୍ର କିଓସ୍କ କରିବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ । ତେବେ ଏହି ବସ ଟର୍ମିନାଲରେ ରହିବ ନିମ୍ନ ଲିଖିତ ସୁବିଧା...

  1. ଟର୍ମିନାଲ ବିଲ୍‌ଡିଂ ନିର୍ମାଣ କରାଯାଇ ଏଥିରେ ଯାତ୍ରୀ ବିଶ୍ରାମସ୍ଥଳ, ଫୁଡ କୋର୍ଟ, କ୍ଲର୍କ ରୁମ, ଟିକେଟ ଗୃହ, ଇ-ଯାନ ଚାର୍ଜିଂ ପଏଣ୍ଟ, ଛାତ ଉପରେ ବର୍ଷା ଜଳ ସଂରକ୍ଷଣ ଏବଂ ସୌର ପ୍ୟାନେଲ ମଧ୍ୟ ରଖାଯିବ।
  2. ଟର୍ମିନାଲରେ ଏକ ସମୟରେ ୧୮୦ଟି ବସ ପାର୍କିଂର ବ୍ୟବସ୍ଥା ରହିବ ।
  3. ଯାତ୍ରୀମାନଙ୍କ ସୁବିଧା ପାଇଁ ଇଣ୍ଟିଗ୍ରେଟେଡ ଇନଫରମେସନ ମ୍ୟାନେଜମେଣ୍ଟ ବ୍ୟବସ୍ଥା ମଧ୍ୟ କରାଯିବ ।
  4. ସାଧାରଣ ଯାତ୍ରୀବାହୀ ବସ୍ ପାଇଁ ସ୍ଥାନ, ସ୍ଥାନୀୟ ଓ ମୋ ବସ ସେବା ପାଇଁ ସ୍ଥାନ, ଯାନ ମରାମତି ଓ ରକ୍ଷଣାବେକ୍ଷଣ ବ୍ଲକ, ଚାରି ଚକିଆ ଯାନ ଓ ଅଟୋ ପାଇଁ ସ୍ବତନ୍ତ୍ର ପାର୍କିଂ ବ୍ୟବସ୍ଥା କରାଯିବ  ।

ନିର୍ମାଣ ପୂର୍ବରୁ ଅନେକ ସରକାରୀ ତଥା ବେସରକାରୀ ଜମିକୁ ପ୍ରଶାସନ ଅଧିଗ୍ରହଣ କରିବ ଫଳରେ ଅନେକ ବଡ ବଡ ସପିଂ ମଲ, ହୋଟେଲ, ଧର୍ମାନୁଷ୍ଠାନ, ସ୍କୁଲ ଏବଂ ପାଠାଗାର ଇତ୍ୟାଦିକୁ ଉଚ୍ଛେଦ କରାଯିବ । ଏଥିପାଇଁ କ୍ଷତିଗ୍ରସ୍ତ ହେବାକୁ ଥିବା ଲୋକଙ୍କୁ ପ୍ରଶାସନ ପକ୍ଷରୁ ଏକ ଥଇଥାନ ପ୍ୟାକେଜ ପ୍ରଦାନ କରାଯିବ । 

Last Updated : Jan 23, 2021, 4:46 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.