ETV Bharat / city

ବାଲିଯାତ୍ରାରେ ଚନ୍ଦ୍ରଯାନ-2, ଇସ୍ରୋ ବସରେ ଜମୁଛି ଭିଡ

author img

By

Published : Nov 15, 2019, 8:50 PM IST

ବାଲିଯାତ୍ରାରେ ଇସ୍ରୋ ବସ୍‌ । ଲୋକଙ୍କୁ ଦେଉଛି ଭାରତୀୟ ଉପଗ୍ରହ ଗବେଷଣା ବାବଦରେ ସୂଚନା । ଶ୍ରୀହରିକୋଟାରୁ ଆସିଥିବା ଏହି ବସରେ ଦର୍ଶକ ଦେଖିବାକୁ ପାଉଛନ୍ତି ଇସ୍ରୋ ଉତକ୍ଷେପଣ କରିଥିବା ଉପଗ୍ରହ ଓ ରକେଟ ମଡେଲ ।

ଡିଜାଇନ ଫଟୋ

କଟକ: ବାଲିଯାତ୍ରାରେ ଇସ୍ରୋ ବସ୍‌ । ଲୋକଙ୍କୁ ଦେଉଛି ଭାରତୀୟ ଉପଗ୍ରହ ଗବେଷଣା ବାବଦରେ ସୂଚନା । ଶ୍ରୀହରିକୋଟାରୁ ଆସିଥିବା ଏହି ସ୍ପେଶାଲ ବସରେ ଦର୍ଶକଙ୍କ ପାଇଁ ଡିସପ୍ଲେ ହୋଇଛି ଇସ୍ରୋ ଉତକ୍ଷେପଣ କରିଥିବା ଉପଗ୍ରହ ଓ ରକେଟର ମଡେଲ । ଚନ୍ଦ୍ରଯାନ-1, ଚନ୍ଦ୍ରଯାନ-2 ସହିତ ମିଶନ ମାର୍ସ ଓ ବିଭିନ୍ନ ସାଟେଲାଇଟର ମଡେଲକୁ ପାଖରୁ ଦେଖୁଛନ୍ତି ଲୋକେ । ଏଗୁଡିକୁ ଲୋକଙ୍କୁ ଦେଖାଇବା ସହ ସବିଶେଷ ତଥ୍ୟ ଦେଉଛନ୍ତି ଇସ୍ରୋର ଟେକନିସିଆନ ଟିମ୍‌ ।

ବାଲିଯାତ୍ରାରେ ଚନ୍ଦ୍ରଯାନ-2, ଇସ୍ରୋ ବସରେ ଜମୁଛି ଭିଡ

ସେପଟେ ଏହି ବିଶେଷ ଆକର୍ଷଣକୁ ବାଲିଯାତ୍ରା ଦେଖିଆସିଥିବା କୌଣସି ବି ଦର୍ଶକ ହାତଛଡା କରୁନାହାଁନ୍ତି । ମହାକାଶ ବିଜ୍ଞାନ ସମ୍ପର୍କରେ କେବଳ ବହିରେ ପଢୁଥିବାରୁ ସ୍କୁଲ ଓ କଲେଜ ଛାତ୍ରଛାତ୍ରୀ ଏହାର ଭରପୂର ଫାଇଦା ଉଠାଉଛନ୍ତି । ଇସ୍ରୋର ଏହି ପ୍ରୟାସକୁ ସେମାନେ ଧନ୍ୟବାଦ ଜଣାଇଛନ୍ତି ।

ତେବେ ଇସ୍ରୋ ପକ୍ଷରୁ ଗ୍ରହଣ କରାଯାଇଥିବା ଏହି ପଦକ୍ଷେପରେ ଅନେକ ଛାତ୍ରଛାତ୍ରୀ ଅନୁପ୍ରାଣିତ ହୋଇ ଭବିଷ୍ୟତରେ ମହାକାଶ ଗବେଷଣା କେନ୍ଦ୍ରରେ ବୈଜ୍ଞାନିକ ହେବାକୁ ଇଚ୍ଛା ପ୍ରକାଶ କରିବେ ।

କଟକରୁ ପ୍ରଭୁ କଲ୍ୟାଣ ପାଲ, ଇଟିଭି ଭାରତ

Intro:କଟକ:ପ୍ରଥମ ଥର ପାଇଁ ଐତିହାସିକ ବାଲିଯାତ୍ରା ରେ ଇସ୍ରୋ ବସ । ବିଭିନ୍ନ ବୈଜ୍ଞାନିକ ଉଦ୍ଭାବନ ନେଇ ବସ ପହଁଚିଛି ବାଲିଯାତ୍ରା ପଡିଆ ରେ । ଏହି ବସ କୁ ଦେଖିବା ପାଇଁ ଲାଗୁଚି ଭିଡ଼ । କାରଣ ଭାରତ ର ଇସ୍ରୋ ହେଉଛି ଏକ ପ୍ରମୁଖ ଉପଗ୍ରହ ଗବେଷଣା କେନ୍ଦ୍ର । ଯାହାକୁ ଖୁବ ନିକଟରେ ପାଇ ଖୁସି ଜାହିର କରିଛନ୍ତି ଆବାଳବୃଦ୍ଧବନିତା । ବାଲିଯାତ୍ରା ଦେଖିବା ସହ ବୈଜ୍ଞାନ ର ମଜା ନେଉଛନ୍ତି ଛାତ୍ରଛାତ୍ରୀ ।

Body:ଭିଓ: ବାଲିଯାତ୍ରା ବୁଲିବାକୁ ଆସୁଥିବା ଦର୍ଶକ ଙ୍କୁ ଭାରତୀୟ ଉପଗ୍ରହ ଗବେଷଣା ବାବଦ ସୂଚନା ଦେବାପାଇଁ ଇସ୍ରୋ ପକ୍ଷରୁ ହୋଇଛି ସ୍ୱତନ୍ତ୍ର ବ୍ୟବସ୍ଥା । ଶ୍ରୀ ହରି କୋଟା ରୁ ଆସିଥିବା ଏକ ବଡ଼ ବସ ରେ ଇସ୍ରୋ ପକ୍ଷରୁ ଉତକ୍ଷେପଣ ହୋଇଥିବା ଉପଗ୍ରହ ଓ ରକେଟ ମଡେଲ କୁ ବାଲିଯାତ୍ରା ରେ ପଦର୍ଶନ କରୁଛନ୍ତି ଇସ୍ରୋ ର ଟେକନିସିଆନ ଟିମ ।
ଇସ୍ରୋ ବସ ରେ ରହିଛି ଅନେକ କିଛି ଗ୍ରହ ଓ ଉପଗ୍ରହ କୁ ଗବେଷଣା କରୁଥିବା ରକେଟ । ସେଥିମଧ୍ୟରୁ ଦର୍ଶକଙ୍କ କେନ୍ଦ୍ର ବିନ୍ଦୁ ପାଲଟିଛି ଚନ୍ଦ୍ରୟାନ-2 ମଡେଲ । କେପରି ଏହି ରକେଟ ର ବ୍ୟବହାର କରାଯାଇଥିଲା । ତାହାଛଡ଼ା ଏହି ରକେଟ ର ବିକ୍ରମ ଲ୍ୟାଣ୍ଡର ଓ ରୋଭର ପ୍ରଜ୍ଞାନ ର ଗତିପଥ କିପରି ଥିଲା ତାହା ସ୍ପଷ୍ଟ ରୂପେ ଏହି ବସ ମଧ୍ୟରେ ବର୍ଣ୍ଣନା କରାଯାଇଛି । ଏହାସହିତ ମିଶନ ମାର୍ସ , ଚନ୍ଦ୍ରୟାନ-1, ଓ ବିଭିନ ସାଟେଲାଇଟ ର ମଡେଲ କୁ ପାଖରୁ ଦେଖୁଛନ୍ତି ଲୋକେ । ଯାହାଦ୍ୱାରା ଆଗାମୀ ପିଢ଼ି ରେ ମହାକାଶ ବିଜ୍ଞାନ ସମ୍ପର୍କରେ ବେଶ ଭଲ ଭାବେ ଜାଣି ପାରିବେ ବୋଲି ଆଶା ରଖିଛନ୍ତି ଇସ୍ରୋ ଟେକନିସିଆନ ।

ବାଇଟ: ବ୍ରଜ ମୋହନ ଦାସ (ଟେକନିସିଆନ)
ବାଇଟ: ରାଜେଶ ସ୍ୱାଇଁ( ଟେକନିସିଆନ)

ଭିଓ2: ଅନ୍ୟପଟେ ଏହି ବିଶେଷ ଆକର୍ଷଣ କୁ କୌଣସି ବି ଦର୍ଶକ ହାତଛଡା କରୁ ନାହାନ୍ତି । ବିଶେକରି ସ୍କୁଲ ଓ କଲେଜ ଛାତ୍ର ଛାତ୍ରୀ । କାରଣ ଏହି ମହାକାଶ ବିଜ୍ଞାନ ସମ୍ପର୍କ ରେ ପୂର୍ବରୁ କେବଳ ବହି ରେ ପଢ଼ାଯାଉଥିଲା । କିନ୍ତୁ ଆଖି ରେ ଏତେ ପାଖରୁ ଦେଖିବା ଅସମ୍ଭବ ହେଉଥିଲା ।।କିନ୍ତୁ ଆଜି ତାହା ସାକାର ହୋଇଛି ଇସ୍ରୋ ର ଏହି ପ୍ରୟାସ କୁ ଧନ୍ୟବାଦ ଜଣାଇଛନ୍ତି ଅନେକ ଛାତ୍ରଛାତ୍ରୀ ।

ବାଇଟ: ନିତ୍ୟାନନ୍ଦ ପାତ୍ର( ଛାତ୍ର)
ବାଇଟ: ଦିଶା ମହାପତ୍ରା( ଛାତ୍ରୀ )

Conclusion:ଫାଭିଓ - ତେବେ ଏହି ଇସ୍ରୋ ପକ୍ଷରୁ ଗ୍ରହଣ କରାଯାଇଥିବା ଏହି ପଦକ୍ଷେପ ନୀଶ୍ଚିତ ରୂପେ ଛାତ୍ର ଛାତ୍ରୀ ଙ୍କ ଭାଗ୍ୟ ବଦଲାଇବ । ଆଉ ଦିନେ ନା ଦିନେ ଓଡିଶା ରୁ ଅନେକ ବୈଜ୍ଞାନିକ ନିଜର ପ୍ରତିଭା ବିଶ୍ୱ ସ୍ତରରେ ପଦର୍ଶନ କରିବେ ।

କଟକ ରୁ ପ୍ରଭୁକଲ୍ୟାଣ ପାଲ ଇଟିଭି ଭାରତ
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.