ETV Bharat / city

ଜବରଦଖଲକାରୀଙ୍କ କବଜାରେ ଚୈତନ୍ୟ ମଠ, ଅଭିଯୋଗ ଆଣିଲେ ମହନ୍ତ - ଚୈତନ ମଠ

ସିଲଭର ସିଟିର ମହମଦିଆ ବଜାରରେ ଥିବା ଚୈତନ୍ୟ ମଠକୁ ନେଇ ଘନେଇଛି ବିବାଦ। ଚୈତନ ମଠ ଜବରଦଖଲ କରାଯାଇଥିବା ଅଭିଯୋଗ ଆଣିଲେ ମହନ୍ତ । ଅଧିକ ପଢନ୍ତୁ...

ଚୈତନ ମଠକୁ ଜବରଦଖଲ; ଅଭିଯୋଗ ଆଣିଲେ ମହନ୍ତ
ଚୈତନ ମଠକୁ ଜବରଦଖଲ; ଅଭିଯୋଗ ଆଣିଲେ ମହନ୍ତ
author img

By

Published : Nov 5, 2021, 7:08 PM IST

Updated : Nov 5, 2021, 7:53 PM IST

କଟକ: ସିଲଭର ସିଟିର ମହମଦିଆ ବଜାରରେ ଥିବା ଚୈତନ୍ୟ ମଠକୁ ନେଇ ଘନେଇଛି ବିବାଦ। ଏହି ମଠଟି 1920 ମସିହାରୁ ପୁରୀ ଘାଟ ସ୍ଥିତ ରାସବିହାରୀ ମଠ ଦ୍ଵାରା ପରିଚାଳିତ ହୋଇ ଆସୁଥିଲା। ମଠରେ ସେବା ପୂଜା,ରକ୍ଷଣାବେକ୍ଷଣ ସମସ୍ତ କାର୍ଯ୍ୟ ପୁରୀଘାଟ ମଠ କରିଆସୁଥିଲେ । ତେବେ ଗତ କିଛି ବର୍ଷ ହେବ କିଛି ସ୍ଥାନୀୟ ଲୋକେ ଓ କିଛି ଅନୁଷ୍ଠାନ ଏକାଠି ହୋଇ ମଠକୁ ବେଆଇନ ଭାବେ ଦଖଲରେ ରଖିଛନ୍ତି।

ଜବରଦଖଲକାରୀଙ୍କ କବଜାରେ ଚୈତନ୍ୟ ମଠ, ଅଭିଯୋଗ ଆଣିଲେ ମହନ୍ତ

ସେଠାରେ ଏବେ ଜିମ ଓ କଲ୍ୟାଣମଣ୍ଡପ ଚାଲିଛି। ଯାହା ସମ୍ପୂର୍ଣ୍ଣ ବେଆଇନ। ଦେବତ୍ତୋର ବିଭାଗ ମଧ୍ୟ ସେମାନଙ୍କୁ ସମର୍ଥନ କରୁଥିବା ଅଭିଯୋଗ ହୋଇଛି । ଏହାକୁ ମଠର ମହନ୍ତ ଓ ଅନ୍ୟ କର୍ମକର୍ତ୍ତା ତୀବ୍ର ବିରୋଧ କରିଛନ୍ତି। ଏନେଇ ରାଜ୍ୟ ଆଇନ ମନ୍ତ୍ରୀ ଦୃଷ୍ଟି ଦେବାକୁ ମଠର ମହନ୍ତ ଦାବି କରିଛନ୍ତି। ନ୍ୟାୟ ପାଇ ଅଵଶ୍ୟକ ପଡିଲେ କୋର୍ଟଙ୍କ ଦ୍ଵାରସ୍ଥ ହେବେ ବୋଲି ମହନ୍ତ କହିଛନ୍ତି।

କଟକରୁ ପ୍ରଭୁ କଲ୍ୟାଣ ପାଲ, ଇଟିଭି ଭାରତ

Last Updated : Nov 5, 2021, 7:53 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.