ETV Bharat / city

ବନ୍ଧା ହେଲେ ଆଶୀର୍ବାଦ ବେହେରା, ସାଙ୍ଘାତିକ ଅଭିଯୋଗ ଆଣିଲେ ପୁଅ

author img

By

Published : Sep 19, 2019, 9:22 AM IST

Updated : Sep 19, 2019, 11:54 AM IST

ଅର୍ଥତତ୍ତ୍ବ ଚିଟଫଣ୍ଡ ମାମଲାରେ ଆଶୀର୍ବାଦ ବେହେରାଙ୍କୁ ଗିରଫ କଲା ସିବିଆଇ । ଆଜି ସକାଳୁ ଆଶୀର୍ବାଦଙ୍କ କ୍ୟାଣ୍ଟନମେଣ୍ଟ ରୋଡସ୍ଥିତ ଘରେ ସିବିଆଇ ଚଢାଉ କରିବା ପରେ ତାଙ୍କୁ ଗିରଫ କରାଯାଇଛି।

ଫଟୋ ସୌଜନ୍ୟ- ସମ୍ବାଦଦାତା, ଭୁବନେଶ୍ବର

କଟକ/ଭୁବନେଶ୍ବର : ସିବିଆଇ ଦ୍ବାରା ଗିରଫ ହୋଇଛନ୍ତି ଆଶୀର୍ବାଦ ବେହେରା । ଅର୍ଥତତ୍ତ୍ବ ଚିଟଫଣ୍ଡ ମାମଲାରେ ସିବିଆଇ ଆଜି ତାଙ୍କୁ ଗିରଫ କରିଥିବା ଜଣାପଡିଛି । ଚିଟଫଣ୍ଡ ମାମଲାରେ ପୂର୍ବରୁ ତାଙ୍କ ନାମରେ ଚାର୍ଜସିଟ ଦାଖଲ କରଯାଇଥିଲା । ଅନ୍ୟପଟେ ହୋଟେଲ ମାଲିକ କମଳାକାନ୍ତ ଦାସ ବି ଗିରଫ ହୋଇଥିବା ସୂଚନା ।

ଭିଡିଓ ସୌଜନ୍ୟ- ସମ୍ବାଦଦାତା, କଟକ/ ଭୁବନେଶ୍ବର

ଆଜି ସକାଳୁ ଆଶୀର୍ବାଦଙ୍କ କ୍ୟାଣ୍ଟନମେଣ୍ଟ ରୋଡସ୍ଥିତ ଘରେ ସିବିଆଇ ଚଢାଉ କରିବା ପରେ ତାଙ୍କୁ ଗିରଫ କରାଯାଇଥିବା ଜଣାପଡିଛି l ତେବେ ବାପାଙ୍କ ଗିରଫକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ପୁଅ ସଞ୍ଜୟ ବେହେରା । ଏହା ଏକ ଚକ୍ରାନ୍ତ ଓ ରାଜନୈତିକ ପ୍ରଣୋଦିତ । କାରଣ ଆସନ୍ତା ସେପ୍ଟେମ୍ବର 27ରେ ଅଛି ଓସିଏ ନିର୍ବାଚନ । ଆସନ୍ତାକାଲି ନୋମିନେସନ ତେବେ ଏହାକୁ ନଜରରେ ରଖି ଏହି ଷଡଯନ୍ତ୍ର ରଚାଯାଇଛି ବୋଲି କହିଛନ୍ତି ସଞ୍ଜୟ ।

ଅନ୍ୟପଟେ ବିପକ୍ଷ ଗୋଷ୍ଠୀଙ୍କ ଚକ୍ରାନ୍ତରେ ତାଙ୍କର କୌଣସି କ୍ଷତି ହେବନି ବୋଲି ସଞ୍ଜୟ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି । ସୂଚନାଯୋଗ୍ୟ, ଓପିଏଲ ଖେଳରେ ଯେଉଁ ଟଙ୍କା ଖର୍ଚ୍ଚ ହୋଇଥିଲା ତାହା ଚିଟଫଣ୍ଡ ଟଙ୍କା ବୋଲି ସନ୍ଦେହ କରି ସିବିଆଇ ପୂର୍ବରୁ 4 ଥର ଆଶୀର୍ବାଦଙ୍କୁ ଜେରା କରିସାରିଥିଲା । ତେବେ ଆଜି ସକାଳ ସମୟରେ 15 ରୁ 20ଜଣିଆ ଟିମ ଆଶୀର୍ବାଦଙ୍କ ଘରେ ଚଢାଉ କରି ତାଙ୍କୁ ଗିରଫ କରାଯାଇଛି ।

କଟକରୁ ପ୍ରଭୁକଲ୍ୟାଣ ପାଲ୍ ଓ ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

Intro:Body:

କଟକ: ସିବିଆଇ ଦ୍ବାରା ଗିରଫ ହୋଇଛନ୍ତି ଆଶୀର୍ବାଦ ବେହେରା । ଅର୍ଥତତ୍ତ୍ବ ଚିଟଫଣ୍ଡ ମାମଲାରେ ସିବିଆଇ ଆଜି ତାଙ୍କୁ ଗିରଫ କରିଥିବା ଜଣାପଡିଛି । ଚିଟଫଣ୍ଡ ମାମଲାରେ ପୂର୍ବରୁ ତାଙ୍କ ନାମରେ ଚାର୍ଜସିଟ ଦାଖଲ କରଯାଇଥିଲା । ଅନ୍ୟପଟେ ହୋଟେଲ ମାଲିକ କମଳାକାନ୍ତ ଦାସ ବି ଗିରଫ ହୋଇଥିବା ସୂଚନା ।

Conclusion:
Last Updated : Sep 19, 2019, 11:54 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.