ETV Bharat / city

ନକଲି ଔଷଧ କାରବାର ମାମଲା, ଦୁଇ ଷ୍ଟକିଷ୍ଟଙ୍କ ବିରୋଧରେ ମାମଲା - ଗ୍ଲେନମାର୍କ ଫାର୍ମା

କଟକରେ ନକଲି ଔଷଧ କାରବାର ମାମଲାରେ ଜବତ ହୋଇଥିବା ଔଷଧ ଗୁଡ଼ିକ 'ଗ୍ଲେନମାର୍କ ଫାର୍ମା' କମ୍ପାନୀର ନୁହେଁ ବୋଲି ସ୍ପଷ୍ଟ ହୋଇଛି । କମ୍ପାନୀରୁ ଉତ୍ତର ପାଇବା ପରେ ଜବତ ହୋଇଥିବା ଔଷଧଗୁଡ଼ିକ ନକଲି ବୋଲି ସ୍ପଷ୍ଟ କରିଛି ଡ୍ରଗ କଣ୍ଟ୍ରୋଲ ବିଭାଗ । ଅଧିକ ପଢ଼ନ୍ତୁ

ନକଲି ଔଷଧ କାରବାର ମାମଲା, ଦୁଇ ଷ୍ଟକିଷ୍ଟଙ୍କ ବିରୋଧରେ ମାମଲା ରୁଜୁ

author img

By

Published : Sep 10, 2022, 10:49 PM IST

କଟକ: ନକଲି ଔଷଧ କାରବାର ମାମଲାରେ ଜବତ ହୋଇଥିବା ଔଷଧ ସମ୍ପର୍କରେ ଉତ୍ତର ରଖିଛି 'ଗ୍ଲେନମାର୍କ ଫାର୍ମା' । କଟକ ଦୁଇ ଷ୍ଟକିଷ୍ଟଙ୍କ ଜରିଆରେ କାରବାର ହୋଇଥିବା ଔଷଧ ଗୁଡ଼ିକ ତାର ନୁହେଁ ବୋଲି ସ୍ପଷ୍ଟ କରିଛି ପ୍ରତିଷ୍ଠିତ ଔଷଧ ଉତ୍ପାଦନ କମ୍ପାନୀ 'ଗ୍ଲେନମାର୍କ ଫାର୍ମା' । ତେବେ କମ୍ପାନୀରୁ ଉତ୍ତର ପାଇବା ପରେ ଜବତ ହୋଇଥିବା ଔଷଧଗୁଡ଼ିକ ନକଲି ବୋଲି ସ୍ପଷ୍ଟ କରିଛି ଡ୍ରଗ କଣ୍ଟ୍ରୋଲ ବିଭାଗ ।

ନକଲି ଔଷଧ କାରବାର ମାମଲା, ଦୁଇ ଷ୍ଟକିଷ୍ଟଙ୍କ ବିରୋଧରେ ମାମଲା ରୁଜୁ

"ଗ୍ଲେନମାର୍କ ଫାର୍ମା" ବ୍ରାଣ୍ଡରେ ବିକ୍ରି କରାଯାଉଥିଲା ଏହି ନକଲି ଔଷଧ । ତେବେ ଏହି ଘଟଣା ଜଣାପଡିବା ପରେ ଏହାର କାରବାର ଉପରେ କଟକଣା ଲାଗୁ କରାଯାଇଛି । ଏନେଇ କଟକ ମାଣିକଘୋଷ ବଜାର ଠାରେ ଥିବା ଦୁଇ ଷ୍ଟକିଷ୍ଟଙ୍କ ବିରୋଧରେ ଏତଲା ମଧ୍ୟ ଦିଆଯାଇଛି । ଭିଆର ଡ୍ରଗ ଏଜେନ୍ସି ଓ ପୂଜା ଏଣ୍ଟରପ୍ରାଇସକୁ କଳା ତାଲିକାଭୁକ୍ତ କରାଯାଇଛି । ତେବେ ଏହି ଦୁଇ ଷ୍ଟକିଷ୍ଟଙ୍କ ବିରୁଦ୍ଧରେ କଟକ ପୁରୀଘାଟ ଥାନାରେ ଏତଲା ଦେଇଛି ଡ୍ରଗ କଣ୍ଟ୍ରୋଲ ବିଭାଗ । ଏମାନଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଛି ଡ୍ରଗ୍ସ କଣ୍ଟ୍ରୋଲର ବିଭାଗ ।

ଏହା ମଧ୍ୟ ପଢ଼ନ୍ତୁ...କଟକରେ ନକଲି ଔଷଧ କାରବାର ଘଟଣା, ପ୍ରତିକ୍ରିୟା ରଖିଲା ଡ୍ରଗିଷ୍ଟ ଆସୋସିଏସନ

ମିଳିଥିବା ସୂଚନା ଅନୁଯାୟୀ ଦୁଇ ଷ୍ଟକିଷ୍ଟଙ୍କ ଜରିଆରେ ଏହି ନକଲି ଔଷଧ କାରବାର ଚାଲିଥିଲା । ଏପରିକି ନକଲି ବ୍ୟାଚ ନମ୍ବର ମଧ୍ୟ ଉଲ୍ଲେଖ କରାଯାଇଛି । ରକ୍ତ ଚାପ ରୋଗ ପାଇଁ ଉଦ୍ଦିଷ୍ଟ ଟେଲମା 40, ଟେଲମା ଏ.ଏମ ଓ ଟେଲମା ଏଚ. ଭଳି ତିନିଟି ଔଷଧକୁ ନକଲି କରି ବିକ୍ରି କରାଯାଉଥିଲା । ଏହା ଜଣା ପଡ଼ିବା ପରେ ଡ୍ରଗ କଣ୍ଟ୍ରୋଲ ବିଭାଗ ତଦନ୍ତ କରିଥିଲା । ତଦନ୍ତରୁ କଟକ ମାଣିକଘୋଷ ବଜାର ଠାରେ ଥିବା ଦୁଇଟି ଷ୍ଟକିଷ୍ଟ ଭି.ଆର ଡ୍ରଗ ଏଜେନ୍ସି ଓ ପୂଜା ଏଣ୍ଟରପ୍ରାଇସ୍ ଜରିଆରେ ମୋଟ 50 ଲକ୍ଷ ଟଙ୍କା ଔଷଧକୁ ବିକ୍ରି ପାଇଁ ପଠାଯାଇଥିବା ଜଣା ପଡ଼ିଥିଲା । ସେଥିରୁ ଓଡ଼ିଶା ବଜାରକୁ ପ୍ରାୟ 30 ଲକ୍ଷ ଟଙ୍କାର ଔଷଧ ବିକ୍ରି ପାଇଁ ଛଡ଼ାଯାଇଥିବା ବେଳେ 20 ଲକ୍ଷ ଟଙ୍କାର ଔଷଧକୁ ଗୁଜୁରାଟ ଓ ପଶ୍ଚିମବଙ୍ଗର ବିଭିନ୍ନ ବ୍ୟବସାୟୀ ମାନଙ୍କ ପାଖକୁ ପଠାଯାଇଥିଲା ।

ତେବେ ନକଲି ବୋଲି ସନ୍ଦେହ ହେବା ପରେ ଓଡ଼ିଶା ଡ୍ରଗ କଣ୍ଟ୍ରୋଲ ବିଭାଗ ରାଜ୍ୟ ଭିତରେ କାରବାର ହୋଇଥିବା 30 ଲକ୍ଷ ଟଙ୍କାର ନକଲି ଔଷଧକୁ ବଜାରକୁ ପ୍ରତ୍ୟାହାର କରିବା ପାଇଁ ପଦକ୍ଷେପ ଆରମ୍ଭ କରିଛି । ଗୁଜୁରାଟ ଓ ପଶ୍ଚିମବଙ୍ଗର ଡ୍ରଗ କଣ୍ଟ୍ରୋଲ ବିଭାଗକୁ ଏନେଇ ଅବଗତ ମଧ୍ୟ କରିଛି ଓଡ଼ିଶା ଡ୍ରଗ କଣ୍ଟ୍ରୋଲ ବିଭାଗ । ତେବେ ଏହି ଦୁଇ ଷ୍ଟକିଷ୍ଟଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ କୋର୍ଟରେ ମଧ୍ୟ ମାମଲା ଦାୟର କରିଛି ଡ୍ରଗ କଣ୍ଟ୍ରୋଲ ବିଭାଗ ।

ଇଟିଭି ଭାରତ, କଟକ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.