ETV Bharat / city

ମନରୁ ଲିଭିନି ମୁଣ୍ଡୁଳି ଗଜ ଉଦ୍ଧାର ଘଟଣା, ପୁଣି ସେହି ସ୍ଥାନରେ ହାତୀ ଛୁଆର ମୃତ୍ୟୁ - ମୁଣ୍ଡୁଳି ବ୍ରିଜରେ ହାତୀ ମୃତ

ମୁଣ୍ଡୁଳି ବ୍ୟାରେଜରେ ହାତୀ ଭାସିଯିବା ଏବଂ ହାତୀକୁ ଉଦ୍ଧାର କରିବାକୁ ଯାଇ ସାମ୍ବାଦିକ ଏବଂ ଓଡ୍ରାଫ ଯବାନଙ୍କ ମୃତ୍ୟୁ ଘଟଣା ମନରୁ ଲିଭି ନ ଥିବାବେଳେ ଯୋବ୍ରା ବ୍ୟାରେଜରେ ଆଉ ଏକ ୪ ମାସର ହାତୀ ଛୁଆର ମୃତ୍ୟୁ ଘଟିଛି । ଅଧିକ ପଢନ୍ତୁ...

ମନରୁ ଲିଭିନି ମୁଣ୍ଡୁଳି ଗଜ ଉଦ୍ଧାର ଘଟଣା, ପୁଣି ସେହି ସ୍ଥାନରେ ହାତୀ ଛୁଆର ମୃତ୍ୟୁ

author img

By

Published : Sep 26, 2021, 9:58 AM IST

Updated : Sep 26, 2021, 10:17 AM IST

କଟକ: ସସପେନ୍ସ ଘେରରେ ଗଜରାଜ ଉଦ୍ଧାର ଘଟଣା । ମୁଣ୍ଡୁଳି ବ୍ୟାରେଜ ସୁଅରେ ପଡିଥିବା ହାତୀର ଏପର୍ଯ୍ୟନ୍ତ ମିଳି ପାରିଲାନି ପତ୍ତା । ଏହାରି ମଧ୍ୟରେ ଆସିଛି ଆଉ ଏକ ଛାତି ଥରା ଦୃଶ୍ୟ ।

ଏକ ୪ ମାସର ହାତୀର ମୃତଦେହକୁ ଠାବ କରିଛି ବନବିଭାଗ । କାହିଁକି ଓ କିପରି ଏହି ଛୁଆ ହାତୀର ମୃତ୍ୟୁ ହେଲା ସେନେଇ ସ୍ପଷ୍ଟ ହୋଇନାହିଁ । ୧୭ ରୁ ଊର୍ଦ୍ଧ୍ବ ଥିବା ହାତୀପଲ ମହାନଦୀ ପାର ହେଉଥିବା ସମୟରେ ସୁଅରେ ଭାସିଯାଇଥିଲେ । ବର୍ତ୍ତମାନ ଆଉ ଏକ ଛୁଆ ହାତୀର ମୃତ୍ୟୁ ଘଟିବା ଚିନ୍ତାରେ ପକାଇଛି । ତେବେ କଣ ପାଇଁ ହାତୀ ଜନବସତୀ ମୁହାଁ ହେଉଛନ୍ତି, ଅକାଳରେ ଜୀବନ ଯାଉଛି ତାକୁ ନେଇ ମଧ୍ୟ ବିରାଟ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।

ସେପଟେ ମୁଣ୍ଡୁଳି ବ୍ରିଜରେ ହାତୀ ଭାସି ଯିବାର ଷ୍ଟୋରୀ କଭର୍ କରୁଥିବା ସମୟରେ ଜଣେ ବରିଷ୍ଠ ସାମ୍ବାଦିକଙ୍କ ମୃତ୍ୟୁ ଘଟିଛି । ଏପରି ସମ୍ବେଦନଶୀଳ ଘଟଣାର ଯେପରି ଆଗକୁ ପୁନରାବୃତ୍ତି ନହୁଏ ସେଥିପାଇଁ ବନ ବିଭାଗକୁ ବର୍ତ୍ତମାନରୁ ସଜାଗ ହେବାର ଆବଶ୍ୟକତା ପଡିଛି ।

କଟକରୁ ପ୍ରଭୁକଲ୍ୟାଣ ପାଲ, ଇଟିଭି ଭାରତ

Last Updated : Sep 26, 2021, 10:17 AM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.