କଟକ: ମହାନଦୀ ବ୍ରିଜ ମଝିରେ ଓଲଟିଲା କାର। କାରରେ ଥିବା 4 ଜଣ ବ୍ୟକ୍ତି ଗୁରୁତର ଆହତ ।
ସୂଚନା ଅନୁସାରେ, ଭୁବନେଶ୍ବରରୁ ଏକ କାର କେନ୍ଦୁଝର ଅଭିମୁଖେ ଯାଉଥିଲା । ମହାନଦୀ ବ୍ରିଜରେ ଯାଉଥିବା ଏକ କଣ୍ଟେନର ଗାଡିକୁ ଏହି କାରଟି ଓଭରଟେକ କରିବା ସମୟରେ କାର ପଛପଟୁ ଆସୁଥିବା ଏକ ଟ୍ରକ କାରଟିକୁ ଧକ୍କା ଦେଇଥିଲା। ଫଳରେ କାରଟି ଓଲଟି ପଡିଥିଲା।
କାରରେ ଡ୍ରାଇଭରକୁ ଛାଡି ବାକି ୪ ଜଣ ଗୁରୁତର ଆହତ ହୋଇଥିଲେ। ଗୁରୁତର ଆହତମାନଙ୍କୁ କଟକ ଏସବିରେ ଭର୍ତ୍ତି କରାଯାଇଛି ।
କଟକରୁ ପ୍ରଭୁ କଲ୍ୟାଣ ପାଲ, ଇଟିଭି ଭାରତ