ETV Bharat / city

ପୁଷ୍ପାରାଜ ଫିଲ୍ମ ଷ୍ଟାଇଲରେ ଗଞ୍ଜେଇ ଚାଲାଣ, ୩ ଗିରଫ - ପୁଷ୍ପାରାଜ ଫିଲ୍ମ ଷ୍ଟାଇଲରେ ଗଞ୍ଜେଇ ଚାଲାଣ

ପୁଷ୍ପା ଫିଲ୍ମ ଷ୍ଟାଇଲରେ ଗଞ୍ଜେଇ ଚାଲାଣ କରାଯାଉଥିବାବେଳେ କାବୁ କରିଛି ଅବକାରୀ ବିଭାଗ। ଏକ ଗାଡିରେ ପାଣି ପମ୍ପ ରଖି ମାଛ ବ୍ୟବସାୟୀ ଭଳି ଗଞ୍ଜେଇ ଚାଲାଣ କରାଯାଉଥିଲା। ଯେମିତି କେହି ସନ୍ଦେହ ନକରିବେ ସେହିପରି ବ୍ୟବସ୍ଥା ମାଧ୍ୟମରେ ପ୍ରାୟ ଅଢେଇ କୁଇଣ୍ଟାଲ ଗଞ୍ଜେଇ ଚାଲାଣ କରାଯାଉଥିଲା। ଅଧିକ ପଢ଼ନ୍ତୁ

ପୁଷ୍ପାରାଜ ଫିଲ୍ମ ଷ୍ଟାଇଲରେ ଚାଲାଣ ହେଉଥିଲା ଗଞ୍ଜେଇ

author img

By

Published : Apr 23, 2022, 10:37 PM IST

କଟକ : ପୁଷ୍ପା ଫିଲ୍ମ ଷ୍ଟାଇଲରେ ଗଞ୍ଜେଇ ଚାଲାଣ କରାଯାଉଥିବାବେଳେ କାବୁ କରିଛି ଅବକାରୀ ବିଭାଗ। ଏକ ଗାଡିରେ ପାଣି ପମ୍ପ ରଖି ମାଛ ବ୍ୟବସାୟୀ ଭଳି ଗଞ୍ଜେଇ ଚାଲାଣ କରାଯାଉଥିଲା। ଯେମିତି କେହି ସନ୍ଦେହ ନକରିବେ ସେହିପରି ବ୍ୟବସ୍ଥା ମାଧ୍ୟମରେ ପ୍ରାୟ ଅଢେଇ କୁଇଣ୍ଟାଲ ଗଞ୍ଜେଇ ଚାଲାଣ କରାଯାଉଥିଲା। ଖବରପାଇ ଅବକାରୀ ବିଭାଗ ତ୍ରିଶୂଳିଆ ପୋଲ ନିକଟରେ ଚଢ଼ାଉ କରି ଉକ୍ତ ଗାଡିରୁ ଅଢେଇ କୁଇଣ୍ଟାଲ ଗଞ୍ଜେଇ ଜବତ କରିଛି ।

ପୁଷ୍ପାରାଜ ଫିଲ୍ମ ଷ୍ଟାଇଲରେ ଚାଲାଣ ହେଉଥିଲା ଗଞ୍ଜେଇ

ଜବତ ହୋଇଥିବା ଗଞ୍ଜେଇର ହାରାହାରି ମୂଲ୍ୟ ପ୍ରାୟ ୧୨ ଲକ୍ଷ ୫୦ ହଜାରରୁ ଊର୍ଦ୍ଧ୍ବ ହେବ ବୋଲି ଅବକାରୀ ଅଧୀକ୍ଷକ କହିଛନ୍ତି । ଏହି ଘଟଣାରେ ୩ଜଣ ଯୁବକଙ୍କୁ ଗିରଫ କରାଯାଇଛି । ଗିରଫ ହୋଇଥିବା ୩ଜଣ ଯୁବକଙ୍କ ମଧ୍ୟରେ ୨ ଜଣ ବିହାରର ଓ ଜଣେ ପଶ୍ଚିମବଙ୍ଗର ବୋଲି ଅବକାରୀ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ସେମାନେ କନ୍ଧମାଳରୁ ପଶ୍ଚିମବଙ୍ଗ ଚାଲାଣ କରୁଥିଲେ । ଏବେ ଗଞ୍ଜେଇର ଅମଳ ସମୟ ହୋଇଥିବାରୁ ଅବକାରୀ ବିଭାଗ ଏହା ଉପରେ ନଜର ରଖିଥିବା ଅଧୀକ୍ଷକ କହିଛନ୍ତି ।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.