କଟକ: ସିଏଏକୁ ନେଇ ବଢୁଛି ବିରୋଧାଭାଷ । ରାଜ୍ୟ ତଥା ରାଜ୍ୟ ବାହାରେ ଏହାକୁ ପ୍ରବଳ ମାତ୍ରାରେ ବିରୋଧ କରାଯାଉଛି । ଶୁକ୍ରବାର କଟକରେ ମଧ୍ୟ ସିଏଏ, ଏନପିଆର ଓ ଏନଆରସିକୁ ନେଇ ବିରୋଧ କରିଛି ସଚେତନ ନାଗରିକ ମଞ୍ଚ ।
କେନ୍ଦ୍ର ସରକାର ଦେଶର ଅଖଣ୍ଡ ସମ୍ବିଧାନକୁ ଖଣ୍ଡନ କରୁଛନ୍ତି । ଧର୍ମ ନିରପେକ୍ଷ ରାଷ୍ଟ୍ରରେ ଏହି ନୀତିକୁ ଆପଣାଇବା ଦ୍ବାରା ଦେଶରେ ଅରାଜକତା ଓ ହିଂସା ବଢିବା ସ୍ବାଭାବିକ କଥା । ଯାହା ପାଇଁ କେବଳ କେନ୍ଦ୍ର ହିଁ ଦାୟୀ ବୋଲି ଅଭିଯୋଗ କରିଛି ନାଗରିକ ମଞ୍ଚ । ଆଉ ଯଦି ଏହି ପରିସ୍ଥିତି ସମାଧାନ ନହୁଏ, ତେବେ ଆଗାମୀ ଦିନରେ ମଞ୍ଚ ପକ୍ଷରୁ ଏକ ଆନ୍ଦୋଳନର ଦୃଶ୍ୟ ଓଡ଼ିଶା ଦେଖିବାକୁ ବୋଲି ଚେତାବନୀ ମଧ୍ୟ ଦେଇଛନ୍ତି ।
କଟକରୁ ପ୍ରଭୁକଲ୍ୟାଣ ପାଲ୍, ଇଟିଭି ଭାରତ