କଟକ: ଆସନ୍ତା ସୋମବାରରୁ ଆରମ୍ଭ ହେବ ବାୟିଜୁ (BYJUS) ମହିଳା ଟି-20 କ୍ରିକେଟ ଲିଗ । ଏନେଇ ସମସ୍ତ ପ୍ରସ୍ତୁତି ଶେଷ କରିଛି ଓଡିଶା କ୍ରିକେଟ ସଂଘ । ମୋଟ 5 ଟି ଦଳ ଏହି ପ୍ରତିଯୋଗିତାରେ ଭାଗବେବେ ।
ଭିଜନ 2024ର ଯେଉଁ ଲକ୍ଷ୍ୟ ରହିଥିଲା କି ମହିଳା କ୍ରିକେଟରଙ୍କ ବିକାଶ କରିବା ତାହାକୁ ନଜରରେ ରଖି ଏହି ଯୋଜନା କରିଛି ଓସିଏ । ଅଗଷ୍ଟ 1 ରୁ 11 ତାରିଖ ପର୍ଯ୍ୟନ୍ତ କଟକ ଡ୍ରିମ୍ସ ଗ୍ରାଉଣ୍ଡରେ ଖେଳାଯିବ ଲିଗର ସମସ୍ତ ମ୍ୟାଚ। ତେବେ ଆଗମୀ ଦିନ ମାନଙ୍କରେ ମହିଳା ଆଇପିଏଲ ଖେଳା ଯିବାକୁ ଥିଲା ବେଳେ ଏହି ଲିଗ ମାଧ୍ୟମରେ ଅନେକ ମହିଳା ଖେଳାଳି ଆଇପିଏଲରେ ବି ନଜର ଆସିବାର ସମ୍ଭବନା ରହିଛି ।
କାରଣ ବିଗତ ବର୍ଷ ଗୁଡିକରେ ଅନେକ ଓଡ଼ିଆ ମହିଳା କ୍ରିକେଟର ସୁଶ୍ରୀ ଦିବ୍ୟ ଦର୍ଶିନୀ, ମାଧୁରୀ ମେହେଟା, ରୋସନାରା ପରବିନ ଆଦି ଖେଳାଳି ଜାତୀୟ ସ୍ତରୀୟ ମ୍ୟାଚରେ ନିଜର ପ୍ରତିଭା ଦେଖାଇଛନ୍ତି । ତେବେ ଏହି ମହିଳା ଟି20 ଲିଗରୁ ଅନେକ ନୂଆ ପ୍ରତିଭା ସାମ୍ନାକୁ ଆସିବେ ବୋଲି ଆଶା ରଖିଛି ଓଡିଶା କ୍ରିକେଟ ସଂଘ ।
ଇଟିଭି ଭାରତ, କଟକ