କଟକ: ତେଲ ଦର ପରେ କମିଲା ବସ୍ ଭଡ଼ା । ସାଧାରଣ ବସରୁ 5 ପଇସା କମିଲା ଭଡା । ଏନେଇ ରାଜ୍ୟ ସରକାରଙ୍କ ସଡକ ଓ ପରିବହନ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।
ରାଜ୍ୟରେ କମିଲା ବସ ଭଡା । 5 ପଇସା ରୁ 15 ପଇସା ପର୍ଯ୍ୟନ୍ତ କମିଲା ଭଡ଼ା। ସାଧାରଣ ବସ ଭଡା କିମି ପିଛା 5 ପଇସା କମି 87 ପଇସା । ଏକ୍ସପ୍ରେସ ବସ ଭଡା କିମି ପିଛା 5 ପଇସା କମି 91 ପଇସା। ଡିଲକ୍ସ ବସ ଭଡା କିମି ପିଛା 10 ପଇସା କମି ଏକ ଟଙ୍କା 25 ପଇସା ହୋଇଛି । ସେହିପରି AC ଡିଲକ୍ସ ବସ ଭଡା କିମି ପିଛା 10 ପଇସା କମି ଏକ ଟଙ୍କା 53 ପଇସା ହୋଇଛି । ସୁପର ପ୍ରିମୀୟମ ବସ ଭଡା କିମି ପିଛା 15 ପଇସା କମି ଦୁଇ ଟଙ୍କା 38 ପଇସା ହୋଇଛି ।

- ଅର୍ଡିନାରୀ ବସ୍ କିମି ପିଛା ୯୨ ପଇସାରୁ ହ୍ରାସ ପାଇ ୮୭ ପଇସା ହେଲା ।
- ଏକ୍ସପ୍ରେସ ୯୬ରୁ କମି ୯୧ ପଇସା
- ଡିଲକ୍ସ ୧.୩୫ରୁ କମି ୧.୨୫ ପଇସା
- ଏସି ଡିଲକ୍ସ ୧.୬୩ରୁ କମି ୧.୫୩ ପଇସା
- ସୁପର ପ୍ରିମିୟମ ୨.୫୩ ରୁ ୨.୩୮ ପଇସା
କଟକରୁ ନାରାୟଣ ସାହୁ,ଇଟିଭି ଭାରତ