ETV Bharat / city

ବଢିଲା ବସ ଭଡା: ଜାଣନ୍ତୁ କେତେ ଥିଲା, କେତେ ହେଲା...

author img

By

Published : Dec 7, 2020, 3:20 PM IST

ତୈଳ ଦର ବୃଦ୍ଧି ପରେ ବଢିଲା ବସ ଭଡା । ସୂଚନା ଦେଲେ ରାଜ୍ୟ ଘରୋଇ ବସ ମାଲିକ ସଙ୍ଘ ସାଧାରଣ ସମ୍ପାଦକ । ଅଧିକ ପଢନ୍ତୁ...

bus fares increased in state
ବଢିଲା ବସ ଭଡା: ଜାଣନ୍ତୁ କେତେ ଥିଲା, କେତେ ହେଲା ?

କଟକ: ତୈଳ ଦର ବୃଦ୍ଧି ପରେ ବସ ଭଡା ବୃଦ୍ଧି ପାଇଛି । ସାଧାରଣ ଓ ଏକ୍ସପ୍ରେସ ବସରେ କିଲୋମିଟର ପିଛା ୧ ପଇସା ଏବଂ ଡିଲକ୍ସ ଓ ଏସି ଡିଲକ୍ସ ବସ ପାଇଁ କିଲୋମିଟର ପିଛା ୨ ପଇସା ବୃଦ୍ଧି ଘଟିଛି । ଅଟୋମେଟିକ ମେକାନିଜିମ ମାଧ୍ୟମରେ ବସ ଭଡା ବୃଦ୍ଧି ପାଇଥିବା ଜଣାପଡିଛି । ରାଜ୍ୟ ଘରୋଇ ବସ ମାଲିକ ସଙ୍ଘ ସାଧାରଣ ସମ୍ପାଦକ ଦେବେନ୍ଦ୍ର ସାହୁ ଏହି ସୂଚନା ଦେଇଛନ୍ତି ।

ସାଧାରଣ ବସ ଭଡା ୭୨ ପଇସା ଥିଲାବେଳେ ୧ ପଇସା ବୃଦ୍ଧି ପାଇ ୭୩ ପଇସା, ଏକ୍ସପ୍ରେସ ବସ ଭଡା ୭୫ ପଇସା ଥିଲା ବେଳେ ୧ ପଇସା ବୃଦ୍ଧି ପାଇ କିଲୋମିଟର ପିଛା ୭୬ ପଇସା, ଡିଲକ୍ସ ବସଭଡା କିଲୋମିଟର ପିଛା ୧ଟଙ୍କା ୫ ପଇସା ଥିଲାବେଳେ ୨ ପଇସା ବୃଦ୍ଧି ପାଇ ୧ଟଙ୍କା ୭ ପଇସା ଛୁଇଁଛି । ଏହାସହ ଏସି ଡିଲକ୍ସ ବସଭଡା ୧ଟଙ୍କା ୨୭ ପଇସା ଥିଲାବେଳେ ୨ ପଇସା ବୃଦ୍ଧି ପାଇ ୧ ଟଙ୍କା ୨୯ ପଇସାରେ ପହଁଞ୍ଚିଛି । କିଲୋମିଟର ପ୍ରତି ଏହି ଦର ଧାର୍ଯ୍ୟ କରାଯାଇ ଥିବାବେଳେ ପରିବହନ ବିଭାଗ ପକ୍ଷରୁ ଏନେଇ ବିଜ୍ଞପ୍ତି ଜାରି କରାଯାଇଛି ।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.