କଟକ: ରାଜ୍ୟର ଅନ୍ୟ ଜିଲ୍ଲା ଭଳି ସିଲଭର ସିଟିରେ ମଧ୍ୟ ବିଜୁସ୍ବାସ୍ଥ୍ୟ କଲ୍ୟାଣ ଯୋଜନାର କାର୍ଡ ବଣ୍ଟନ କାର୍ଯ୍ୟ ଜାରି ରହିଛି । ଏହି କାର୍ଡ ସହିତ ସମାନ୍ତରାଳ ଭାବେ ରାଜ୍ୟ ସରକାରଙ୍କ ପକ୍ଷରୁ ରାସନ କାର୍ଡଧାରୀମାନଙ୍କୁ ଏକ ହଜାର ଟଙ୍କା ଲୋଖାଏଁ ସହାୟତା ଅର୍ଥ ମଧ୍ୟ ବଣ୍ଟନ ଚାଲିଛି । ତେବେ କଟକ ସହରର ବସ୍ତି ବାସିନ୍ଦାମାନଙ୍କୁ ଏହି ସୁବିଧା ମିଳୁ ନ ଥିବା ଅଭିଯୋଗ ହେଉଛି । ବିଶେଷ କରି ଏସସିବି ମେଡ଼ିକାଲର ସମ୍ପ୍ରସାରଣ କାର୍ଯ୍ୟକ୍ରମ ଯୋଗୁଁ ବିସ୍ଥାପିତ ହୋଇଥିବା ବସ୍ତି ବାସିନ୍ଦାମାନେ ଏହି ସମସ୍ୟାର ସମ୍ମୁଖୀନ ହେଉଥିବା ଅଭିଯୋଗ ହୋଇଛି ।
ସେମାନଙ୍କ ବାସସ୍ଥାନ ପରିବର୍ତ୍ତିତ ହୋଇଯାଇଥିବାରୁ ରାଜ୍ୟ ସରକାରଙ୍କର ଏହି ଦୁଇଟି ଯୋଜନାର ଲାଭ ପାଇବାରୁ ସେମାନେ ବଞ୍ଚିତ ହେଉଥିବା କୁହାଯାଉଛି । ତେବେ ଏହି ସମସ୍ୟାର ସମାଧାନ ନ କଲେ । ଆଗାମୀ 5 ତାରିଖ ଦିନ ଆନ୍ଦୋଳନ କରାଯିବ ବୋଲି କହିଛି ଅଖିଳ ଓଡ଼ିଶା ଝୋପଡପଟ୍ଟି ମହାସଂଘ । ସେପଟେ ଉଚ୍ଛେଦ ହୋଇ ପରେ ଅନ୍ୟତ୍ର ଥଇଥାନ ହୋଇଥିବା ବସ୍ତି ବାସିନ୍ଦାଙ୍କ ପାଖକୁ ଯାଇ ବିଜୁସ୍ବାସ୍ଥ୍ୟ କଲ୍ୟାଣ ଯୋଜନାର କାର୍ଡ ଓ ଏକ ହଜାର ଟଙ୍କାର ସହଯୋଗ ଯୋଜନାକୁ କାର୍ଯ୍ୟକାରୀ କରାଯାଉଥିବା କହିଛି ଜିଲ୍ଲା ଯୋଗାଣ ବିଭାଗ ।
କଟକରୁ ନାରାୟଣ ସାହୁ, ଇଟିଭି ଭାରତ